ଯାଜପୁର

ଡ୍ରାଇଭିଂ ଟେଷ୍ଟିଂରେ ମଧ୍ୟସ୍ଥଙ୍କ ରାଜୁତି

ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଯାଜପୁର ଜିଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ କେତେଜଣ ମଧ୍ୟସ୍ଥିଙ୍କ ଜରିଆରେ ଡ୍ରାଇଭିଂ ଟେଷ୍ଟିଂ, ଫିଟନେସ…

ଜବରଦଖଲ ଉଚ୍ଛେଦ

କୋରେଇ,୧୪ା୪(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଅନ୍ଧାରି ପଞ୍ଚାୟତ କୋରେଇଗଡ଼ିଆ ଗ୍ରାମରେ ଜବରଦଖଲ ହୋଇଥିବା ଦେବସ୍ଥଳୀ କିସମ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଉକ୍ତ ଜମିକୁ ଜବରଦଖଲ କରିଥିଲେ। ପୂର୍ବରୁ ଏହି ଜମିରେ…

ପୌର ବଜେଟ ଫାଇଲ ଚୋରି ଭିଡିଓ ଭାଇରାଲ

ଯାଜପୁର ରୋଡ,୧୪ା୪(ଡି.ଏନ.ଏ.):ବ୍ୟାସନଗର ପୌରପାଳିକା ତରଫରୁ ଗତ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି। ଏହି ବଜେଟରେ କୌଣସି ବିଷୟରେ ତାଳମେଳ ରହୁ ନ ଥିବା କାଉନସିଲରମାନେ ଅଭିଯୋଗ କରୁଥିବା ବେଳେ କୋରେଇ ବିଧାୟକ ମଧ୍ୟ ଅସନ୍ତୋଷ ଜାହିର…

ଖଣି କର୍ମଚାରୀଙ୍କ ୫ କୋଟି ଇପିଏଫ୍‌ ଟଙ୍କା ଆତ୍ମସାତ୍‌

କାଳିଆପାଣି,୧୩ା୪(ଡି.ଏନ.ଏ.): ଯାଜପୁର ଜିଲାରେ କର୍ମଚାରୀ ଓ ଶ୍ରମିକଙ୍କୁ ଶୋଷଣ କରିବା କେତେଜଣ ଖଣି ମାଲିକଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦରମା ପରେ ଏବେ କର୍ମଚାରୀ ଓ ଶ୍ରମିକଙ୍କ ଭବିଷ୍ୟତ ନିଧି ଟଙ୍କା ଆତ୍ମସାତ୍‌ କରାଯାଉଛି ବୋଲି ଅଭିଯୋଗ ହୋଇଛି…

ନଦୀବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା

ଯାଜପୁର ଅଫିସ,୧୩ା୪: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଓ ଏହାର ଶାଖାନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ବହୁ ଧନଜୀବନ କ୍ଷତି ହେଉଛି। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ନଦୀବନ୍ଧ ସୁଦୃଢୀକରଣ ନାମରେ…

୫୦ କୋଟି ପ୍ରାପ୍ୟ ପାଇଁ ଗାଁରୁ ଆରମ୍ଭ ହେବ ଆନ୍ଦୋଳନ

ଯାଜପୁର ଅଫିସ,୧୨।୪ : ଓଡ଼ିଶା ଖଣି ନିଗମ ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକଙ୍କ ହକ୍‌ ପ୍ରାପ୍ୟ ୫୦ କୋଟି ଟଙ୍କା ପ୍ରଦାନ ନ କଲେ ବ୍ୟାପକ ଆନ୍ଦୋଳନ ହେବ। ଏହାବାଦ୍‌ ଘରକୁ ଘର ଯାଇ ଏକ ଅଭିନବ ଅଭିଯାନ…

ହସ୍ତାନ୍ତର ହୋଇନି ୪୦୦ ଏକର ଜମି

ଯାଜପୁର ଅଫିସ,୧୨।୪: ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ନଂ.ଜାତୀୟ ରାଜପଥ(ଏନ୍‌ଏଚ୍‌)ପ୍ରକଳ୍ପ ଫଳକରେ ସୀମିତ ରହିଛି। ଏଥିପାଇଁ ପ୍ରାୟ ୪୦୦ ଏକର ଜମି ଏନ୍‌ଏଚ୍‌ଏଆଇକୁ ଏଯାଏ ହସ୍ତାନ୍ତର ହୋଇ ନ ଥିବାରୁ କାମ ଆରମ୍ଭ ହୋଇ…

ବଳରାମ ଯୋଜନାରେ ଉପକୃତ ହେବେ ବୁଣାକାର

ରସୁଲପୁର,୧୨।୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗ୍ରାମର ବୁଣାକାରଙ୍କୁ ସମବାୟ ବିଭାଗ ପକ୍ଷରୁ ଋଣ ପ୍ରଦାନ କରିବାକୁ ନେଇ ଏକ ବୈଠକ ସମିତି ସଭାପତି ନରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ, ବୁଣାକାର, ଶିଳ୍ପୀ,…

ବୁରୁସାହିକୁ ଆଦର୍ଶ ଗ୍ରାମ ନିର୍ଦ୍ଦେଶରେ ସୀମିତ

ଜେନାପୁର,୧୨।୪(ଡି.ଏନ.ଏ.): ଯାଜପୁର ଜିଲାର ଦ୍ୱିତୀୟ ନଗଡ଼ା ଭାବେ ଧର୍ମଶାଳା ବ୍ଲକ୍‌ ଅଧୀନ ଅଞ୍ଜିରା ପଞ୍ଚାୟତର ବୁରୁସାହି ଗ୍ରାମ ପରିଚିତ। ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ମୟୂରଭଞ୍ଜ ଓ କେନ୍ଦୁଝର ଅଞ୍ଚଳରୁ ୨୫ରୁ ଊଦ୍ଧର୍‌ବ ଆଦିବାସୀ ପରିବାର ଆସି ବସବାସ କରୁଛନ୍ତି।…

ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌ ପାଲଟିଛି ମୃତ୍ୟୁଯନ୍ତା

ଚଣ୍ଡିଖୋଲ,୧୨।୪(ଡି.ଏନ.ଏ.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ଏବେ ନିରାପଦ ନୁହେଁ, ଏହା ମୃତ୍ୟୁଯନ୍ତା ପାଲଟିଛି। ଏହି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଜୀବନ ଯାଉଥିବାବେଳେ ଅଧିକାଂଶ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାସ୍ତା ଅବରୋଧ କରି ଠିଆ ହୋଇଥିବା ଲୁହାପଥର…

ପୂର୍ବରୁ ଗୁଳି, ଏବେ ଅଣଦେଖାର ଶିକାର

ଯାଜପୁର ଅଫିସ,୧୧ା୪: ଯାଜପୁର ଜିଲା ଦାନଗଦି ବ୍ଲକ ଅଧୀନ ବହୁ ଗ୍ରାମର ବାସିନ୍ଦା ପ୍ରଦୂଷଣ ଜ୍ୱାଳାରେ ବିସ୍ଥାପିତ ହୋଇ ଅନ୍ୟତ୍ର ରହିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏ ଦିଗରେ ପ୍ରତିବନ୍ଧକ ସାଜିଛି ରାଜ୍ୟ ସରକାରଙ୍କ ୨୦୦୫ କଳିଙ୍ଗନଗର ବିସ୍ଥାପନ ନୀତି।…

୧୯ରେ ଅର୍ଥନୈତିକ ଅବରୋଧ, ବ୍ୟାସନଗର ବନ୍ଦ

ଯାଜପୁର ରୋଡ୍‌,୧୧। ୪(ଡି.ଏନ୍‌.ଏ.): ୫ ଦଫା ଦାବିରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଧାରଣା ଓ ଧର୍ମଘଟ ସୋମବାର ୩ୟ ଦିିବସରେ ପହଞ୍ଚିଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କମିଟି ସଭାପତି ହେମନ୍ତ କିଶୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?