ସରିଲା ଓଳାଶୁଣୀ ଗୁମ୍ଫାମେଳା

ଚଣ୍ଡିଖୋଲ,୨୮ା୧(ଡି.ଏନ.ଏ.): ଓଳାଶୁଣୀ ଗୁମ୍ଫାମେଳା ୧୦ଦିନରେ ଶୁକ୍ରବାର ଶେଷ ହୋଇଛି। ଶନିବାର ମେଳା ପଡ଼ିଆରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପ୍ରଶାସନିକ ଅଧିକାରୀ ବିଦାୟ ନେବେ। ପୋଲିସ ପକ୍ଷରୁ ହୋଇଥିବା ଅସ୍ଥାୟୀ ଶିବିରଗୁଡ଼ିକ ହଟିଯିବ। ଏଥି ସହିତ ବିଦ୍ୟୁତ୍‌ ଯୋଗାଣ ମଧ୍ୟ ବନ୍ଦ କରାଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ଗତ ୧୮ତାରିଖରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ମାଘମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରୁ ଏହି ମେଳା ଆରମ୍ଭ ହୋଇଥିଲା। ପୂର୍ବରୁ ଏହା ଆରମ୍ଭ ହୋଇ ଶ୍ରୀପଞ୍ଚତ୍ମୀରେ ଉଦ୍‌ଯାପିତ ହୋଇଥିବାବେଳେ ଚଳିତ ବର୍ଷ ଏହାକୁ ଦୁଇଦିନ ବଢାଇ ୧୦ଦିନ କରାଯାଇଛି। ୨ବର୍ଷ ଧରି କରୋନା ଯୋଗୁ ମେଳା ବନ୍ଦ ରହିଥିବା ହେତୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଅନୁରୋଧକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଏହି ମେଳାକୁ ନେଇ କିଛି ଘଟଣା ଓ ଅଘଟଣା ଘଟିଯାଇଛି।
ପଥର ତିଆରି ଶିଳ ଚକିର ଆଦର
ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିବା ପରେ ମଧ୍ୟ ଏଠାକୁ ଲୋକେ ଆସିଥାନ୍ତି ପଥର ତିଆରି ପୁରୁଣା କାଳର ସେହି ଶିଳ ଚକି ନେବାପାଇଁ। ଏଥିସହିତ ପଥର ତିଆରି ଚଉଁରା ଓ ବିଭିନ୍ନ ପ୍ରକାରର ମୂର୍ତ୍ତି ବିକ୍ରି ହୋଇଥାଏ। ମେଳାରେ ଏହାର ଆଦର ସର୍ବାଧିକ ଥିବାରୁ ପାଖାପାଖି ୪୦ରୁ ଊର୍ଦ୍ଧ୍ୱ ପଥର ତିଆରି ସାମଗ୍ରୀ ଦୋକାନ ପଡ଼ିଥିଲା। ମେଳା ନିକଟରେ ଥିବା ଶୁଖୁଆପଡ଼ା, ଲଳିତଗିରି, ବନ୍ଦରେଶ୍ୱର ଓ ପଲେଇ ଗ୍ରାମର ବହୁ କାରିଗର ପଥର କାମ କରିଥାନ୍ତି। ସେମାନେ ପଥର ମୂର୍ତ୍ତି ସହ ଶିଳ, ଚକି ଆଦି ତିଆରି କରି ବ୍ୟବସାୟ କରିଥାନ୍ତି। ସେଥିପାଇଁ ସେମାନେ ମେଳା ପରିସରରେ ସେମାନଙ୍କ ହାତତିଆରି ସାମଗ୍ରୀର ପସରା ମେଲାଇଥାନ୍ତି। ଭଲ ବ୍ୟବସାୟ ହୋଇଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଜୁଆଖେଳ ସାମଗ୍ରୀ ଜବତ କଲା ପୋଲିସ
ମେଳା ପଡ଼ିଆରେ ଚଳିତବର୍ଷ ୧୨ଟି ସ୍ଥାନରେ ଜୁଆଖେଳ ଚାଲୁଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କୁ ଜଣାଇବାପରେ ବୁଧବାର ଥାନା ଅଧିକାରୀ ଚଢ଼ାଉ କରି ସମ୍ପୃକ୍ତ ଜୁଆଖେଳ ସାମଗ୍ରୀଗୁଡ଼ିକୁ ଜବତ କରିଥିଲେ। ହେଲେ କୌଣସି ଜୁଆଡ଼ିଙ୍କୁ ଗିରଫ କରି ନ ଥିଲେ। ଜୁଆଡି ମେଳାରେ ତୀର ଖେଳ ଓ ଜୁଆଖେଳ କରି ଛୋଟଛୋଟ ପିଲା ଏବଂ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ବେଶ୍‌ ଭଲଭାବରେ ନିଜ କୌଶଳରେ ଲୁଟ କରୁଥିଲେ। ଓଳାଶୁଣୀ ଉନ୍ନୟନ କମିଟିର ଜଣେ ବ୍ୟକ୍ତି ସେମାନଙ୍କୁ ମେଳା ପଡ଼ିଆରେ ଖେଳାଉଥିଲେ ବୋଲି ପୋଲିସ ସ୍ବୀକାର କରିଥିଲା।
ଅପେରା ପାର୍ଟିରେ ବିଶୃଙ୍ଖଳା
ଓଳାଶୁଣୀ ମେଳା ଆରମ୍ଭ ହେବାର ଦୁଇଦିନ ପରେ ଗୋଟିଏ ଗୋଟିଏ ନାଚପାର୍ଟି ପଡ଼ିଆ ମଧ୍ୟକୁ ପ୍ରବେଶ କରି ସେମାନଙ୍କ ଯାତ୍ରା ପରିବେଷଣ କରିଥିଲେ। ଶେଷ ଦିନ ସୁଦ୍ଧା ୪ଟି ଅପେରା ପାର୍ଟି ଯାତ୍ରା ପରିବେଷଣ କରି ଫେରିଯାଇଥିବା ବେଳେ ୨ଟି ଅପେରା ପାର୍ଟି ମେଳା ପରିସରରେ ରହିଛନ୍ତି। ଏହି ଅପେରା ପାର୍ଟିରେ ଦର୍ଶକମାନେ ଟିକେଟ କିଣି ଯାତ୍ରା ଦେଖିବାକୁ ଗଲାବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି କି ଗୋଟେ ଗୋଟେ ସିଟ୍‌ ପାଇଁ ଦୁଇ ଦୁଇଥର ଟିକେଟ୍‌ ବିକ୍ରି ହୋଇଥିଲା, ଯାହାକୁ ନେଇ ଅପେରା ପାର୍ଟି ମଧ୍ୟରେ ଦର୍ଶକଙ୍କ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ପୋଲିସ୍‌ର ହସ୍ତକ୍ଷେପ ପରେ ଅପେରା ପାର୍ଟି ମଗାଇଥିବା ଯାତ୍ରା କମିଟି ପୁନଃର୍ବାର ଚେୟାର ମଗାଇ ଦର୍ଶକଙ୍କୁ ଦେଖିବାର ସୁଯୋଗ ଦେଇଥିଲେ।
ଭୋଗ ଦୋକାନକୁ ନେଇ ଅସନ୍ତୋଷ
ପ୍ରତ୍ୟେକ ବର୍ଷ ଏହି ମେଳାରେ ସ୍ଥାନୀୟ ମାହାଙ୍ଗା, ବଡ଼ଚଣା ଓ ଡେରାବିଶ ବ୍ଲକ ଅଞ୍ଚଳର କେତେ ଜଣ ବ୍ୟକ୍ତି ପୋଡ଼ପିଠା ଓ ଭୋଗ ଦୋକାନ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ପାହାଡ଼ର ଶୀର୍ଷ ଦେଶରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ନିକଟରେ ୨୦ରୁ ଊର୍ଦ୍ଧ୍ୱ ଭୋଗ ଦୋକାନ ଲାଗୁଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ପୋଡ଼ ପୀଠା ଦୋକାନ ଲାଗିଥାଏ। ତେବେ ଚଳିତ ବର୍ଷ ଓଳାଶୁଣୀ ମଠ ତରଫରୁ ଭୋଗ ଓ କୋଡ଼ପିଠା ଦୋକାନ କରାଯାଇ ଅନ୍ୟମାନଙ୍କୁ ସେଠାରେ ବସାଇ ଦିଆଗଲା ନାହିଁ, ଯାହାକୁ ନେଇ ୫୦ରୁ ଊର୍ଦ୍ଧ୍ୱ ପରିବାର ହେଉଥିବା ପ୍ରତିପୋଷଣ ବନ୍ଦ ହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ମଠାଧିଶ ଡ. ନାମାନନ୍ଦ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଚଳିତ ବର୍ଷ ମଠ ତରଫରୁ ଭୋଗ ଦୋକାନ ଓ ପୋଡ଼ପିଠା ଦୋକାନ କରାଯିବ ବୋଲି ନିଷ୍ପତ୍ତି ହେବାପରେ ସେମାନଙ୍କୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri