ପ୍ରଶାସନ ଶୁଣିଲାନି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା,୨୪ା୬(ଜଗନ୍ନାଥ ଧଳ): ପୂର୍ବରୁ ଥିବା ଗାଁ ରାସ୍ତା ସବୁ ଖରାପ ହେବା ପରେ ମରାମତି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣିଲେ ନାହିଁ। ଫଳରେ ଗାଁ ଲୋକ ଶ୍ରମ, ସମୟ ଓ ଅର୍ଥ ଦେଇ ରାସ୍ତା ନିର୍ମାଣ କରିଛନ୍ତି। ଗଁାର ଯୁବକଠାରୁ ବୟସ୍କ ବ୍ୟକ୍ତି କାମ କରଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ସମିତି ଅଧୀନ କୋଇଲିପୁର ପଞ୍ଚାୟତ ତରପଦା ଗାଁର ୧ ନମ୍ବର ୱାର୍ଡରେ ବସବାସ କରଛନ୍ତି ୨ଶହ ପରିବାର।
୧୧ ବର୍ଷ ତଳେ ସରକାରଙ୍କ ପକ୍ଷରୁ ଗାଁ ଦାଣ୍ଡରେ ପକ୍କା ରାସ୍ତା ନିର୍ମାଣ ହୋଇଥିଲା। ଏବେ ଏହି ରାସ୍ତା ଖାଲଖମାରେ ଭରପୂର ହୋଇଛି। ବର୍ଷାଦିନେ ପାଣି ଜମି ୨ଟି ସ୍ଥାନରେ ବଡ଼ ଖାଲ ହୋଇଥିଲା। ସ୍କୁଲ, କଲେଜ ପିଲାମାନେ ଯିବାଆସିବା ବେଳେ ମଧ୍ୟ ଏଠାରେ ଦୁର୍ଘଟଣା ଘଟିଥାଏ। ଏହି ରାସ୍ତା ନିର୍ମାଣ ପାଇଁ ଅନେକଥର ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଗୁହାରି କରାଯାଇଥିଲା। ହେଲେ ସରପଞ୍ଚ, ବ୍ଲକ ପ୍ରଶାସନ କେହି କର୍ଣ୍ଣପାତ କରି ନ ଥିବା ୱାର୍ଡ ବାସିନ୍ଦା ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଶେଷରେ ଆଉ କାହାକୁ ଗୁହାରି କରିବୁ ନାହିଁ ନିଷ୍ପତ୍ତି ନେଇ ନିଜ ଗଁା ରାସ୍ତା ନିଜେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ ତରପଦା ଗାଁର ୧ ନମ୍ବର ୱାର୍ଡର ଅଧିବାସୀ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନରୋତ୍ତମ ବାରିକ, ରବୀନ୍ଦ୍ର ଖଣ୍ଡୁଆଳ, ରଞ୍ଜନ ବେହେରା, ସୁକାନ୍ତ ସାହୁ, ଦୁଃଶାସନ ସୂତାର, ରମାକାନ୍ତ ସାହୁ, ସଞ୍ଜୟ ବେହେରା, ମହେଶ୍ୱର ବେହେରା, ପଞ୍ଚାନନ ନାୟକ, ନାରଣ ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ରୂପକାନ୍ତ ସୂତାର, ନିମାଇଁ ଚରଣ ନାୟକ ଓ ଜଗନ୍ନାଥ ଦାସଙ୍କ ସମେତ ୩୮ ପରିବାରର ଲୋକେ। ସେମାନେ ସମସ୍ତେ ଟଙ୍କା ଆଦାୟ କରି ବାଲି, ଗୋଡ଼ି ଓ ସିମେଣ୍ଟ କ୍ରୟକରି ୱାର୍ଡ ଯୁବକଠାରୁ ବୟସ୍କ ଲୋକମାନେ ମିଶି ସମସ୍ତେ ଝୁଡ଼ି, କୋଦାଳ ହାତରେ ଧରି ଖାଲଖମାରେ ଭର୍ତ୍ତି ଥିବା ରାସ୍ତାରେ ମାଟି ପକାଇବା ସହ ବାଲି, ଗୋଡ଼ି ଓ ସିମେଣ୍ଟ ଫେଣ୍ଟି ରାସ୍ତାକୁ ପକ୍କା କରିଥିଲେ। ଲୋକମାନେ ଅଭିଯୋଗ କରିଛନ୍ତି, ପ୍ରଶାସନ ଉପରୁ ଆମର ଭରସା ତୁଟିଗଲା। ଏ ସମ୍ପର୍କରେ କୋଇଲିପୁର ସରପଞ୍ଚ ଅରୁଣ ରାଉତଙ୍କୁ ପଚାରିବାରୁ ଚଳିତବର୍ଷ ମାର୍ଚ୍ଚରେ ସେହି ଗଁାର ହନୁମାନ ମନ୍ଦିରଠାରୁ କ୍ଲବଘର ପର୍ଯ୍ୟନ୍ତ ୨ ଶହ ଫୁଟ ରାସ୍ତା ୨ ଲକ୍ଷ ୨୫ ହଜାର ଟଙ୍କାରେ ନିର୍ମାଣ କରାଯାଇଛି। ୧ ନମ୍ବର ୱାର୍ଡ ରାସ୍ତା ମରାମତି ପାଇଁ ଆକ୍ସନ ପ୍ଲାନ୍‌ ତିଆରି କରି ବ୍ଲକକୁ ପଠାଯାଇଛି। ଅନୁମୋଦନ ହୋଇ ଆସିଲେ ରାସ୍ତା କାମ କରାଯାଇଥାନ୍ତା। ତେବେ ଏଭଳି ଖବର ତମାମ୍‌ ଜିଲାର ରୋଚକ ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?