ରାସ୍ତା ନିର୍ମାଣର ଶେଷ ପର୍ଯ୍ୟାୟରେ ଗଛକଟା

ଚଣ୍ଡିଖୋଲ,୨୫ା୧(ଡି.ଏନ.ଏ.): ଚାରବାଟିଆ ପୂର୍ତ୍ତ ବିଭାଗ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ବିଭାଗ ଅଧୀନରେ ନିର୍ମାଣ ଚାଲିଥିବା ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ରାସ୍ତା ପାଶର୍‌ବ ଗଛ କଟା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତାକୁ ୨୦୧୯ ନଭେମ୍ବରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଯାଇ ୧୦ କିଲୋମିଟର ୨ଶହ ମିଟର ରାସ୍ତାକୁ ଦୁଇଟି ପର୍ଯ୍ୟାୟରେ ଟେଣ୍ଡର କରାଯାଇଥିଲା। ଏହାକୁ ୧୧ କି.ମି. ୨ଶହ ମିଟର କରାଯାଇ ୨୦୨୧ ଫେବୃୟାରୀ ୨୪ରେ ପୂର୍ତ୍ତ ବିଭାଗ, ବନ ବିଭାଗ, ବିଦ୍ୟୁତ୍‌ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ମିଳିତ ସର୍ଭେ କରାଯାଇ ୫୫ଟି ଗଛ କଟାଯାଇ ରାସ୍ତା ପ୍ରଶସ୍ତୀକରଣ କରାଯିବ ବୋଲି ସ୍ଥିର କରାଯାଇଥିଲା। ସେଥିପାଇଁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ନଳକୂପ ଉଠାଯିବ ବୋଲି ସ୍ଥିର କରାଯାଇଥିଲା। ରାସ୍ତାର ଦୁଇଟି ଖଣ୍ଡକୁ ୯ କୋଟି ୯୭ ଲକ୍ଷ ୩୬ ହଜାର ଟଙ୍କା ଲେଖାଏ ୧୯କୋଟି ୯୪ଲକ୍ଷ ୭୨ ହଜାର ମୋଟ ରାସ୍ତା ନିର୍ମାଣରେ ଖର୍ଚ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇ ଟେଣ୍ଡର ହୋଇଥିଲା। ଏହି ରାସ୍ତାର ଚଉଡ଼ା ୮ .୫ ମିଟର କରାଯିବ ବୋଲି ସ୍ଥିର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗଛ କାଟିବା ପାଇଁ ବନ ନିଗମ ପକ୍ଷରୁ ୧୨ ଲକ୍ଷ ୫୫ ହଜାର ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ରାସ୍ତା କଡ଼ରୁ ଖୁଣ୍ଟ ଓ ଟ୍ରାନ୍ସଫାର୍ମର ଉଠାଇବା ପାଇଁ ୩ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏବେ ରାସ୍ତା କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ପିଚୁ କାମ ଶେଷ କରିସାରିଲାଣି। ସେହିଭଳି କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ପିଚୁ କାମ ଆରମ୍ଭ ହୋଇ ସାରିଲାଣି। ଯେଉଁଠି ରାସ୍ତା କଡ଼ରେ ଗଛ ଥିଲା ସେପରି ଅଛି। ରାସ୍ତାର ଚଉଡ଼ା କମ୍‌ କରି ସେଠାରେ ଠିକାଦାର ୬.୫ମିଟର କରିଛନ୍ତି। ମାତ୍ର ଏବେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗଛ କଟାହେଉଛି। ଗତ ଡିସେମ୍ବରରେ ପୂର୍ତ୍ତ ବିଭାଗ ବନ ନିଗମ ନିକଟରେ ଟଙ୍କା ଜମା କରିବା ପରେ ଏହି ଗଛ କଟା ଆରମ୍ଭ ହୋଇଛି। ଏ ସମ୍ପର୍କରେ ବନ ନିଗମର ନିର୍ଦ୍ଦେଶକ ଜଗନ୍ନାଥ ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି, ପୂର୍ତ୍ତ ବିଭାଗ ପକ୍ଷରୁ ଗତ ମାସରେ ଆମ ନିକଟରେ ଗଛ କାଟିବା ପାଇଁ ପଇସା ଜମା କରାଯାଇଥିଲା। ସେଥି ପାଇଁ ବିଳମ୍ବ ହୋଇଛି। ଆମେ ଯେତିକି ଗଛ କାଟିବୁ ତା’ର ୧୦ ଗୁଣ ଗଛ ଲଗାଇବୁ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଗଛ କାଟିବା ବିଳମ୍ବ ହୋଇଛି। ପୁନର୍ବାର ରାସ୍ତା ସମ୍ପ୍ରସାରଣ ସମୟରେ ଏହା କାର୍ଯ୍ୟରେ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri