ରାସ୍ତା ମଝିରେ ଗର୍ତ୍ତ, ଦୁର୍ଘଟଣା ବଢୁଛି

ଯାଜପୁରରୋଡ୍‌,୨୩ା୯ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ସହ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରେଲ୍‌ଓ୍ବେ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇ ଷ୍ଟେଶନବଜାର, ବସ୍‌ଷ୍ଟାଣ୍ଡ, ବ୍ୟାସନଗର ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟ ସହ ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଛି। ଏହାସହ ବ୍ୟାଙ୍କ ଷ୍ଟ୍ରିଟ୍‌, ରାଧାନାଥ ମାର୍ଗ ରାସ୍ତା ମଧ୍ୟ ଏହି ରାସ୍ତାକୁ ସଂଯୋଗ କରୁଥିବାରୁ ରାସ୍ତାଟି ସବୁବେଳେ ବ୍ୟସ୍ତବହୁଳ ରହିଥାଏ। ଏହିରାସ୍ତାର ଷ୍ଟେଶନ ନିକଟରୁ ମାତ୍ର ୫୦ ମିଟର ମଧ୍ୟରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏଥିସହ ଉକ୍ତ ଗର୍ତ୍ତ ଦୁର୍ଘଟଣାର କାରଣ ସାଜିଛି।
ବହୁ ଯାତ୍ରୀ ରେଳ ଓ ବସ୍‌ ଦ୍ୱାରା ବିଭିନ୍ନ ସ୍ଥାନକୁ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ସେହିପରି ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଲୋକେ ଏହି ରାସ୍ତାରେ ଯାଇଥାଆନ୍ତି। ସ୍କୁଲ୍‌, କଲେଜ ଛାତ୍ରୀଛାତ୍ର ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀନେଇ ଯାଉଥିବା ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଯାନବାହନ ଏହି ରାସ୍ତା ଉପରେ ମଧ୍ୟ ନିର୍ଭର କରିଥାନ୍ତି। ବସଷ୍ଟାଣ୍ଡ୍‌ରୁ ଯାତ୍ରୀବାହୀ ବସ୍‌ଗୁଡ଼ିକ ବିଭିନ୍ନ ସହରକୁ ଯାତ୍ରୀ ପରିବହନ କରିଥିବାବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ବହୁ କର୍ମଚାରୀ ଏହିଠାରୁ ବସ ଯୋଗେ ମଧ୍ୟ ଯିବା ଆସିବା କରିଥାନ୍ତି। ତେବେ ଦୀର୍ଘ ଦିନ ହେବ ରାସ୍ତା ମଝିରେ ଗର୍ତ୍ତ ହୋଇ ସେଥିରେ ବର୍ଷା ପାଣି ଜମିରହି ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣାକୁ ଦ୍ୱିଗୁଣିତ କରିଛି। ବିଶେଷକରି ୨ ଚକିଆ ଗାଡ଼ିରେ ଯାଉଥିବା ଲୋକେ ଦୈନିକ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦୃଶ୍ୟମାନ ହେଉଛି। ଉକ୍ତ ରାସ୍ତାଟି ପୂର୍ବତଟ ରେଳପଥ ଅଧୀନ ହୋଇଥିଲେ ମଧ୍ୟ ଉଭୟ ପୌର ପରିଷଦ ଓ ରେଳବିଭାଗ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ କରିଥାନ୍ତି। ହେଲେ ଦୈନିକ ରେଳପଥ ଅଧିକାରୀ ଓ ପୌର କର୍ତ୍ତୃପକ୍ଷ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିଲେ ମଧ୍ୟ ନିଜ ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉଛନ୍ତି। ଏ ସମ୍ପର୍କରେ ଯାଜପୁରୋଡ୍‌ଠାରେ ଥିବା ପୂର୍ବତଟ ରେଲଓ୍ବେର ସହକାରୀ ଯନ୍ତ୍ରୀ ରାଜକିଶୋର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ରାସ୍ତା ଅବସ୍ଥା ବିଷୟରେ ଅବଗତ ନାହାନ୍ତି। ଅନ୍ୟପକ୍ଷରେ ଏହା ପିଚୁ ରାସ୍ତା ହୋଇଥିବାରୁ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଏହାର ମରାମତି ଆମ କ୍ଷମତା ବାହାରେ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର କହିଛନ୍ତି। ତେଣୁ ରେଲଓ୍ବେ କର୍ତ୍ତୃପକ୍ଷ ଏହି ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?