Odisha Elections 2024

କେନ୍ଦ୍ରାପଡ଼ା

ବାବୁହତା ଏବେ ଚାରଣଭୂଇଁ

କେନ୍ଦ୍ରାପଡ଼ା ଅଫିସ, ୧୮ା୬: କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗର ପୁରୁଣା ଆବାସିକ କାର୍ଯ୍ୟାଳୟ ବାବୁହତା ଏବେ ଚାରଣଭୂଇଁ ପାଲଟିଛି। ଏହା ଅପରାଧୀମାନଙ୍କ ଆଡ୍ଡାସ୍ଥଳ ପାଲଟିଛି। କେନ୍ଦ୍ରାପଡ଼ା ହାଇସ୍କୁଲ ପଡିଆ ନିକଟରେ ଥିବା ପ୍ରାୟ ୧୩ ଗୁଣ୍ଠ ପରିମିତ...

ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ଫସିଗଲେ ୧୩ ମତ୍ସ୍ୟଜୀବୀ

ରାଜନଗର,୧୭ା୬(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ କେନ୍ଦ୍ରାପଡ଼ା ଜିଲା ତାଳଚୁଆର ୧୩ ମତ୍ସ୍ୟଜୀବୀ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଆଜି ସୁରକ୍ଷିତ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର...

ଜୀବିତ ୧୧ଜଣଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ହଡ଼ପ

ରାଜନଗର, ୧୭ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାୟତରେ ବଞ୍ଚତ୍ଥିବା ୧୧ ଜଣ ଲୋକଙ୍କୁ ସରକାରୀ ଦସ୍ତାବିଜରେ ଚଞ୍ଚକତା କରି ମୃତ ଦର୍ଶାଇ ଶବ ସଂସ୍କାର ବାବଦ ହରିଶ୍ଚନ୍ଦ୍ର ଟଙ୍କାକୁ ସରକାରୀ କର୍ମଚାରୀ ନେଇଯାଇଛନ୍ତି। ଏହି ଘଟଣା ଲୋକଲୋଚନକୁ...

୬୨ବର୍ଷରେ ୪୨ ବଙ୍ଗଭାଷୀ ରାଜସ୍ବ ଗାଁ

କେନ୍ଦ୍ରାପଡ଼ା ଅଫିସ,୧୭ା୬: ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତ ରାୟ(୨୯)। ଢାକାର ବାଂଲାଦେଶ ଟେକ୍ନିକାଲ ଏଜୁକେଶନ ବୋର୍ଡ ଅଧୀନରେ ୨୦୦୯ରେ ସେକେଣ୍ଡାରୀ ସ୍କୁଲ ପାସ୍‌...

ପାରାଦୀପ ବନ୍ଦରରୁ ଉଠିଲା ମାଛଧରା କଟକଣା

ପାରାଦୀପ,୧୫।୬(ସ୍ବ.ପ୍ର.): ଦୀର୍ଘ ୨ ମାସ ପରେ ପାରାଦୀପ ବନ୍ଦରରୁ ଉଠିଛି ମାଛଧରା କଟକଣା। ଫଳରେ ବୁଧବାରଠାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବାକୁ ବାହାରିଛନ୍ତି। ଟ୍ରଲରରେ ବରଫ, ଡିଜେଲ, ପିଇବା ପାଣି ଓ ରାସନ ସାମଗ୍ରୀ ଧରି ସମୁଦ୍ର ମୁହାଁ ହୋଇଛନ୍ତି ମତ୍ସଜୀବୀ।...

ଭିତରକନିକାରେ ଶୁଭିଲାଣି ଦେଶୀୟ ପକ୍ଷୀଙ୍କ କାକଳି

ରାଜନଗର, ୧୫ା୬(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ ବଢିବାରେ ଲାଗିଛି। ଭିତରକନିକାର ମଠଆଡିଆ, ଭିତରକନିକାପାଟିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ଭିଡ ଜମାଇଲେଣି। ଦେଶୀୟ ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ କୋଳାହଳମୟ ହୋଇ ଉଠିଛି। ଭିତରକନିକାକୁ ଜୁନ୍‌ରୁ ଦେଶୀୟ...

୧୬ ବର୍ଷ ବିତିଲା, କଣ୍ଠିଆ ସେତୁ ନିର୍ମାଣ ସରୁନି

କେନ୍ଦ୍ରାପଡ଼ା ଅଫିସ,୧୪ା୬:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତର କଣ୍ଠିଆ ସେତୁ ନିର୍ମାଣ ୧୬ ବର୍ଷ ତଳେ ଆରମ୍ଭ ହୋଇଥିଲା। ଅଦ୍ୟାବଧି ନିର୍ମାଣ ଶେଷ ହୋଇନି। ଆଗକୁ ବର୍ଷାଋତୁ ଆସୁଥିବା ବେଳେ ଏହି ପଞ୍ଚାୟତର ୩ ରାଜସ୍ବ ଗ୍ରାମବାସୀ ମୌଳିକ...

ଜନଶୁଣାଣିରେ ୧୦୭ ଅଭିଯୋଗ

ବିଞ୍ଝାରପୁର,୧୪ା୬(ଡି.ଏନ.ଏ.):ବିଞ୍ଝାରପୁର ବ୍ଲକ୍‌ ସମ୍ମିଳନୀ ଗୃହରେ ଜିଲାପାଳଙ୍କ ଯୁଗ୍ମ ଜନଅଭିଯୋଗଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ମିନତି ଜଗଦେବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇଥିଲେ। ଏଥିସହିତ ସେ ଶିବିରକୁ...

ବେଣା ଜଙ୍ଗଲରେ ନିଆଁ ଲାଗି ପନିପରିବା ଫସଲ ନଷ୍ଟ

ପଟ୍ଟାମୁଣ୍ଡାଇ, ୧୩ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ କାକୁଡିପଲ୍ଲୀପାଳରେ ସୃଷ୍ଟି ହୋଇଥିବା ବେଣା ଜଙ୍ଗଲରେ ରବିବାର ପୂର୍ବାହ୍ନ ୧୧ଟାରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ପୋଡି ନଷ୍ଟ ହୋଇଯାଇଛି। ଆମ୍ବ ଓ ଅନ୍ୟ ଫଳନ୍ତି ଗଛଗୁଡିକ...

ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ

ମହାକାଳପଡ଼ା,୧୩ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି। ବର୍ଷାକୁ ଅପେକ୍ଷା କରି ଆସି ଆଷାଢ଼ ଧରିଲା। ଆକାଶରୁ ବୁନ୍ଦାଏ ବର୍ଷା ପଡୁନି।...

ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ...

ଦେଶୀ ମଦ ଭାଟି ଭାଙ୍ଗିଲେ ମହିଳା

ମହାକାଳପଡ଼ା,୧୧ା୬ (ଡି.ଏନ.ଏ.): ମଦକୁ ନା। ସ୍ବାମୀମାନେ ମଦ୍ୟପାନ କରି ପରିବାରରେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ବହୁ ମହିଳା ଅଭିଯୋଗ କରିଛନ୍ତି। ଦୈନିକ ମଜୁରି ଲାଗି ଆଣୁଥିବା ଟଙ୍କାରେ ସ୍ବାମୀ ମଦ୍ୟ ପାନ କରି ସ୍ତ୍ରୀ, ପିଲା ଛୁଆଙ୍କୁ ବାଡିଆପିଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri