ପ୍ରେମ ବିବାହର ୬ ମାସ ହୋଇନି, ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଦଶରଥପୁର,୨୦।୯(ମନୋଜ ପୃଷ୍ଟି): ପ୍ରେମ ବିବାହର ୬ ମାସ ହୋଇନାହିଁ, ହେଲେ ଯୁବତୀଙ୍କ ମୃତ୍ୟୁ ଘଟିବା ଘଟଣା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳର ଆଲୋଡ଼ନ ସୃଷ୍ଟି କରିଛି। ଏହା ଏକ ହତ୍ୟା ଘଟଣା ବୋଲି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି। ହେଲେ ମୃତକଙ୍କ ଶ୍ୱଶୁର ଘର ପକ୍ଷରୁ ବୋହୂ ଆମତ୍ହତ୍ୟା କରିଥିବା କୁହାଯାଉଛି। ମଙ୍ଗଳପୁର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିଛି। ପୋଲିସ ମୃତ ରଶ୍ମିତାଙ୍କ ସ୍ବାମୀ ମୃତ୍ୟୁଞ୍ଜୟ ପତିଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ମୃତ୍ୟୁଞ୍ଜୟଙ୍କୁ ଭଲପାଇ ଘରଛାଡି ପଳାଇ ଆସିଥିବା ରଶ୍ମିତାଙ୍କ ବାପା ମଧ୍ୟ ଝିଅର ଏପରି ସନ୍ଦେହଜନକ ମୃତ୍ୟୁରେ ମଙ୍ଗଳପୁର ଥାନାରେ କେବଳ ଝିଅ ମରିଥିବା ସମ୍ପର୍କରେ ଏତାଲା କରିଛନ୍ତି। ରଶ୍ମିତାଙ୍କ ମୁହଁରେ ମାଡ ଦାଗ ସ୍ପଷ୍ଟ ପରିଲକ୍ଷିତ ହୋଇଛି ା ହେଲେ ରଶ୍ମିତାଙ୍କ ବାପା ଝିଅର ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନ ଥିବା ଥାନା ଆଇଆଇସି ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳପୁର ଥାନା ଅଧୀନ ମଲିକାପୁର ପଞ୍ଚାୟତ ଦାଣ୍ଡିସାହି ଗ୍ରାମର ନାରାୟଣ ଚନ୍ଦ୍ର ପତିଙ୍କ ପୁଅ ମୃତ୍ୟୁଞ୍ଜୟ (ବବୁଲ୍‌) ସେହି ଗ୍ରାମର ଗୌତମ ପଣ୍ଡାଙ୍କ ଝିଅ ରଶ୍ମିତାଙ୍କୁ ଭଲପାଇ ମାତ୍ର ୬ ମାସ ତଳେ ବିବାହ କରିଥିଲେ। ମଙ୍ଗଳବାର ସକାଳେ ରଶ୍ମିତା ଘରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି ବୋଲି ଶ୍ୱଶୁର ଘର ପକ୍ଷରୁ ଥାନାକୁ ସୂଚନା ଦିଆଯାଇଥିଲା। ଏନେଇ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା(ନଂ.୨୧/୨୦୨୩) ରୁଜୁ ଯାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ଅଗଷ୍ଟ ୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ବିନା ଆନ୍ଦୋଳନରେ କାମ କରୁନି ପ୍ରଶାସନ: ଜାତୀୟ ରାଜପଥ ଅବରୋଧ ପରେ ମରାମତି କାର୍ଯ୍ୟ ଆରମ୍ଭ

କୁଆଁରମୁଣ୍ଡା,୧୧।୮(ମହେନ୍ଦ୍ର କୁମାର ସାହୁ): ଏବେ ବିନା ଆନ୍ଦୋଳନ କିମ୍ବା ଧର୍ମଘଟରେ ଆଉ କୌଣସି କାର୍ଯ୍ୟ ହେଉନାହିଁ। ପ୍ରଶାସନ କେବଳ ପୂର୍ବରୁ ସବୁ ଦେଖି ଚୁପ୍ ବସୁଛି ଏବଂ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri