ଜିଲାରେ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

କେନ୍ଦ୍ରାପଡ଼ା,୨୯।୬ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର ଲୋକସଂଖ୍ୟା ୧୬ ଲକ୍ଷରୁ ଊର୍ଦ୍ଧ୍ୱ। ୨୪୯୪ ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଏହି ଜିଲାର ଉପାନ୍ତରେ ପ୍ରଶାସନିକ ସେବା ପହଞ୍ଚତ୍ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ପଟ୍ଟାମୁଣ୍ଡାଇ, ମାର୍ଶାଘାଇ ଅଞ୍ଚଳକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠୁଛି। ସେହିପରି ଜିଲାର ଉପାନ୍ତ ଅଞ୍ଚଳରେ ଥିବା ରାଜକନିକାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ଅଞ୍ଚଳବାସୀ ବାରମ୍ବାର ବିଭିନ୍ନ କାର୍ଯ୍ୟାଳୟରେ ସ୍ମାରକପତ୍ର ଦେଇ ଆସୁଛନ୍ତି। ଜିଲାରେ ୬୦ ହଜାରରୁ ଊର୍ଦ୍ଧ୍ୱ ମାମଲାର ସମଧାନ ତ୍ୱରିତ ହେବ ବୋଲି ଜିଲାର ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ତଥ୍ୟ ଅନୁଯାୟୀ, ଏପ୍ରିଲ ଶେଷ ସୁଦ୍ଧା ଜିଲାରେ ୧୮,୩୯୯ଟି ଦେୱାନୀ ଓ ୪,୨୩୨୩ଟି ଫୌଜଦାରି ମାମଲା ରହିଛି। ଏହି ମାମଲା ମଧ୍ୟରୁ ୯୨୦୫ଟି ଦେୱାନୀ ଓ ୨୧୦୭୬ଟି ଫୌଜଦାରି ମାମଲା ଗତ ୫ ବର୍ଷ ପୂର୍ବର। ଏଥିସହ ପାରିବାରିକ ଓ ବାଣିଜି୍ୟକ ମାମଲା ରହିଛି।
ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ତୃଣମୂଳସ୍ତରରେ ତ୍ୱରିତ ଶାସନ ବ୍ୟବସ୍ଥା ଓ ଉନ୍ନୟନ କାର୍ଯ୍ୟ ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣର ଆବଶ୍ୟକତା ଅଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ରାଜ୍ୟର ୧୩ ଜିଲାରୁ ୩୦ ଜିଲାକୁ ପରିବର୍ତ୍ତନ କରିଥିଲେ। ଏହି ନୀତିକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୮ରୁ ଶତାଧିକ ସବ୍‌ଡିଭିଜନରେ ପରିଣତ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜିଲାର ପଟ୍ଟାମୁଣ୍ଡାଇ ସହ ମାର୍ଶାଘାଇକୁ ସବ୍‌ଡିଭିଜନର ମାନ୍ୟତା ମିଳିଲେ ତ୍ୱରିତ ସେବା ମିଳିପାରିବ। ରାଜନଗର, ରାଜକନିକା, ଆଳି ଓ ପଟ୍ଟାମୁଣ୍ଡାଇର କେନ୍ଦ୍ରାଞ୍ଚଳ ଭାବେ ପଟ୍ଟାମୁଣ୍ଡାଇକୁ ସବ୍‌ଡିଭିଜନ ମାନ୍ୟତା ମିଳିଲେ ପ୍ରାୟ ୭ ଲକ୍ଷ ଅଧିବାସୀ ଉପକୃତ ହେବେ। ସେହିପରି ପ୍ରାୟ ୫ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାର୍ଶାଘାଇ, ମହାକାଳପଡ଼ା ଓ ଗରଦପୁର ବ୍ଲକ୍‌କୁ ନେଇ ମାର୍ଶାଘାଇ ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ସବ୍‌ଡ଼ିଭିଜନ ପ୍ରତିଷ୍ଠା ପାଇଁ ମାର୍ଶାଘାଇଠାରେ ପର୍ଯ୍ୟାପ୍ତ ସ୍ଥାନ ସହ ଭିତ୍ତିଭୂମି ଥିବା ସେ ଦାବି କରିଛନ୍ତି। ତାଙ୍କର ଏହି ଦାବିକୁ ସ୍ଥାନୀୟ ଅଞ୍ଚଳର କୈଳାସ ଚନ୍ଦ୍ର ବେହେରା, ପ୍ରମୋଦ ରଥ, ସଞ୍ଜୟ ଲେଙ୍କା, ବିଭ୍ରାଂଶୁ ଲେଙ୍କା, ମାଧବ ନାୟକ, ଚନ୍ଦ୍ରମଣି ସାହୁ, ଅଶୋକ ମହାପାତ୍ର ପ୍ରମୁଖ ସମର୍ଥନ ଜଣାଇଛନ୍ତି। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ହେଉଛି ବିଚାର ବିଭାଗ। ଯେଉଁଠି ସମସ୍ତ ବ୍ୟବସ୍ଥା ଫେଲ ମାରେ ସାଧାରଣ ଲୋକ ବିଚାର ବିଭାଗର ଆଶ୍ରା ନେଇଥାନ୍ତି। ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ହେଉଥିବା ବିଳମ୍ବ ସାମାଜିକ ଜୀବନକୁ ବ୍ୟତିବ୍ୟସ୍ତ କରାଉଛି। ୨୦୨୨ ମେ ୫ରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ରାଜ୍ୟରେ ୩୮ ନୂତନ କୋର୍ଟ ପାଇଁ କର୍ମଚାରୀ ନିଯୁକ୍ତି ଆହ୍ବାନ କରିଥିଲେ। ଜିଲାରେ ନୂତନ ଭାବେ ମାର୍ଶାଘାଇ, ଗରଦପୁର ଓ ମହାକାଳପଡ଼ାରେ କୋର୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୩ ସ୍ଥାନରେ କୋର୍ଟ ସ୍ଥାପନ ଦ୍ୱାରା ମାମଲାଗୁଡ଼ିକର ଶୁଣାଣିରେ ତୀବ୍ରତା ଆସିବ। ଦେୱାନି ଓ ଫୌଜଦାରି ମାମଲାରେ ପଡ଼ି ସ୍ଥାନୀୟ ଜନସାଧାରଣଙ୍କ ଚାଷଠାରୁ ଆରମ୍ଭ କରି ଜୀବନଜୀବିକାରେ ବ୍ୟତିକ୍ରମ ଆଣିଛି। ଦେୱାନି ମାମଲାରେ ପଡ଼ି ଚାଷୀ ସ୍ବତ୍ୱ ସାବ୍ୟସ୍ତ ହୋଇ ପାରୁ ନ ଥିବାରୁ ଜମି ପଡ଼ିଆ ପଡ଼ୁଛି। ସେହିପରି ଫୌଜଦାରି ମାମଲାର ଶୁଣାଣି ହୋଇ ଫଇସଲା ହେବା ଆବଶ୍ୟକ। ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରିଆ କହିଛନ୍ତି, ଜିଲାରେ ମାମଲା ସଂଖ୍ୟା ବଢ଼ିଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ରାଜକନିକା ଜିଲାର ବୃହତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜେଏମ୍‌ଏଫ୍‌ସି କୋର୍ଟଟିଏ ନାହିଁ। ଏଥିସହ ରାଜକନିକାକୁ ସବ୍‌ଡିଭିଜନ ମାନ୍ୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଆସୁଛି। ଏହାକୁ ନେଇ ଜିଲା ପ୍ରଶାସନ, ଆର୍‌ଡିସି, ରାଜ୍ୟ ସରକାରଙ୍କ ଆଇନ ଓ ରାଜସ୍ବ ବିଭାଗକୁ ଦାବିପତ୍ର ଦିଆଯାଇଛି। ଏବେ ରାଜକନିକା ବ୍ୟତୀତ ଅନ୍ୟସବୁ ଅଞ୍ଚଳରେ କୋର୍ଟ ସ୍ଥାପନ ହେବା ପରେ ରାଜକନିକାବାସୀ ନ୍ୟାୟ ପାଇବାରେ ପଛୁଆ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?