ଉପକୂଳ ଅଞ୍ଚଳରେ ଗ୍ରାମ୍ୟ ଜଙ୍ଗଲ ଉଜୁଡ଼ିଛି

ମହାକାଳପଡ଼ା,୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଜମିରେ ବହୁଳ ପରିମାଣରେ ଗଛକଟା ହେଉଛି। ଅପରପକ୍ଷରେ ନିକଟ ମହାନଦୀ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାର ବିଷାକ୍ତ ନିଆଁ, ଧୂଆଁ, ଧୂଳି ଆସ୍ତରଣ ବାୟୁମଣ୍ଡଳରେ ଭାସିବା ଫଳରେ ବାଡ଼ିବଗିଚା ଗଛପତ୍ର ତଥା ନଡ଼ିଆ, ଆମ୍ବ, ପଣସ, କାଜୁ ବାଦାମ ଗଛ ଓ ବିଭିନ୍ନ ପନିପରିବାରେ ଧୂଳି ଆସ୍ତରଣ ଜମି ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଛି। ଫଳରେ ଉପକୂଳ ଅଞ୍ଚଳ ପରିବେଶ ସନ୍ତୁଳନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ପରିବେଶପ୍ରେମୀ କହିଛନ୍ତି। ଏହା ଆଗାମୀଦିନରେ ପରିବେଶ ସୁରକ୍ଷା ସନ୍ତୁଳନ ହରାଇବା ସହ ଜନ ଜୀବନ ପ୍ରତି ଘୋର ସମସ୍ୟା ଦେଖାଦେବ ବୋଲି ସାମାଜିକ କର୍ମୀ ସଦାଶିବ ସ୍ବାଇଁ କହିଛନ୍ତି। ତେବେ ସେହିପରି ଉପକୂଳ ଅଞ୍ଚଳ ଗ୍ରାମ୍ୟ ଜଙ୍ଗଲ ଜମିରେ ବହୁଳ ପରିମାଣରେ ଅବାଧରେ ଗଛକଟା ହେଉଛି। ଫଳରେ ଏହି ଅଞ୍ଚଳରେ ଅଦ୍ୟାବଧି ପ୍ରବଳ ଗୁଳୁଗୁଳି ସହ କାରଖାନାର ଧୂଳି, ଧୂଆଁ ଶରୀରରେ ବିଭିନ୍ନ ପ୍ରକାର ଚର୍ମ, ଶ୍ୱାସ, ଯକୃତ ସମସ୍ୟା ସୃଷ୍ଟି କରୁଛି। ଆଖିଧରା ରୋଗ ଅସମୟରେ ଦେଖିବାକୁ ମିଳୁଛି। ସେହିପରି ବ୍ଲକର ଉପକୂଳ ଅଞ୍ଚଳର ଜମ୍ବୁ, ବତିଘର, ରାମନଗର, ସୁନିତି ଆଦି ଅଞ୍ଚଳରେ ବହୁଳ ପରିମାଣରେ ବୃକ୍ଷ ଶୂନ୍ୟ ହେଉଥିବା ଅଭିଯୋଗ ହେଉଛି। ଆଗାମୀଦିନରେ ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ବୃକ୍ଷରୋପଣ କରା ନ ଗଲେ, ଚାଲିଥିବା ଗଛକଟା ଯଦି ଲାଗି ରହେ କିଛିବର୍ଷ ମଧ୍ୟରେ ଗ୍ରାମ୍ୟ ଜଙ୍ଗଲ ବୃକ୍ଷ ଶୂନ୍ୟ ହୋଇଯିବ ବୋଲି ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି କହିଛନ୍ତି। କେତେଜଣ ବ୍ୟବସାୟୀ ଏହି ଗଛ କାଟି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳର ଗ୍ରାମ୍ୟ ଜଙ୍ଗଲ ଜମିରେ ବୃକ୍ଷର ସୁରକ୍ଷା ପାଇଁ ବନ ବିଭାଗ ଓ ରାଜସ୍ବ ବିଭାଗ ଅଧିକାରୀମାନେ ଅଧିକ ଧ୍ୟାନ ଦେବା ସହ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯିବା ପାଇଁ ସାମାଜିକ କର୍ମୀ ବାବାଜୀ ବେହେରା ଦାବି କରିଛନ୍ତି। ଏ ସମ୍ପର୍କରେ ଜମ୍ବୁ ରେଞ୍ଜ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ଡାଇଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

କ୍ୟାବିନେଟ୍‌ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ…

ଭୁବନେଶ୍ବର,୧ା୭: କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ କୌଣସି ଦେୟ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri