ପ୍ରଦୂଷିତ ହେଉଛି ଖଣି ଅଞ୍ଚଳ

କାଳିଆପାଣି,୨୩ା୯(ଅସିତ ମହାନ୍ତ): ଯାଜପୁର ଜିଲାର ଖଣି ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଅଦିନିଆ ବର୍ଷା ସହ ଗୁଳୁଗୁଳି ଓ ରୌଦ୍ରତାପ ଅନୁଭୂତ ହେଉଛି। ସେହିପରି ଋ଼ତୁ ପରିବର୍ତ୍ତନ ଯୋଗୁ ପାଣିର ଅଭାବ ହେଲାଣି। ଜାନୁୟାରୀ ଆରମ୍ଭରୁ ଖଣି ଅଞ୍ଚଳରେ କୂଅ, ପୋଖରୀ, ନଈ ଓ ନାଳ ଶୁଖିଯାଉଛି। ଜିଲାରେ ୨୯୦୦ ବର୍ଗ କିଲୋମିଟର ଜଙ୍ଗଲ ରହିଥିବାବେଳେ ସେଥିମଧ୍ୟରୁ ୬୩୫ ବର୍ଗ କିଲୋମିଟର ସରଂକ୍ଷିତ ଜଙ୍ଗଲ ରହିଛି। ଏହାଛଡ଼ା ୨୯୯.୩୨ ବର୍ଗ କିଲୋମିଟର ସୁରକ୍ଷିତ ଜଙ୍ଗଲ ରହିଛି। ପୂର୍ବରୁ ଗ୍ରାମାଞ୍ଚଳରେ ୪୧୯.୫୯ ବର୍ଗ କିଲୋମିଟର କ୍ଷୁଦ୍ର ଜଙ୍ଗଲ ଥିଲା। ସମୟ କ୍ରମେ ଏସବୁ କ୍ଷୁଦ୍ର ଜଙ୍ଗଲ କମିବାରେ ଲାଗିଛି। ଗ୍ରାମାଞ୍ଚଳ ଲୋକେ ସହରୀ ଢାଞ୍ଚା ଆପଣାଇ ଏବେ ଗ୍ରାମାଞ୍ଚଳର ଜଙ୍ଗଲ ଧ୍ୱଂସ କରିବାରେ ଲାଗିଛନ୍ତି। ୬ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଙ୍ଗଲ ବିଭାଗ ପକ୍ଷରୁ ଚାରାରୋପଣ କରାଯାଉଛି। ହେଲେ ବର୍ଷଶେଷରେ ଚାରାରୋପଣ ଫଳକ ରହିଥିବାବେଳେ ବୃକ୍ଷ ସେ ସ୍ଥାନରେ ଦେଖିବାକୁ ମିଳୁନି।
୧୯୪୬ରେ ସୁକିନ୍ଦା ଅଞ୍ଚଳରେ ପ୍ରଥମେ କ୍ରୋମାଇଟ ଚିହ୍ନଟ କରାଯାଇ ୧୯୫୭ରେ ଖନନ ଆରମ୍ଭ ହୋଇଥିଲା। ସେହିଦିନଠାରୁ ଦୈନିକ ବହୁ ସଂଖ୍ୟାରେ ଗଛ କଟାଚାଲିଛି। ଜଙ୍ଗଲ ସରଂକ୍ଷଣ ନିୟମ ହେବାପରେ ଯେ କୌଣସି ଖଣି, କାରଖାନା ଓ ଅନ୍ୟାନ୍ୟ ନିର୍ମାଣ ପାଇଁ କଟାଯାଉଥିବା ଗଛର ୧୦ ପ୍ରତିଶତ ଅଧିକ ଲଗାଇବାକୁ ନିର୍ଦ୍ଦେଶ ରହିଛି। ମାତ୍ର ସରକାରଙ୍କ ସମସ୍ତ ନିୟମ କାଗଜ କଲମରେ ସୀମିତ ଥିବା ଖଣି ଅଞ୍ଚଳକୁ ଦେଖିଲେ ଲାଗୁଛି। ଖଣି ଖୋଲିଲେ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି, ଲୋକଙ୍କ ଆର୍ଥିକ ସ୍ବଚ୍ଛଳତା ବଢିବ ବୋଲି ସମସ୍ତେ ଆଶା କରିଥିଲେ। ଲୋକଙ୍କ ଆଶା ମଧ୍ୟ ଅନେକ ପରିମାଣରେ ସଫଳ ହୋଇଛି। ହେଲେ ମନୁଷ୍ୟ ବଞ୍ଚତ୍ବା ପାଇଁ ଆବଶ୍ୟକ ସୁସ୍ଥ ବାୟୁମଣ୍ଡଳ, ଉତ୍ତମ ପରିବେଶ ଓ ଶୁଦ୍ଧ ପାନୀୟ ଜଳ ଦୁର୍ଲଭ ହେଲାଣି।
ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ପ୍ରତି ବର୍ଷ ଯକ୍ଷ୍ମା ପରି ଦୁରାରୋଗ୍ୟ ବ୍ୟାଧିରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ପ୍ରତିଦିନ କ୍ରୋମାଇଟ ଲୋଡିଂ କରିବାକୁ ଆସୁଥିବା ଟ୍ରକ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିବାବେଳେ ଖଣିରୁ ବାହାରୁଥିବା ହେସ୍କା ଭାଲେଣ୍ଟ ଜଳ କିଡ୍‌ନୀ ଜନିତ ରୋଗର କାରଣ ପାଲଟୁଛି। ଏହାଦ୍ୱାରା ପ୍ରତିବର୍ଷ ଅଞ୍ଚଳରେ ପ୍ରତିଗାଁରୁ ୫ରୁ୭ ଜଣଙ୍କ ମୃତ୍ୟୁ ହେଉଥିବା ଉଦାହରଣ ରହିଛି। ରାସୋଲ ଗାଁର ରସାନନ୍ଦ ସାମଲ, ନକୁଳ ସାମଲ, ମିନତି ମହାନ୍ତ, ବିଡିଓ ସାମଲଙ୍କ ସହ ଅନ୍ୟମାନେ କକର୍ଟ ଓ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଛନ୍ତି। ବୃକ୍ଷରୋପଣ କରିବା, ପଲିଥିନ କମ ବ୍ୟବହାର କରିବା, ପାଣିକୁ ଫୁଟାଇ ପିଇବା ଓ ଘର ଚାରି ପାଖ ସଫା ରଖିବା ପାଇଁ ସଚେତନ କରିବାର ଆବଶ୍ୟକତା ରହିଛି। ହେଲେ ଖଣି କମ୍ପାନୀ ପ୍ରତିନିଧିମାନେ ବର୍ଷକୁ ଥରେ କିମ୍ବା ଦୁଇଥର ସ୍ବାସ୍ଥ୍ୟଶିବିର କରି କେବଳ ପାରାସିଟାମଲ ବଟିକାରେ ନିଜ କର୍ତ୍ତବ୍ୟ ଶେଷ କରିଦେଉଛନ୍ତି। ଆଗାମୀ ଦିନରେ ଅଧିକ ଚାରାରୋପଣ, ସହ ଅନ୍ୟ ବିଷୟରେ ଲୋକେ ସଚେତନ ନ ହେଲେ ଯୁବପିଢ଼ି ଅକାଳରେ ମୃତ୍ୟୁବରଣ କରିବେ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri