ଯାଜପୁର

ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା

ଯାଜପୁରରୋଡ୍‌,୧୩।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅବରସରପ୍ରାପ୍ତ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନଙ୍କ ନାମରେ ପୁରାତନ ଛାତ୍ର ପରିଷଦ(ଅଲମୁମିନି)ପକ୍ଷରୁ ଯାଜପୁରରୋଡ୍‌ ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଗତ ୮ ମାସ ପୂର୍ବେ ଅବସର ନେଇ ସାରିଛନ୍ତି। ହେଲେ ସେ ବେଆଇନ ଭାବେ…

ବିରଜାକ୍ଷେତ୍ରକୁ ନୂତନ ରେଳପଥ ଆଶା ଉଜ୍ଜ୍ୱଳ

ଯାଜପୁର,୧୨ା୯(ହର୍ଷବର୍ଦ୍ଧନ ବେହେରା): ଗତ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର-କେନ୍ଦୁଝର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ବିରଜା ମନ୍ଦିର ନୂତନ ରେଳପଥ ନିର୍ମାଣ ଆଶା ଉଜ୍ଜ୍ୱଳ ହୋଇଛି। ସୋମବାର ରେଳ ମନ୍ତ୍ରଣାଳୟ ପକ୍ଷରୁ…

ପ୍ରଭାତ ଦାଶଙ୍କୁ ସୁବେଦାର ମେଜର ସମ୍ମାନ

ଚଣ୍ଡିଖୋଲ,୧୨ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଦେଶ ପାଇଁ ତ୍ୟାଗ, କର୍ତ୍ତବ୍ୟ ଓ ଦୀର୍ଘ ୩୦ବର୍ଷ ସେବା ପାଇଁ ୧୬୬ ବାଟାଲିୟନ ଆସାମ ରାଇଫଲର କର୍ଣ୍ଣେଲ ମହେନ୍ଦ୍ର ସିଂହ କମାଣ୍ଡିଂ ଅଧିକାରୀ ପ୍ରଭାତ କୁମାର ଦାଶଙ୍କୁ ସୁବେଦାର ମେଜର ପଦରେ ବିଭାଗ ପକ୍ଷରୁ ସମ୍ମାନିତ…

ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସ ନିର୍ମାଣରେ ଅନିଶ୍ଚିତତା

ରସୁଲପୁର,୧୨ା୯(ରଞ୍ଜିତ ରାଉତ): ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା ରସୁଲପୁର ବ୍ଲକ ଆଦର୍ଶ ବିଦ୍ୟାଳୟ କଲଣ ଠାରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ, ରୋଷଶାଳା, ଛାତ୍ରୀଛାତ୍ର ନିବାସ, ସାଇକେଲ…

ଜିଲାପାଳଙ୍କୁ ଜବାବ ମାଗିଲା ସିଆ

ଯାଜପୁର,୧୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନ ଅଭିଯୋଗ ସାଟେଲାଇଟ୍‌ ମାପଚୁପରେ ପ୍ରମାଣିତ ହୋଇସାରିଛି। ଏପରିକି ବିଭିନ୍ନ ପର୍ଯ୍ୟାୟରେ ଅଧିକ ଲୁଟ୍‌ କରିଥିବା ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା…

ସଜେଇ ହେଉଛି ପାଣିକୋଇଲି ବଜାର

ପାଣିକୋଇଲି,୧୧ା୯(ବିକାଶ ମଲ୍ଲିକ): ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ପୂଜା ପାଇବାକୁ ଓହ୍ଲାଇ ଆସିବେ ଗଜାନନ। ଏଥିଲାଗି ସଜେଇ ହେଉଛି ପାଣିକୋଇଲି ବଜାର। ଦୋଳ ମେଲଣ ପରେ ଗଜାନନଙ୍କ ପୂଜା ପାଣିକୋଇଲିର ଅନ୍ୟତମ ଗଣପର୍ବ ହୋଇଥିବାବେଳେ ଏଥି ଲାଗି ପ୍ରସ୍ତୁତି ଶେଷ…

ସଚେତନତା ପ୍ଲେଟ୍‌ ନାଁରେ ୩୦ଟଙ୍କା ଆଦାୟ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ, ଝିଅଙ୍କୁ ବଞ୍ଚାନ୍ତୁ ଓ ଝିଅଙ୍କୁ ପଢ଼ାନ୍ତୁ, ସ୍ବଚ୍ଛ ଗ୍ରାମ ସମୃଦ୍ଧ ଭାରତ ଆଦି ସଚେତନତାର ବାର୍ତ୍ତା ଦେଉଥିବା ଏକ ପ୍ଲେଟ ଲଗାଇବାକୁ ଲୋକଙ୍କଠାରୁ ୩୦ ଟଙ୍କା ଲେଖାଏ ଆଦାୟ କରାଯାଉଛି।…

୫ ବର୍ଷ ହେଲା ଅଟକିଛି ସମ୍ପ୍ରସାରଣ ପ୍ରସ୍ତାବ

ଯାଜପୁର,୧୦ା୯(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଞ୍ଚିଚୁଅଁା ଅଞ୍ଚଳବାସୀଙ୍କ ବିରୋଧ ଯୋଗୁ ରାମକୀ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ପ୍ରସ୍ତାବିତ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ପାରିପାର୍ଶ୍ୱିକ ବିକାଶ ଏବଂ ଜଳ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣରେ ବିଫଳତା ଯୋଗୁ ଲୋକେ ୫…

ଲୋକାୟୁକ୍ତଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା): ସମାଜରେ ସବୁଠାରୁ ଅବହେଳିତ ଯାଯାବର ମାଙ୍କଡିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ବସତି କଲୋନୀ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାର ବିବାଦ ଘେରକୁ…

ରାସ୍ତା ମାଡ଼ି ବସୁଛନ୍ତି ବ୍ୟବସାୟୀ

ଯାଜପୁରରୋଡ୍‌,୮ା୯(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳାଭାବେ ପରିଚିତ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନକୁ ଆଶାତୀତ ଭାବେ ବୃଦ୍ଧି ପାଉଛି। ସେହି ଅନୁଯାୟୀ ସହର ମଧ୍ୟରେ ଯାନବାହନ ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବ୍ୟବସାୟିକ…

ଫସର ଫାଟିଲା ରବି ଚାଷ ଆଶା

ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା) : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଖରିଫ ସହିତ ରବି ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ କରି କେବଳ…

୫ ବର୍ଷ ହେଲା ବସ୍‌ ଅପେକ୍ଷାରେ ନଗଡ଼ାବାସୀ

ଯାଜପୁର,୭ା୯(ହର୍ଷବର୍ଦ୍ଧନ ବେହେରା)ଶିଶୁ ଅପପୁଷ୍ଟି ପାଇଁ ଚର୍ଚ୍ଚିତ ଯାଜପୁର ଜିଲା ନଗଡ଼ାକୁ ବସ୍‌ ସେବା ପ୍ରତିଶ୍ରୁତି ଫସରଫାଟିଛି। ୨୦୧୭ ଅଗଷ୍ଟ ୧୧ରେ ନଗଡ଼ାବାସୀଙ୍କ ସମେତ ଆଖପାଖ ଜନସାଧାରଣଙ୍କ ପାଇଁ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଦାନଗଦିଠାରେ ବିଧାୟକ ତଥା ବର୍ତ୍ତମାନର ଗ୍ରାମ୍ୟ ଉନ୍ନୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?