ଅପରାଧୀଙ୍କ ଆଡ୍ଡାସ୍ଥଳ ପାଲଟିଛି ବିଜୁ ଷ୍ଟାଡିୟମ

କେନ୍ଦ୍ରାପଡ଼ା,୨୫।୬(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ାର ଦୌଡରାଣୀ ଲିଜା ବେହେରା କ୍ରୀଡ଼ା ହଷ୍ଟେଲରୁ ଘରକୁ ଆସିଲେ ଦୌଡ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି ା ମହାକାଳପଡା ବ୍ଲକ ତେରଗଁା ପଞ୍ଚାୟତର ୩ ମହିଳା ଖେଳାଳୀ ସସ୍ମିତା ସେନାପତି, ସ୍ମୃତିରୂପା ମଲ୍ଲିକ ଓ ଲକ୍ଷ୍ମୀପ୍ରିୟା ବେହେରା କ୍ରିକେଟ ପାଇଁ ନୂଆ ଚେହେରା। ଆଳି ଫୁଟବଲ ଟିମ୍‌ ସଦସ୍ୟ ଜାତୀୟ ଆର୍ନ୍ତଜାତୀୟ ଖେଳାଳୀ। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ କ୍ରୀଡ଼ା ଭିତ୍ତିଭୂମୀ ଦୁର୍ବଳ ଥିବାରୁ ବହୁ ପ୍ରତିଭା ବିକଶିତ ହୋଇପାରୁ ନାହାନ୍ତି ା ଜିଲାର ଏହିପରି ପ୍ରତିଭାଙ୍କ କ୍ରୀଡ଼ା ଜଗତରେ ନିଜର ଦକ୍ଷତା ପ୍ରତିପାଦନ ପାଇଁ ଅପେକ୍ଷା ଥିବା ବେଳେ ଏନେଇ ପ୍ରଶାସନର ନଜର ରହୁନାହିଁ ା ଏପରି ପ୍ରତିଭାକୁ ବିକଶିତ ପାଇଁ ସହରର ସାରଙ୍ଗ ଠାରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ ଅପରାଧୀଙ୍କ ଆଡାସ୍ଥଳୀ ପାଲଟିଛି ା ଏଠାରେ ଘସି ଗୋବର ଶୁଖା ଯାଉଥିବା ବେଳେ ଧାନ ଅମଳ ଖଳା ଭାବେ ବ୍ୟବହୃତ ହେଉଛି ା କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ଗତ ୧୫ ବର୍ଷରେ ଥରେ ମଧ୍ୟ ପ୍ରତିଯୋଗିତା ହୋଇନାହିଁ ା ସରକାରୀ ପ୍ରୋତ୍ସାହନ ଓ ରାସ୍ତା ସମସ୍ୟା ଷ୍ଟାଡିୟମରେ ଖେଳ ପାଇଁ ପ୍ରତିବନ୍ଧକ ବୋଲି କ୍ରୀଡାପ୍ରେମୀ ମତ ଦେଇଛନ୍ତି ା
ଆଥ୍‌ଲେଟିକ କୋଚ୍‌ ସେକ ସୌକତ ଅଲି, କ୍ରୀଡା ଶିକ୍ଷକ ଜ୍ୟୈାତିର୍ମୟ ଦାସ, କ୍ରୀଡାବିତ ହାଡିବନ୍ଧୁ ସିଂହ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର କ୍ରୀଡ଼ା ପ୍ରତିଭା ଦେଶ ବିଦେଶରେ ନିଜର ପାରଦର୍ଶିତା ଦେଖାଇଛନ୍ତି ା ସେ ଫୁଟବଲ ହେଉ କି ଆଥ୍‌ଲେଟିକ ପ୍ରତ୍ୟେକ ଖେଳରେ ମନୋନିବେଶ କରିଥାନ୍ତି ା ଏହାକୁ ଦୃଷ୍ଟିରେ ରଖାଯାଇ ସହରର ସାରଙ୍ଗଠାରେ ୯ ଏକର ଜମିରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ୧୯୯୩ ମେ ୧୦ରେ ଶିଳାନ୍ୟାସ ହୋଇଥିଲା ା ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ କ୍ରିକେଟ, ଭଲିବଲ, ଫୁଟବଲ, କବାଡି, ଆଥ୍‌ଲେଟିକ, ବାସ୍କେଟବଲ, ଖୋଖୋ ଆଦି ଖେଳ ପାଇଁ ଉପଯୁକ୍ତ ଭିତ୍ତିଭୂମୀ ସୃଷ୍ଟି ହୋଇଥିଲା ା ଏପରି କି ଏଠାରେ ଭଲିବଲ, ଫୁଟବଲ, ଆଥ୍‌ଲେଟିକ ଟ୍ରାକ ରହିବା ସହିତ ଏହି ଷ୍ଟାଡିୟମରେ ପ୍ରାୟ ୨ ହଜାର ଦର୍ଶକଙ୍କ ପାଇଁ ଗ୍ୟାଲେରି ନିର୍ମାଣ ହୋଇଛି ା ସେହିପରି ଖେଳାଳି ଓ ଖେଳ ସରଞ୍ଜମ ପାଇଁ ଗୃହ ନିର୍ମାଣ ହୋଇଛି ା ୨୦୦୮ଫେବୃୟାରୀ ୧୭ ରେ ତତ୍କାଳୀନ ପୂର୍ତ୍ତଓ ଗୃହ ନିର୍ମାଣ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏହାକୁ ଉଦ୍‌ଘାଟନ କରିଥିଲେ। ତେବେ ଏହି ଷ୍ଟାଡିୟମ ପାଇଁ ଉପଯୁକ୍ତ ରାସ୍ତା, ବିଦ୍ୟୁତ୍‌, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ ହୋଇ ପାରି ନ ଥିବାରୁ ଦୀର୍ଘ ୧୫ ବର୍ଷ ଧରି ଅବହେଳିତ ଭାବେ ପଡିରହିଛି ା ଏଠାରେ ଅଦ୍ୟାବଧି କୌଣସି ଖେଳ ପ୍ରତିଯୋଗିତା ଆୟୋଜିତ ହୋଇ ପାରି ନ ଥିବା ବେଳେ କ୍ରୀଡା ପ୍ରତିଭାଙ୍କୁ ଏଠାରେ ଖେଳ ପାଇଁ ପ୍ରୋତ୍ସାହିତ କରାଯାଇ ପାରୁନାହିଁ ା ଫଳରେ ଷ୍ଟାଡିୟମ ଅପନ୍ତରା ଭାବେ ପଡି ରହିବା ସହ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି ା ଜିଲାର କ୍ରୀଡା ପ୍ରତିଭାଙ୍କ ବିକାଶ ପାଇଁ ଗଣ୍ଡାକିଆ ରାସ୍ତାରୁ ଷ୍ଟାଡିୟମ ପାଇଁ ସ୍ବତନ୍ତ୍ର ରାସ୍ତା ବ୍ୟବସ୍ଥା ହେବା ଆବଶ୍ୟକ। ଏହା ବ୍ୟତୀତ ଷ୍ଟାଡିୟମର ମରାମତି ସହ ପ୍ରଶିକ୍ଷକ ନିଯୁକ୍ତି ହେଲେ କ୍ରୀଡାର ବିକାଶ ହୋଇ ପାରିବ ବୋଲି ସେମାନେ ମତ ଦେଇଛନ୍ତି ା ଏସମ୍ପର୍କରେ ଜିଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ କହିଛନ୍ତି, ଷ୍ଟାଡିୟମର ମରାମତି ପାଇଁ ଅର୍ଥ ଅନୁଦାନ ମିଳିଛି ା ଏଥିରେ ପାଚେରୀ ମରାମତି ସହ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତୀକରଣ ହୋଇଛି ା ପାଣି ଓ ବିଜୁଳି ବ୍ୟବସ୍ଥା କରାଯାଉଛି ା ଏକ କ୍ରୀଡ଼ା ହଷ୍ଟେଲ ନିର୍ମାଣ ମଞ୍ଜୁରୀ ଅପେକ୍ଷାରେ ଅଛି ା ଏହାଦ୍ୱାରା କ୍ରୀଡା ପ୍ରତିଭା ବିକଶିତ ହେବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?