ବିଞ୍ଝାରପୁରରେ ବରୀ ଗୋଟି ଖେଳିପାରେ ବିଜେଡି

ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ମନୋନୀତ ହେବା ପରେ ଯାଜପୁର ଜିଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରମିଳା ୬ଥର ଏହି ଆସନରୁ ବିଜୟୀ ହୋଇଛନ୍ତି। ତେବେ ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କ ପ୍ରାର୍ଥିତ୍ୱକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଶୁଣିବାକୁ ମିଳୁଛି। ବାଚସ୍ପତି ହୋଇଥିବାରୁ ତାଙ୍କୁ ନିର୍ବାଚନ ପୂର୍ବରୁ ପ୍ରଚାର କରିବାରେ ଅଡ଼ୁଆ ହେବ ଏବଂ ଯୋଜନାବଦ୍ଧ ଭାବେ ତାଙ୍କ ରାଜନୈତିକ ପତିଆରାକୁ ହ୍ରାସ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ୨୦୧୯ରେ ବରୀ ନିର୍ବାଚନ ମଣ୍ଡଳୀରେ ଭାଜପା ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ବିଜେଡି ଅଧିଗ୍ରହଣ କରି ବିଧାୟିକା ଭାବେ ପ୍ରାର୍ଥୀ କରି ସଫଳତା ପାଇଥିଲା। ଏଭଳି ଗୋଟି ଚାଳନାର ପୁନରାବୃତ୍ତି ବିଞ୍ଝାରପୁରରେ ବି ହୋଇପାରେ ବୋଲି କେତେଜଣ ସମୀକ୍ଷକ ମତ ଦେଇଛନ୍ତି।
୨୦୨୪ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ଘନ ଘନ ସଭା, ସମିତି ଓ ବୈଠକ ମାନ ଆୟୋଜିତ ହେଉଛି। ଏଥିରେ ଶାସକ ବିଜେଡ ଆଗରେ ଥିବାବେଳେ ବିରୋଧୀ ଭାଜପା ଓ କଂଗ୍ରେସ ଟିକେ ପଛରେ ପଡ଼ିଥିବା ମନେହେଉଛି। ୨୦୧୯ ନିର୍ବାଚନରେ ବିଜେଡି ସହିତ ଭାଜପାର କଡ଼ା ମୁକାବିଲା ହୋଇଥିଲା। ବିଞ୍ଝାରପୁରରେ ବିଜେଡିରୁ ପ୍ରମିଳା ମଲ୍ଲିକ ୭୯,୦୮୭ ଖଣ୍ଡ ଭୋଟ ପାଇଥିବା ବେଳେ ଭାଜପାରୁ ବବିତା ମଲ୍ଲିକ ୫୭,୮୬୧ ଭୋଟ ପାଇବାକୁ ସକ୍ଷମ ହୋଇଥିଲେ। ଆସନ୍ତା ନିର୍ବାଚନରେ ଟିକେଟ ପାଇବା ପାଇଁ ବିଜେଡିରୁ ବିଧାୟିକା ପ୍ରମିଳା ମଲ୍ଲିକ ଏକମାତ୍ର ଦାବିଦାର ରହି ଆସିଥିବାବେଳେ ବର୍ତ୍ତମାନ ବାଚସ୍ପତି ହେବାପରେ ପାଣି ଟିକେ ଗୋଳିଆ ହେଉଥିବା କୁହାଯାଇଛି। ତାଙ୍କୁ ଆସନ୍ତା ନିର୍ବାଚନରେ ବିଧାନସଭା ବଦଳରେ ଲୋକ ସଭାକୁ ପଠାଯିବା ପାଇଁ ଯୋଜନା ହେଉଥିବା ଆଲୋଚନା ହେଉଛି। ଏହାସହ ତାଙ୍କ ସ୍ଥାନରେ ଦଳ ପକ୍ଷରୁ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ କିମ୍ବା ଜିଲା ପରିଷଦ ସଭ୍ୟା ମାମିନା ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି।
ଅପରପକ୍ଷରେ ପ୍ରମୁଖ ବିରୋଧୀ ଦଳ ଭାଜପାରୁ ଏକାଧିକ ଆଶାୟୀ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାଜପାରୁ ବବିତାଙ୍କ ସମେତ ଅମିୟ ମଲ୍ଲିକ ମଧ୍ୟ ଆଶା ବାନ୍ଧିଛନ୍ତି। କଂଗ୍ରେସରୁ ବନିତା ଦାସ, କନକଲତା ମଲ୍ଲିକ, ମନୋରଞ୍ଜନ ଦାସ ପ୍ରମୁଖ ଟିକେଟ ଆଶାରେ ରହିଛନ୍ତି। ଅମିୟ ଗତ ନିର୍ବାଚନରେ ବିଧାନସଭା ଆସନ ପାଇଁ ଆଶାବାଦୀ ଥିବାବେଳେ ତାଙ୍କୁ ଲୋକ ସଭା ଟିକେଟ ଦିଆଯାଇଥିଲା। ମାତ୍ର ତାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ତେଣୁ ସେ ଚଳିତ ଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସେହିପରି ଗତ ୨ ଦଶନ୍ଧି ଧରି ବିଞ୍ଝାରପୁର ରାଜନୀତିରେ ସକ୍ରିୟ ଥିବା ବବିତା ମଲ୍ଲିକ ଗତ ନିର୍ବାଚନରେ ପ୍ରମିଳାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏହାବାଦ ଗତ ୫ ବର୍ଷ ଧରି ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ରଖି ଆସୁଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନରେ ସେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ତୃଣମୂଳସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବାରେ ଆଗରେ ରହିଛନ୍ତି। ଅନ୍ୟପକ୍ଷେ ମନ୍ତ୍ରୀ ପ୍ରମିଳା ବାଚସ୍ପତି ହେବା ପରେ ଦଳୀୟ କାର୍ଯ୍ୟକ୍ରମରେ ସେତେଟା ସକ୍ରିୟ ହୋଇ ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାର ଫାଇଦା ନେବାକୁ ଭାଜପାର ବବିତା ସଜବାଜ ହେଉଥିବା ଶୁଣିବାକୁ ମିଳିଛି। ତେଣୁ ବବିତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବିଜେଡି ୨୦୧୯ ବରୀ ନିର୍ବାଚନ ମଣ୍ଡଳୀ ଭଳି ଗୋଟି ଖେଳିପାରେ ବୋଲି ସନ୍ଦେହ କରାଯାଇଛି। ବବିତାଙ୍କୁ ବିଜେଡିରେ ମିଶାଇ ବିଧାୟିକା ଟିକେଟ ଦେବାକୁ ଯୋଜନା ହେଉଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ୨୦୧୯ରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ମାତ୍ର ଆସନ୍ତା ନିର୍ବାଚନରେ ଦଳ ପକ୍ଷରୁ ବିଞ୍ଝାରପୁର ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷା କନକଲତା ମଲ୍ଲିକ ପ୍ରମୁଖ ଦାବିଦାର ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri