ଜିଲାରେ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

କେନ୍ଦ୍ରାପଡ଼ା,୨୯।୬ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଲୋକସଂଖ୍ୟା ୧୬ ଲକ୍ଷରୁ ଊର୍ଦ୍ଧ୍ୱ। ୨୪୯୪ ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଏହି ଜିଲାର ଉପାନ୍ତରେ ପ୍ରଶାସନିକ ସେବା ପହଞ୍ଚତ୍ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଅଞ୍ଚଳକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠୁଛି। ସେହିପରି ଜିଲାର ଉପାନ୍ତ ଅଞ୍ଚଳରେ ଥିବା ରାଜକନିକାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ଅଞ୍ଚଳବାସୀ ବାରମ୍ବାର ବିଭିନ୍ନ କାର୍ଯ୍ୟାଳୟରେ ସ୍ମାରକପତ୍ର ଦେଇ ଆସୁଛନ୍ତି। ଜିଲାରେ ୬୦ ହଜାରରୁ ଊର୍ଦ୍ଧ୍ୱ ମାମଲାର ସମଧାନ ତ୍ୱରିତ ହେବ ବୋଲି ଜିଲାର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ତଥ୍ୟ ଅନୁଯାୟୀ, ଏପ୍ରିଲ ଶେଷ ସୁଦ୍ଧା ଜିଲାରେ ୧୮,୩୯୯ଟି ଦେୱାନୀ ଓ ୪,୨୩୨୩ଟି ଫୌଜଦାରି ମାମଲା ରହିଛି। ଏହି ମାମଲା ମଧ୍ୟରୁ ୯୨୦୫ଟି ଦେୱାନୀ ଓ ୨୧୦୭୬ଟି ଫୌଜଦାରି ମାମଲା ଗତ ୫ ବର୍ଷ ପୂର୍ବର। ଏଥିସହ ପାରିବାରିକ ଓ ବାଣିଜି୍ୟକ ମାମଲା ରହିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ତୃଣମୂଳସ୍ତରରେ ତ୍ୱରିତ ଶାସନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣର ଆବଶ୍ୟକତା ଅଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ରାଜ୍ୟର ୧୩ ଜିଲାରୁ ୩୦ ଜିଲାକୁ ପରିବର୍ତ୍ତନ କରିଥିଲେ। ଏହି ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୮ରୁ ଶତାଧିକ ସବ୍‌ଡିଭିଜନରେ ପରିଣତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲାର ପଟ୍ଟାମୁଣ୍ଡାଇ ସହ ମାର୍ଶାଘାଇକୁ ସବ୍‌ଡିଭିଜନର ମାନ୍ୟତା ମିଳିଲେ ତ୍ୱରିତ ସେବା ମିଳିପାରିବ। ରାଜନଗର, ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇର କେନ୍ଦ୍ରାଞ୍ଚଳ ଭାବେ ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ମିଳିଲେ ପ୍ରାୟ ୭ ଲକ୍ଷ ଅଧିବାସୀ ଉପକୃତ ହେବେ। ସେହିପରି ପ୍ରାୟ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାର୍ଶାଘାଇ, ମହାକାଳପଡ଼ା ଓ ଗରଦପୁର ବ୍ଲକ୍‌କୁ ନେଇ ମାର୍ଶାଘାଇ ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ମାର୍ଶାଘାଇଠାରେ ପର୍ଯ୍ୟାପ୍ତ ସ୍ଥାନ ସହ ଭିତ୍ତିଭୂମି ଥିବା ସେ ଦାବି କରିଛନ୍ତି। ତାଙ୍କର ଏହି ଦାବିକୁ ସ୍ଥାନୀୟ ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା, ପ୍ରମୋଦ ରଥ, ସଞ୍ଜୟ ଲେଙ୍କା, ବିଭ୍ରାଂଶୁ ଲେଙ୍କା, ମାଧବ ନାୟକ, ଚନ୍ଦ୍ରମଣି ସାହୁ, ଅଶୋକ ମହାପାତ୍ର ପ୍ରମୁଖ ସମର୍ଥନ ଜଣାଇଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ହେଉଛି ବିଚାର ବିଭାଗ। ଯେଉଁଠି ସମସ୍ତ ବ୍ୟବସ୍ଥା ଫେଲ ମାରେ ସାଧାରଣ ଲୋକ ବିଚାର ବିଭାଗର ଆଶ୍ରା ନେଇଥାନ୍ତି। ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସାମାଜିକ ଜୀବନକୁ ବ୍ୟତିବ୍ୟସ୍ତ କରାଉଛି। ୨୦୨୨ ମେ ୫ରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ରାଜ୍ୟରେ ୩୮ ନୂତନ କୋର୍ଟ ପାଇଁ କର୍ମଚାରୀ ନିଯୁକ୍ତି ଆହ୍ବାନ କରିଥିଲେ। ଜିଲାରେ ନୂତନ ଭାବେ ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ାରେ କୋର୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୩ ସ୍ଥାନରେ କୋର୍ଟ ସ୍ଥାପନ ଦ୍ୱାରା ମାମଲାଗୁଡ଼ିକର ଶୁଣାଣିରେ ତୀବ୍ରତା ଆସିବ। ଦେୱାନି ଓ ଫୌଜଦାରି ମାମଲାରେ ପଡ଼ି ସ୍ଥାନୀୟ ଜନସାଧାରଣଙ୍କ ଚାଷଠାରୁ ଆରମ୍ଭ କରି ଜୀବନଜୀବିକାରେ ବ୍ୟତିକ୍ରମ ଆଣିଛି। ଦେୱାନି ମାମଲାରେ ପଡ଼ି ଚାଷୀ ସ୍ବତ୍ୱ ସାବ୍ୟସ୍ତ ହୋଇ ପାରୁ ନ ଥିବାରୁ ଜମି ପଡ଼ିଆ ପଡ଼ୁଛି। ସେହିପରି ଫୌଜଦାରି ମାମଲାର ଶୁଣାଣି ହୋଇ ଫଇସଲା ହେବା ଆବଶ୍ୟକ। ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରିଆ କହିଛନ୍ତି, ଜିଲାରେ ମାମଲା ସଂଖ୍ୟା ବଢ଼ିଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ରାଜକନିକା ଜିଲାର ବୃହତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜେଏମ୍‌ଏଫ୍‌ସି କୋର୍ଟଟିଏ ନାହିଁ। ଏଥିସହ ରାଜକନିକାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଆସୁଛି। ଏହାକୁ ନେଇ ଜିଲା ପ୍ରଶାସନ, ଆର୍‌ଡିସି, ରାଜ୍ୟ ସରକାରଙ୍କ ଆଇନ ଓ ରାଜସ୍ବ ବିଭାଗକୁ ଦାବିପତ୍ର ଦିଆଯାଇଛି। ଏବେ ରାଜକନିକା ବ୍ୟତୀତ ଅନ୍ୟସବୁ ଅଞ୍ଚଳରେ କୋର୍ଟ ସ୍ଥାପନ ହେବା ପରେ ରାଜକନିକାବାସୀ ନ୍ୟାୟ ପାଇବାରେ ପଛୁଆ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri