କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ବାଟବଣା

କେନ୍ଦ୍ରାପଡ଼ା, ୨୪ା୬ (ଜଗନ୍ନାଥ ଧଳ): କେନ୍ଦ୍ରଠାରୁ ଆରମ୍ଭକରି ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ ଓ ପିଏମ୍‌ଇଜିପି ମାଧ୍ୟମରେ ବେକାର ଯୁବତୀଯୁବକଙ୍କ ପାଇଁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଯୋଜନା ମାଧ୍ୟମରେ ବ୍ୟବସାୟ ପାଇଁ ଋଣ ପ୍ରଦାନ କରାଯାଉଛି। ମାତ୍ର ବ୍ୟାଙ୍କରୁ ଆବଶ୍ୟକ ପରିମାଣ ଋଣ ନ ମିଳିବାରୁ ମିଳିଥିବା ଅର୍ଥରେ ଉଦ୍ୟୋଗ ଚଳାଇବା କଷ୍ଟ ହେଉଛି। ପରେ କରଜକରି ଜମିବାଡ଼ି ବିକି କ୍ଷତି ଭରଣା ପାଇଁ ଶିଳ୍ପ ଉଦ୍ୟୋଗ ଚଳାଇବା ବେଳକୁ ବ୍ୟାଙ୍କ ତୃତୀୟ ପକ୍ଷ ଗୁଣ୍ଡାଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଫଳରେ ଶିଳ୍ପ ଉଦ୍ୟୋଗ ବନ୍ଦକରି ଯୁବତୀଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଯାଉଛନ୍ତି। ବ୍ୟାଙ୍କର ତୃତୀୟ ପକ୍ଷ ରିକଭରିକୁ ଆର୍‌ବିଆଇ ବ୍ୟାନ୍‌ କରିଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାର ଅବମାନନା କରାଯାଇଥିବା ଅଭିଯୋଗ ହୋଇଛି।
ଋଣଗ୍ରହୀତା ରୀତାରାଣୀ ବାରିକ କୁହନ୍ତି, ୨୦୧୯ରେ ଜିଲା ଶିଳ୍ପକେନ୍ଦ୍ର ଅଧୀନରୁ ପିଏମ୍‌ଜିପି ମାଧ୍ୟମରେ ୮ ଲକ୍ଷ ଟଙ୍କା ଋଣ ଆବେଦନ କରିଥିବା ବେଳେ ଏକ ରାଷ୍ଟ୍ରୀୟ ବ୍ୟାଙ୍କରୁ ୩ ଲକ୍ଷ ଋଣ ମିଳିଥିଲା। ଅବଶିଷ୍ଟ ଅର୍ଥ ପାଇଁ ଜମି ଓ ଗହଣା ବିକି ମସଲା ଉଦ୍ୟୋଗରେ ଲଗାଇଥିଲି। ଫ୍ୟାକ୍ଟ୍ରି ଚାଲିବା ବେଳେ ୨୦୨୦ ଲକ୍‌ଡାଉନ ପରେ ଉଦ୍ୟୋଗ ବନ୍ଦ ପଡ଼ିଛି। ବ୍ୟାଙ୍କର ବାରମ୍ବାର ତାଗିଦ ଯୋଗୁ ଉଦ୍ୟୋଗ ବନ୍ଦ କରିବାକୁ ବାଧ୍ୟହେଲି। ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ। ଉଦ୍ୟୋଗ ଭଳି କ୍ଷେତ୍ରରେ ଜିଲା ଅଗ୍ରଣୀ ହୋଇପାରିନାହିଁ। ଉଦ୍ୟୋଗ କ୍ଷେତ୍ରରେ ଜିଲାକୁ ଆଗକୁ ବଢ଼ାଇବାକୁ ଯେଉଁ ସାମଗ୍ରିକ ଚେଷ୍ଟା ଆବଶ୍ୟକ ତାହା ଦେଖିବାକୁ ମିଳିପାରୁନାହିଁ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଗି ଆଗ୍ରହୀ ଯୁବତୀଯୁବକମାନେ ଜିଲା ଶିଳ୍ପକେନ୍ଦ୍ରରେ ଆବେଦନ କରୁଥିଲେ ମଧ୍ୟ ସବୁକ୍ଷେତ୍ରରେ ଆର୍ଥତ୍କ ସହାୟତା ପାଇପାରୁନାହାନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅନେକ ସ୍ମଲ ସ୍କେଲ ଉଦ୍ୟୋଗ ହୋଇ ତାହା ଅଳ୍ପଦିନ ପରେ ବନ୍ଦ ହୋଇଯାଉଛି। ପୁଣି ଯୁବତୀଯୁବକ ଋଣ ନେଇ ନୂଆ ଉଦ୍ୟୋଗ ଖୋଲୁଛନ୍ତି, ସେ ବି କିଛିଦିନ ପରେ ବନ୍ଦ ହେଉଛି। ଏହାର କାରଣ ନା ଡିଆଇସି ଅଧିକାରୀ ବୁଝୁଛନ୍ତି ନା ବ୍ୟାଙ୍କ ଅଧିକାରୀ କେବଳ ଟାର୍ଗେଟ ପୂରଣରେ ବ୍ୟସ୍ତ ରହୁଛନ୍ତି। ଯେଉଁ ଉଦ୍ୟୋଗ ଗଢ଼ି ଉଠୁଛି ଯଦି ସେ ଋଣ ୩ ମାସ ଖିଲାପ କରୁଛି ତାକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ତାକୁ ଏମ୍‌ପିଏ ଲିଷ୍ଟ କରି ବ୍ୟାଙ୍କ ଅଧିକାରୀ ତୃତୀୟପକ୍ଷ ଗୁଣ୍ଡାଙ୍କ ଦ୍ୱାରା ବ୍ଲାକ୍‌ ମେଲିଂ କରିବା ଆରମ୍ଭ କରି ଦେଉଛନ୍ତି। ଏପରିସ୍ଥଳେ ସେ ବ୍ୟାଙ୍କ ସୁଧ ଦେବା ଲାଗି ଜମିବାଡ଼ି ବିକିବାକୁ ବାଧ୍ୟ ହେଉଛନ୍ତି। ବ୍ୟାପାର ବନ୍ଦକରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଯାଉଛନ୍ତି। ରଞ୍ଜିତ ପ୍ରଧାନ କୁହନ୍ତି, ଏକ ଫାଇନାନ୍ସ କମ୍ପାନୀରୁ ବାଇକ୍‌ ଋଣରେ ଆଣିଥିଲି। ମାତ୍ର ୨୦୨୦ କରୋନା ସମୟରେ ଯେଉଁ ବାକିଆ ରହିଥିଲା ଶୁଝିପାରି ନ ଥିଲି। କରୋନା ପରେ ବାକିଆ କିସ୍ତି ଦେଇ ଚାଲିଥିବା ବେଳେ ରାସ୍ତାରୁ ୪ ଜଣ ଯୁବକ ଜୋର ଜବରଦସ୍ତ ତଣ୍ଟିଆ ମାରି ବାଇକ୍‌ ଛଡ଼ାଇ ନେଲେ। ଏ ବାବଦରେ ଜିଲା ଶିଳ୍ପକେନ୍ଦ୍ର ମ୍ୟାନେଜର ଗଣେଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ବ୍ୟାଙ୍କ ତୃତୀୟ ପକ୍ଷଙ୍କ କାର୍ଯ୍ୟକୁ ଜିଲା ଶିଳ୍ପକେନ୍ଦ୍ରରେ ଅବଗତ କରାନ୍ତୁ, ଏହାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ସାମାଜିକ କର୍ମୀ ସଞ୍ଜୟ ପଣ୍ଡା କୁହନ୍ତି, ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ପକ୍ଷରୁ ଋଣ ରିକଭରି ପାଇଁ ତୃତୀୟ ପକ୍ଷର ସହାୟତା ନିଆଯାଉଛି, ଯାହାକୁ ନେଇ ରିଜର୍ଭ ବ୍ୟାଙ୍କ ୨୦୨୨-୨୩ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତୃତୀୟ ପକ୍ଷ ଦ୍ୱାରା ଗ୍ରାହକଙ୍କଠାରୁ ଋଣ ଅସୁଲ କିମ୍ବା ରାସ୍ତାରେ ଚାଲୁଥିବା ଗାଡ଼ି କି ସମ୍ପତ୍ତି ଜବତ କରାଯାଇପାରିବ ନାହିଁ। ଏହି ନିର୍ଦ୍ଦେଶନାମାକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ରିଜର୍ଭ ବ୍ୟାଙ୍କ ଦେଶର ସମସ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇର କେତେଗୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀ ତୃତୀୟ ପକ୍ଷ ଦ୍ୱାରା ଗ୍ରାହକଙ୍କଠାରୁ ଋଣ ଅସୁଲ ପାଇଁ ବ୍ଲାକ୍‌ ମେଲିଂ କରିବା ଭଳି ଘଟଣା ସାମ୍‌ନାକୁ ଆସୁଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ରାସ୍ତାର ଛକରେ ୪ରୁ୫ଜଣ ରକଭରି ଯୁବକ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ି ଛଡ଼ାଇନେଉଥିବା ଅଭିଯୋଗ ଥାନାରେ ମଧ୍ୟ ପହଞ୍ଚୁଛି। ଏ ବାବଦରେ ଇଣ୍ଡଷ୍ଟ୍ରିଜ ଫାଇନାନ୍ସ କମ୍ପାନୀ ପଟ୍ଟାମୁଣ୍ଡାଇ ଅଧିକାରୀ ଜ୍ୟୋତି ଶଙ୍କର ନାୟକ କୁହନ୍ତି, ଗାଡ଼ି ଋଣ ଖିଲାପ ହେଲେ ଉପରିସ୍ଥ ଅଧିକାରୀମାନେ ରିପୋର୍ଟ ରଖିଛନ୍ତି। ସେମାନେ ଆମ ଅଜାଣତରେ ଗାଡ଼ି ଅକ୍ତିଆର କରି ନେଉଛନ୍ତି ବୋଲି ସେ କହିଛନ୍ତି। ସେହିପରି କୃଷକ ନେତା ବିଜୟ ଦାସ କୁହନ୍ତି, ବ୍ୟାଙ୍କ ତୃତୀୟ ପକ୍ଷ ଦ୍ୱାରା କୃଷକମାନେ ମଧ୍ୟ ବାଦ୍‌ ପଡ଼ୁନାହାନ୍ତି। ଜମି ବନ୍ଧା ରଖି ଋଣ ନେଇଛନ୍ତି, କିସ୍ତି ଖିଲାପ ହେଲେ ତୁରନ୍ତ ଏହାକୁ ଶୁଝିବାକୁ କୁହାଯାଉଛି। ଦେଇ ନ ପାରିଲେ ତୃତୀୟ ପକ୍ଷଙ୍କ ଦ୍ୱାରା ଗଁା ଦାଣ୍ଡରେ ବେଇଜତ କରାଯାଉଛି। ତାହା ପରେ ଆସିଲା କୋର୍ଟ ନୋଟିସ। ଚାଷୀ କୋର୍ଟକୁ ଧାଇଁ ଧାଇଁ ନୟାନ୍ତ ହେଲେ, ସେପଟେ ଋଣ ପରିଶୋଧ ନ କରିବାରୁ କାଳିଆ ଓ ଅନ୍ୟ ଯୋଜନାରେ ମିଳୁଥିବା ସହାୟତା ବନ୍ଦ ହୋଇଯାଉଛି। ମିଳୁଥିବା ସହାୟତା ଟଙ୍କା ବ୍ୟାଙ୍କ ରଖୁଛି। ଚାଷୀଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ ହେଉଛି। କୃଷି ବିଭାଗ ଅଧିକାରୀ ଶରତ ନାୟକ କୁହନ୍ତି, ଆମର କିଛି ଦୋଷ ନାହିଁ। ଯାହା କରିବ ବ୍ୟାଙ୍କ। ବ୍ୟାଙ୍କ ହିଁ ବୀମା କରିବା କଥା ବୋଲି ନାୟକ କହିଛନ୍ତ। ମାତ୍ର ଗରିବ ଚାଷୀ ଏମିତି ଋଣଯନ୍ତାରେ କଲବଲ ହେଉଥିବା ବେଳେ ଦୋଷୀ ଓ ଅଧିକାରୀ ଖସିଯାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?