ବୈତରଣୀ ଜଳ ଶୋଷିବ ଶିଳ୍ପ

ଯାଜପୁର ଅଫିସ,୨୫ା୧: କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀଜଳ ଉପରେ ପୁଣି ଏକ ଶିଳ୍ପ କମ୍ପାନୀ ନିର୍ଭରଶୀଳ ହେବ। ଇଡ୍‌କୋର ଧାମନଗର ଟେକ୍ସଟାଇଲ ଏବଂ ଫୁଡ୍‌ସ ପାର୍କ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମରୁ ଇନ୍‌ଟେକ ୱାଲ ଖୋଳି ୩ଟି ପର୍ଯ୍ୟାୟରେ ୪.୫ କ୍ୟୁସେକ୍‌ ଜଳ ଉତ୍ତୋଳନ କରିବ ା ଏଥିପାଇଁ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଏସ୍‌.କେ. ପଣ୍ଡା ୧୦ା୧ା୨୦୨୩ରେ ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ଚୂଡ଼ାନ୍ତ ମଞ୍ଜୁରୀ ସମ୍ପର୍କରେ ପତ୍ର ଲେଖିଛନ୍ତି। ଉକ୍ତ ପତ୍ରରେ ପ୍ରଥମ ପର୍ଯ୍ୟାୟରେ ୧ା୨ା୨୦୨୪ରୁ ୩୧ା୭ା୨୦୨୪ ପର୍ଯ୍ୟନ୍ତ ୧.୮୨ କ୍ୟୁସେକ୍‌, ଦ୍ୱିତୀୟ ପର୍ଯ୍ୟାୟରେ ୧ା୮ା୨୦୨୪ରୁ ୩୧ା୭ା୨୦୨୫ ପର୍ଯ୍ୟନ୍ତ ୩.୭ କ୍ୟୁସେକ୍‌ ଏବଂ ତୃତୀୟ ପର୍ଯ୍ୟାୟରେ ୧ା୮ା୨୦୨୫ରୁ ୩୧ା୭ା୨୦୩୦ ପର୍ଯ୍ୟନ୍ତ ୪.୫ କ୍ୟୁସେକ୍‌ ଜଳ ଉତ୍ତୋଳନ ପାଇଁ ଅନୁମତି ମିଳିଛି। ପୂର୍ବରୁ ବିଆରପିଏଲ୍‌ ସ୍ଲରି ପାଇପ୍‌ ଲାଇନ ଯୋଗେ ବୈତରଣୀ ନଦୀଜଳ ସହାୟତାରେ ଲୁହାପଥର ପରିବହନ କରୁଛି। ଏହାବାଦ୍‌ ଜେଏସ୍‌ଡବ୍ଲ୍ୟୁର ସ୍ଲରି ପାଇପ୍‌ ଲାଇନ ଯାଜପୁର ଜିଲାକୁ ପ୍ରବେଶ କରୁଛି ା ଏଥିରେ ମଧ୍ୟ ବୈତରଣୀ ନଦୀଜଳ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି ା ଏପରିସ୍ଥଳେ ବୈତରଣୀ ନଦୀର ସ୍ରୋତ ହ୍ରାସ ପାଇବା ନିଶ୍ଚିତ ହୋଇଛି ା ଜିଲାର ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ୧୩,୧୦୦ ହେକ୍ଟର ଚାଷଜମିରେ ଅଭାବ ସମୟରେ ଜଳସେଚନ ପାଇଁ ପାଣି ଆଉ ମିଳିବ ନାହିଁ ବୋଲି ମତପ୍ରକାଶ ପାଇଛି ା
ବ୍ରିଟିଶ୍‌ ଅମଳରୁ ନିର୍ମିତ ବୈତରଣୀ-ବୁଢ଼ା ଆନ୍ନିକଟଠାରୁ ୧୦.୧୪୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ କେନାଲ ନିର୍ମାଣ ହୋଇଛି। ଏଥିପାଇଁ ୨୦୧୬ରୁ ଏହାର କଂକ୍ରିଟ୍‌କରଣ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି କେନାଲ ସହାୟତାରେ ଶତାଧିକ ଚାଷୀ ଖରିଫ ଓ ରବିଋତୁରେ ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ସରକାରୀ କଳ ଓ ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଏବେ ଯାଜପୁର ଜିଲାର ଉପରୋକ୍ତ ଚାଷୀ ଏବଂ ସେମାନଙ୍କ ପରିବାରଙ୍କ ପାଇଁ କାଳ ହେବାକୁ ଯାଉଛି। ସାଧାରଣ ଲୋକଙ୍କ ପାଇଁ ଏହି ନଦୀରୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେଇ ପାରୁ ନ ଥିବାବେଳେ ସରକାର ଶିଳ୍ପ କମ୍ପାନୀଗୁଡ଼ିକୁ ନଦୀଜଳ ଯୋଗାଇବାରେ ଆଦୌ ହେଳା କରୁନାହାନ୍ତି ା ଅନ୍ୟପକ୍ଷେ ଜିଲାର ୩ ପ୍ରମୁଖ ନଦୀର ୧୧୭୦୩.୫୫ ମିଲିୟନ କ୍ୟୁବିକ ମିଟର (ଏମ୍‌ସିଏମ୍‌) ଜଳ ବ୍ୟବହାର ନ ହୋଇ ସମୁଦ୍ରରେ ମିଶୁଛି ା ଜଳ ସମ୍ପଦର ସଂରକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ସହ ଜଳସେଚନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ପ୍ରଣୀତ ବିଭିନ୍ନ ପ୍ରକଳ୍ପ ଯାଜପୁର ଜିଲାରେ ଉପେକ୍ଷିତ ହେଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ା ଏହାସହ ଭୂତଳ ଜଳ ଓ ବର୍ଷାଜଳକୁ ସଂରକ୍ଷଣ କରିବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯାଜପୁର ଜିଲାରେ ନୈରାଶ୍ୟଜନକ ହୋଇଛି ା ଅନ୍ୟପକ୍ଷେ ଜିଲାରେ ଗଢ଼ି ଉଠିଥିବା ଶିଳ୍ପ କାରଖାନାଗୁଡ଼ିକରେ ନଦୀ ଓ ଭୂତଳ ଜଳ ବ୍ୟବହାର ଅଣାୟତ୍ତ ହେଉଥିବାରୁ ଜିଲାର ଭୂତଳ ଜଳସ୍ତର ନିମ୍ନଗାମୀ ହୋଇ ପାନୀୟ ଜଳ ସମସ୍ୟାକୁ ଉକତ୍ଟ କରିଛି ା ଖରା ମାସରେ ଜିଲାବାସୀଙ୍କୁ ଏଥିଯୋଗୁ ଜଳକ୍ଳିଷ୍ଟତାର ସମ୍ମୁଖୀନ ହେବାକୁ ପଡୁଛି ା
କେନ୍ଦୁଝର ଜିଲା ଗୋନାସିକା ପର୍ବତରୁ ଉପତ୍ତ୍ତି ବୈତରଣୀ ନଦୀରୁ ଟେକ୍ସଟାଇଲ ଏବଂ ଫୁଡ୍‌ସ ପାର୍କ ପାଇଁ ନଦୀ ଜଳ ବ୍ୟବହାର କରିବାକୁ ଅନୁମତି ମିଳିବା ପରେ ଇନ୍‌ଟେକ ଓ୍ବାଲ ଖୋଳିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ା ଅନ୍ୟପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ୬ ମାସର ଅଭାବ ସମୟରେ ପାର୍କ ପରିସରରେ ଜଳ ସଂରକ୍ଷଣ ସୁବିଧା କରିବାକୁ ପ୍ରସ୍ତାବ ଦିଆଯାଇଛି। ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ଚାଷୀଙ୍କ ପାଣିକୁ ଶିଳ୍ପ ହାତରେ ଟେକି ଦିଆଯାଇଛି। ରାଜ୍ୟ ସରକାର ଚାଷୀଙ୍କ ସ୍ବାର୍ଥକୁ ଦଳିଚକଟି ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ବୈତରଣୀ ନଦୀରୁ ଶିଳ୍ପକୁ ଜଳଯୋଗାଣ ବିରୋଧରେ ଜନ ଜାଗରଣ ସୃଷ୍ଟି କରାଯାଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?