ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ପ୍ରହସନ

ରସୁଲପୁର,୨୦।୯(ରଞ୍ଜିତ ରାଉତ):  ଯାଜପୁର ଜିଲା ରସୁଲପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୬୬ ଅଙ୍ଗନୱାଡି କେନ୍ଦ୍ର ରହିଛି।ଏହି କେନ୍ଦ୍ରରେ ପ୍ରି-ସ୍କୁଲ/ପ୍ଲେ-ସ୍କୁଲର ୩ରୁ ୬ବର୍ଷ ପର୍ଯ୍ୟନ୍ତ ୫ହଜାରରୁ ଊର୍ଦ୍ଧ୍ୱ କୋମଳମତି ଶିଶୁ କେନ୍ଦ୍ରରେ ନାମ ଲେଖାଇଛନ୍ତି। ପ୍ରତ୍ୟେକ କେନ୍ଦ୍ର ପକ୍ଷରୁ ପୋଷଣଯୁକ୍ତ ଖାଦ୍ୟ ଦେବାକୁ ସରକାରୀସ୍ତରରେ ବ୍ୟବସ୍ଥା କରାଯାଇଛି। ସକାଳୁ ଜଳଖିଆ, ମଧ୍ୟାହ୍ନରେ ଗରମ ରନ୍ଧାଖାଦ୍ୟ ଜରିଆରେ ପୋଷଣଯୁକ୍ତ ଖାଦ୍ୟ ପରିଷିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଖାଦ୍ୟ ସାମଗ୍ରୀର ଦର ଅହେତୁକ ବୃଦ୍ଧି ଯୋଗୁ ପିଲାମାନଙ୍କୁ ସକାଳ ଜଳଖିଆ, ଓ ପୋଷଣଯୁକ୍ତ ଖାଦ୍ୟ ପରିଚାଳନାକୁ ନେଇ ଅଙ୍ଗନୱାଡି କର୍ମୀମାନଙ୍କ ଚିନ୍ତା ବଢିଛି। ଅଣ୍ଡା, ପନିପରିବା, ଡାଲି, ମସଲା ଆଦିର ଦର ହୁ ହୁ ହୋଇ ବଢି ଯାଉଥିବାରୁ ଶିଶୁମାନଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ବ୍ୟବସ୍ଥା କେବଳ ପ୍ରହସନ ପାଲଟିଛି। ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କେବଳ ଲୋକ ଦେଖାଣିଆ ଚାଲିଛି ବୋଲି ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଶିଶୁମାନଙ୍କୁ ମାନସିକ, ଶାରିରୀକ ସୁସ୍ଥ ରଖିବା ସହ ରକ୍ତହୀନତା, ପୃଷ୍ଟିହୀନତା, କମ୍‌ ଓଜନ, ଉଚ୍ଚତା ବଢ଼ାଇବା ପାଇଁ ଶିଶୁମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗ ଦର୍ଶିକା ଜାରି କରାଯାଇଛି। ଏହି କ୍ରମରେ ଦେଖିଲେ କେନ୍ଦ୍ରକୁ ଆସୁଥିବା ପିଲାମାନଙ୍କୁ ସକାଳ ଜଳଖିଆରେ ଗଜାବୁଟ, ଚୁଡ଼ା ଓ ମୁଢ଼ିମୁଆଁ ପ୍ରଦାନ କରାଯାଉଛି । ମଧ୍ୟାହ୍ନ ଭୋଜନରେ ସୋମବାର ଭାତ, ଡାଲମା, ବାକି ସପ୍ତାହକୁ ୫ଦିନ ଭାତ ଓ ଅଣ୍ଡା ତରକାରୀ ପ୍ରଦାନ କରାଯିବାକୁ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ପକ୍ଷରୁ ମୁଣ୍ଡପିଛା ଜଳଖିଆ ପାଇଁ ଟ୨.୪୦ପ. ଓ ମଧ୍ୟାହ୍ନ ଭୋଜନ ପାଇଁ ଟ୬.୪୦ପ. ଅନୁଦାନ ମିଳୁଛି। ସରକାରଙ୍କ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତାରେ ଯେନତେନ ଉପାୟରେ ସକାଳ ଜଳଖିଆ ପରିଚାଳନା ହୋଇଯାଉଛି ା ମାତ୍ର ଗରମ ରନ୍ଧାଖାଦ୍ୟ ପରିଚାଳନା କରିବା ଏକପ୍ରକାର ଅସମ୍ଭବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅଣ୍ଡା ଗୋଟାକୁ ସରକାର ଟ୫.୫୦ପ. ଦେଉଥିବା ବେଳେ ବଜାର ଦର ୭ଟଙ୍କା ଓ ଡାଲି କେଜି ପ୍ରତି ୧୦୦ଟଙ୍କା ମିଳୁଥିବା ବେଳେ ବଜାର ଦର ୧୫୦ରୁ ଊର୍ଦ୍ଧ୍ୱ ରହିଛି ା ତା’ଉପରେ ଆହୁରି ଦର ବଢିବାରେ ଲାଗିଛି। ମସଲା ଓ ରନ୍ଧନ ଗ୍ୟାସ ଦର ବି ବଢୁଛି। ଏଭଳି ପରିସ୍ଥିତିରେ ଅଣ୍ଡା, ରନ୍ଧନ ଗ୍ୟାସ, ମସଲା, ଡାଲି, ପନିପରିବା, ଆଳୁ ଆଦି ସାମଗ୍ରୀ କ୍ରୟ କରି ମଧ୍ୟାହ୍ନ ଭୋଜନ ପରିଚାଳନା କେମତି କରାଯିବ ତା’ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଘରେ ରହିଥିବା ପିଲାମାନଙ୍କ ପାଇଁ ଟିଏଚ୍‌ଆର(ଟେକ୍‌ ହୋମ ରାଶନ) ଜରିଆରେ ଘରକୁ ଅଣ୍ଡା ଓ ଛତୁଆ ପ୍ରଦାନ କରାଯାଉଛି। ସେହି ବର୍ଗର ପିଲାମାନଙ୍କ ଘରକୁ ମୁଣ୍ଡପିଛା ୧୨ଟି ଅଣ୍ଡା ପ୍ରଦାନ କରିବାର ନିୟମ ରହିଛି। ଅଣ୍ଡାଦର ବଢି ଯାଇଥିବାରୁ କର୍ମୀମାନେ ମୁଣ୍ଡପିଛା ୧୦ଟି ଲେଖାଏ ଅଣ୍ଡା ଦେଉଛନ୍ତି। ସ୍ଥଳ ବିଶେଷରେ ୯ଟି ଲେଖାଏ ଅଣ୍ଡା ପ୍ରଦାନ କରାଯାଉଛି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅଭିଭାବକମାନେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲାସ୍ତରୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି ା ଉକ୍ତ ଅଭିଯୋଗ ସତ୍ତ୍ୱେ ଏଭଳି ଅବ୍ୟବସ୍ଥାର କୌଣସି ସମାଧାନର ସୂତ୍ର ବାହାରି ପାରୁନାହିଁ। ସରକାରୀସ୍ତରରେ ଦରଦାମ ବୃଦ୍ଧି ଅନୁସାରେ ଆର୍ଥିକରାଶି ବୃଦ୍ଧି ନ ଘଟାଇବା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି। ଏହି ସମସ୍ୟାକୁ ଦୂର କରିବାକୁ ହେଲେ ଅଙ୍ଗନୱାଡି କର୍ମୀମାନଙ୍କୁ ହାତପାଣ୍ଠି ପ୍ରଦାନ କରିବାକୁ କର୍ମୀମାନେ ଦାବି କରୁଛନ୍ତି। ଖାଦ୍ୟ ସାମଗ୍ରୀର ବଜାର ଦର କମ୍‌ବେଶୀ ହେଲେ ହାତପାଣ୍ଠିରୁ ଭରଣା କରାଯାଇ ପାରିବା ସହ ସରକାରଙ୍କ ବିଧିବ୍ୟବସ୍ଥାକୁ ସୁପରିଚାଳନା କରାଯାଇ ପାରିବ ବୋଲି କର୍ମୀମାନେ ମତ ରଖିଛନ୍ତି।
ଏ ଦିଗରେ ଅଙ୍ଗନୱାଡି ସୁପରଭାଇଜର ବିଷ୍ଣୁପ୍ରିୟା ଦାସଙ୍କୁ ପଚାରିବାରୁ ଯାହା ସରକାରୀ ବିଧି ବ୍ୟବସ୍ଥା ରହିଛି ତାକୁ ମାନି ଚାଲିବାକୁ ପଡିବ। ଦରଦାମ ବୃଦ୍ଧି ଯୋଗୁ ମଧ୍ୟାହ୍ନ ଭୋଜନ ପରିଚାଳନା, ବିଶେଷକରି ଘରକୁ ଅଣ୍ଡା ପ୍ରଦାନ ହେଉ ଅବା ମଧ୍ୟାହ୍ନ ଭୋନରେ ଅଣ୍ଡା ତରକାରୀ ପରଷିବାରେ ଅସୁବିଧା ହେଉଛି। ଏହି ସମସ୍ୟା ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଇବା ପାଇଁ ମାତୃ କମିଟି ଓ ଯାଞ୍ଚ କମିଟି କର୍ମକର୍ତ୍ତାଙ୍କୁ ବସାଇ ଆଲୋଚନା କରିବାକୁ କେନ୍ଦ୍ରର କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟବସ୍ଥାରେ କିଛି ବି ପରିବର୍ତ୍ତନ କରାଇଲେ କର୍ମୀମାନେ କମିଟିରେ ଆଲୋଚନା କରି ରିଜୋଲେଶନରେ ଉଲ୍ଲେଖ କରି କରିପାରିବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?