୨ ହଜାର ଏକର ସରକାରୀ ଜମି ଜବରଦଖଲ

କଳିଙ୍ଗନଗର,୨୪ା୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦାନଗଦୀ ତହସିଲ ଅଞ୍ଚଳରେ ସରକାରୀ ଜମି ଜବରଦାଖଲକାରୀଙ୍କ କବ୍‌ଜାରେ ରହିଛି। କେବଳ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ତ୍ରିଜଙ୍ଗା ମୌଜାରେ ମୂଲ୍ୟବାନ ସରକାରୀ ଜମିରୁ ପ୍ରାୟ ୨ ହଜାର ଏକର ଜମିକୁ ଜବରଦଖଲ କରାଯାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ଏଠାକାର ଜମି ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ କେତେଜଣ ମୁଷ୍ଠିମେୟ ବ୍ୟକ୍ତିଙ୍କ ପାଇଁ ସରକାରୀ ଜମି ଏକ ଲାଭଦାୟକ ବ୍ୟବସାୟରେ ପରିଣତ ହୋଇଛି l ଗତ ଡିସେମ୍ବର ୧୪ରେ ତହସିଲ ପକ୍ଷରୁ ଶିଙ୍ଗାଡିଆ ବଜାରଠାରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଏକ ବିରାଟ ବ୍ୟବସାୟିକ ପ୍ରତିଷ୍ଠାନ ଭାଙ୍ଗିବା କାମ ଆରମ୍ଭ ହୋଇଥିଲା l ପ୍ରାୟ ୫ ହଜାର ବର୍ଗଫୁଟ ସରକାରୀ ଜମିରେ ଆବାସିକ ଭଡ଼ା ଘର ଓ ଦୋକାନ ଘର ନିର୍ମାଣ ହୋଇଥିବା ବେଳେ ତହସିଲ ପକ୍ଷରୁ କେବଳ ଦୋକାନ ଘରଗୁଡିକୁ ଉଚ୍ଛେଦ କରାଯାଇଥିଲା l ଇତିମଧ୍ୟରେ ବହୁଦିନ ବିତିଥିଲେ ମଧ୍ୟ ବାକିଥିବା ଅନ୍ୟ ଅଂଶକୁ ଭାଙ୍ଗିବାକୁ ପ୍ରଶାସନ ଆଗ୍ରହ ପ୍ରକାଶ କରୁନାହାନ୍ତି l ଅନ୍ୟପକ୍ଷେ ଏହି ବଜାରରେ ରହିଥିବା ସବୁ ନିର୍ମାଣ ସରକାରୀ ଜମିରେ ହୋଇଛି ା ସେ ସବୁକୁ ଉଚ୍ଛେଦ ପାଇଁ ତହସିଲଦାର କାହିଁକି ଉଦ୍ୟମ କରୁ ନାହାନ୍ତି ତାହାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ପ୍ରକାଶ ପାଇଛି ା
ସୂଚନା ମୁତାବକ ଦାନଗଦୀ ତହସିଲ ଚାରିପାଖରେ ଥିବା ସମସ୍ତ ସରକାରୀ ଜମି ମାଫିଆଙ୍କ କବ୍‌ଜାରେ ରହିଛି l ପରିଣାମ ସ୍ବରୂପ ଏଠାରେ ଯେକୌଣସି ସରକାରୀ କାର୍ଯ୍ୟାଳୟଟିଏ ସ୍ଥାପନ କରିବାକୁ ଜମିର ଉତ୍କଟ ଅଭାବ ଦେଖିବାକୁ ମିଳୁଛି। ଏପରିକି ଦାନଗଦୀ ବଜାରରେ ଜମି ଅଭାବ ପାଇଁ ପ୍ରସ୍ତାବିତ ଏକ ଶୌଚାଳୟ ନିର୍ମାଣ ହୋଇ ପାରୁନାହିଁ। ଦାନଗଦୀ ମୁଖ୍ୟାଳୟର ତ୍ରିଜଙ୍ଗା ମୌଜାରେ ୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଶାବକ ଖାତାକୁ ନଜର କଲେ ୧୯୯୧ ବନ୍ଦୋବସ୍ତରେ ସାମିଲ୍‌ ଥିବା କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତକରି କେତେଜଣ ପ୍ରଭାବଶାଳୀ ଲୋକ ବେଆଇନ୍‌ ଭାବେ ଜମିର ପଟ୍ଟା କରି ନେବାରେ ସକ୍ଷମ ହୋଇଛନ୍ତି ା ଅନ୍ୟ କେତେକ ଜମିକୁ ଲୋକେ ବଳ ପୂର୍ବକ ନିଜ ଦଖଲରେ ରଖିଛନ୍ତି l ଶାବକ ଖତିଆନ୍‌ ନମ୍ବର ୧୬୪ ରେ ମୋଟ ୧୫ଶହ ଏକରରୁ ଅଧିକ ଶାଳ ଜଙ୍ଗଲ କିସମର ଜମି ରହିଛି ା ଶାବକ ଓ ହାଲ୍‌ ଖାତାକୁ ନିରୀକ୍ଷଣ କଲେ ସେଠାରେ ଜମି ଜାଲିଆତିର ଏକ ବିରାଟ ଚିତ୍ର ଦେଖିବାକୁ ମିଳିଛି l ସରକାରୀ ରେକର୍ଡ ସୂଚନା ମୁତାବକ ମୋଟ ୫୦୭ଏକର ସରକାରୀ ଜମି ଜବରଦଖଲରେ ରହିଛି। ଏହି ଜମି ମଧ୍ୟରୁ ୧୭୦ ଏକର ୪୦ ଡିସିମିଲ୍‌ ଅନାବାଦୀ କିସମର ହୋଇଥିବା ବେଳେ ୩୭୬ ଏକର ୯୨ ଡିସିମିଲ୍‌ ଜମି ଗୋଚର ଏବଂ ୬୦ ଏକର ଜମି ଜଙ୍ଗଲ କିସମର ବୋଲି ଉଲ୍ଲେଖ ରହିଛି ା
ରାଜନେତା, ସରକାରୀ ଅଧିକାରୀ ଓ କର୍ମଚାରୀ, କାରଖାନା କର୍ମଚାରୀ ଓ କେତେଜଣ ବ୍ୟବସାୟୀ ମୂଲ୍ୟବାନ୍‌ ସରକାରୀ ଜମିକୁ ହାତେଇ ଜବରଦଖଲ କରି ବଡ଼ ବଡ଼ କୋଠା ଓ ବ୍ୟବସାୟୀକ ଗୃହମାନ ନିର୍ମାଣ କରିଛନ୍ତି ା ସୂଚନା ମୁତାବକ ୨୦୧୦ ରୁ ୨୦୧୮ ମସିହା ମଧ୍ୟରେ ତହସିଲ ପକ୍ଷରୁ ମୋଟ ୯୩ ଜଣ ଜବରଦଖଲକାରୀଙ୍କୁ ଫାରମ୍‌ (ଖ)ରେ ଉଚ୍ଛେଦ ନୋଟିସ ଜାରି ହୋଇଥିଲା। ନୋଟିସ ଲାଗିଥିବା ଏହି ସଂଖ୍ୟା ଏବେ ଦୁଇଗୁଣା ଅତିକ୍ରମ କରି ସାରିଛି l ମାତ୍ର ସେଗୁଡିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଆଗଭର ହେଉ ନ ଥିବାରୁ ନୋଟିସ ଲାଗିଥିବା ଘର ଉପରେ ମହଲା ପରେ ମହଲା ନିର୍ମାଣ ହେଉଛି l ନୋଟିସ ଲାଗିଥିବା ଜମିରେ ବିରାଟ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି l ଅପରପକ୍ଷେ ଦାନଗଦୀ ତହସିଲ୍‌କୁ ଦୀର୍ଘ ୩ ମାସ ହେବ ଆର୍‌ଟିଆଇରେ ଜବରଦଖଲ ସମ୍ପର୍କରେ ତଥ୍ୟ ମାଗିଥିଲେ ବି ତହସିଲ୍‌ ପକ୍ଷରୁ କୌଣସି ସୂଚନା ନ ଦେବାକୁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ବୋଲି ଅଭିଯୋଗ ହୋଇଛି। ମୂଲ୍ୟବାନ ସମସ୍ତ ସରକାରୀ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଦାନଗଦୀ ତହସିଲ କର୍ତ୍ତୃପକ୍ଷଙ୍କ ନିକଟରେ ସାଧାରଣରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri