ଡୁବୁରୀ-ଟାଟା ଷ୍ଟିଲ୍‌ ୟାର୍ଡକୁ ନୂତନ ରେଳ ଲାଇନ ପ୍ରସ୍ତାବ

ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଟାଟା ଷ୍ଟିଲ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିରେ ଅତିରିକ୍ତ ୨୩ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍‌ରୁ ୮ ନିୟୁତ ମେଟ୍ରିକ ଟନ୍‌(ଏମ୍‌ଟିପିଏ) ପର୍ଯ୍ୟନ୍ତ ଷ୍ଟିଲ୍‌ ଉପତ୍ାଦନ କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ଟାଟା ଷ୍ଟିଲକୁ ଇଡ୍‌କୋ ଜରିଆରେ ୨୪୬୮.୫୦ ଏକର ବେସରକାରୀ ଏବଂ ୫୭୧.୮୯ ଏକର ସରକାରୀ ଜମି ଯୋଗାଇ ଦିଆଯାଇଛି। ଇତିମଧ୍ୟରେ ସୁକିନ୍ଦା-ଅନୁଗୋଳ ନୂତନ ରେଳ ଲିଙ୍କ୍‌ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ବସିଛି। ଏହିକ୍ରମରେ ଟାଟା ଷ୍ଟିଲ କାରଖାନାର ନିକଟସ୍ଥ ନୂତନ ରେଳ ଷ୍ଟେଶନ ଡୁବୁରୀଠାରୁ ଟାଟା ଷ୍ଟିଲ ୟାର୍ଡ ପର୍ଯ୍ୟନ୍ତ ରେଳ ସଂଯୋଗ କରିବାକୁ ପ୍ରସ୍ତାବ ରହିଛି। ତେଣୁ ଭୁବନେଶ୍ୱର ପୂର୍ବତଟ ରେଳପଥଙ୍କ ଦ୍ୱାରା ୭ ଗ୍ରାମର ୧୩୫.୩୦୦ ଏକର ଜମି ଅଧିଗ୍ରହଣ ଆବଶ୍ୟକ ରହିଛି। ତେଣୁ ଜମି ଅଧିଗ୍ରହଣ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଇଡ୍‌କୋ ପକ୍ଷରୁ ହୋଇଥିବା ଜମି ଅଧିଗ୍ରହଣ ସମୟରେ ବ୍ୟାପକ ତ୍ରୁଟି ଏବଂ ପାତରଅନ୍ତର ଅଭିଯୋଗ କରାଯାଇ ଗୁଳିକାଣ୍ଡ ପର୍ଯ୍ୟନ୍ତ ଘଟଣା ଘଟିଥିଲା। ସେହି ଦୃଷ୍ଟିରୁ ଉପରୋକ୍ତ ପରିମାଣ ଜମି ଅଧିଗ୍ରହଣ ସେତେଟା ସହଜ ହେବ ନାହିଁ ବୋଲି ବର୍ତ୍ତମାନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ପୂର୍ବତଟ ରେଳପଥ ପକ୍ଷରୁ ସୁକିନ୍ଦା-ଅନୁଗୋଳ ନୂତନ ରେଳ ଲିଙ୍କ୍‌ ପ୍ରକଳ୍ପ କାର୍ଯ୍ୟରେ ଯାଜପୁର, ଢେଙ୍କାନାଳ ଓ ଅନୁଗୋଳ ଜିଲାର ୧୨୭ ଗ୍ରାମର ଜମି ଅଧିଗ୍ରହଣ ହେଉଛି। କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟର ଅବହେଳା କାରଣରୁ କେତେକ ଜମି ଅଧିଗ୍ରହଣରେ ଅର୍ଥ ମଞ୍ଜୁର ବାଧକ ସାଜିଥିବା ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ହେବା ସହ ରେଳ ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଡୁବୁରୀଠାରୁ ଟାଟା ଷ୍ଟିଲ ୟାର୍ଡ ପର୍ଯ୍ୟନ୍ତ ପୁଣି ଜମି ଅଧିଗ୍ରହଣ କାର୍ଯ୍ୟ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମତପ୍ରକାଶ ପାଇଛି।
ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀର ରିପୋର୍ଟ ଅନୁସାରେ ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ସଂସାଇଲୋ ଗ୍ରାମର ୫୯.୫୯୦ ଏକର, ଓଳିଆ ଗ୍ରାମର ୮.୨୦୦ ଏକର, ଅଭୟପୁର ଗ୍ରାମର ୧୩.୮୯୦ ଏକର, ହାତିମୁଣ୍ଡା ଗ୍ରାମର ୩୬.୮୩୦ ଏକର, ଗୋବରଘାଟି ଗ୍ରାମର ୧୧.୪୦୦ ଏକର, ବାରଗାଡିଆ ଗ୍ରାମର ୧.୩୬୦ ଏକର ଏବଂ ଡୁବୁରୀ ଗ୍ରାମର ୪.୦୩୦ ଏକର ବେସରକାରୀ ଜମି ରହିଛି। ସୂଚନାଯୋଗ୍ୟ ଯେ, ୨୦୧୫ ନଭେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ୍‌ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ଏହା ୨୦୧୬ ମେ ମାସରେ ବ୍ୟବସାୟିକ ଉପତ୍ାଦନ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ହଜାର କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍‌ ଷ୍ଟିଲ୍‌ ଉତ୍ପାଦନ କରାଯାଇଥିଲା। ଏହି କାରଖାନାରେ ପ୍ରାୟ ୪ ହଜାର ନିୟମିତ ଓ ୧୦ ହଜାର ଲୋକ ଠିକା ଶ୍ରମିକ ଭାବେ ନିଯୁକ୍ତି ପାଇଛନ୍ତି। ଏଥିରେ ୬୦ ଭାଗରୁ ଉର୍ଦ୍ଧ୍ୱ ସ୍ଥାନୀୟ ନିଯୁକ୍ତି ରହିଛି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଉଛି। ଏହାବାଦ୍‌ ଟାଟା ଷ୍ଟିଲ ପକ୍ଷରୁ ବିଭିନ୍ନ ପାରିପାର୍ଶ୍ୱିକ ବିକାଶ ସହ ପାନୀୟଜଳ, ଶିକ୍ଷା, ଗମନାଗମନ, କ୍ରୀଡ଼ା ଇତ୍ୟାଦି କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉଛି ବୋଲି ମତପ୍ରକାଶ ପାଇଛି। ତେଣୁ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ସହ ଜୀବନଧାରଣରେ ବଡ଼ ପରିବର୍ତ୍ତନ ପାଇଁ ସ୍ବଚ୍ଛତା ଅବଲମ୍ବନ କରି ଜମି ଅଧିଗ୍ରହଣରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଆଶା କରାଯାଇଛି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ପ୍ରସ୍ତାବିତ ରେଳ ଲାଇନ ଟାଟା ଷ୍ଟିଲର ନୁହେଁ। ଏଥିରେ ରେଳ ମନ୍ତ୍ରଣାଳୟର ରାଜସ୍ବ ବଢ଼ିବା ଲକ୍ଷ୍ୟ ରହିଛି। ତେଣୁ ସମସ୍ତେ ଏହି ପ୍ରକଳ୍ପକୁ ସହଯୋଗ କରିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?