ସରିଲା ଓଳାଶୁଣୀ ଗୁମ୍ଫାମେଳା

ଚଣ୍ଡିଖୋଲ,୨୮ା୧(ଡି.ଏନ.ଏ.): ଓଳାଶୁଣୀ ଗୁମ୍ଫାମେଳା ୧୦ଦିନରେ ଶୁକ୍ରବାର ଶେଷ ହୋଇଛି। ଶନିବାର ମେଳା ପଡ଼ିଆରୁ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ପ୍ରଶାସନିକ ଅଧିକାରୀ ବିଦାୟ ନେବେ। ପୋଲିସ ପକ୍ଷରୁ ହୋଇଥିବା ଅସ୍ଥାୟୀ ଶିବିରଗୁଡ଼ିକ ହଟିଯିବ। ଏଥି ସହିତ ବିଦ୍ୟୁତ୍‌ ଯୋଗାଣ ମଧ୍ୟ ବନ୍ଦ କରାଯିବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ଗତ ୧୮ତାରିଖରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ମାଘମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରୁ ଏହି ମେଳା ଆରମ୍ଭ ହୋଇଥିଲା। ପୂର୍ବରୁ ଏହା ଆରମ୍ଭ ହୋଇ ଶ୍ରୀପଞ୍ଚତ୍ମୀରେ ଉଦ୍‌ଯାପିତ ହୋଇଥିବାବେଳେ ଚଳିତ ବର୍ଷ ଏହାକୁ ଦୁଇଦିନ ବଢାଇ ୧୦ଦିନ କରାଯାଇଛି। ୨ବର୍ଷ ଧରି କରୋନା ଯୋଗୁ ମେଳା ବନ୍ଦ ରହିଥିବା ହେତୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଅନୁରୋଧକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ଏହି ମେଳାକୁ ନେଇ କିଛି ଘଟଣା ଓ ଅଘଟଣା ଘଟିଯାଇଛି।
ପଥର ତିଆରି ଶିଳ ଚକିର ଆଦର
ଅତ୍ୟାଧୁନିକ ଯନ୍ତ୍ରପାତି ବାହାରିବା ପରେ ମଧ୍ୟ ଏଠାକୁ ଲୋକେ ଆସିଥାନ୍ତି ପଥର ତିଆରି ପୁରୁଣା କାଳର ସେହି ଶିଳ ଚକି ନେବାପାଇଁ। ଏଥିସହିତ ପଥର ତିଆରି ଚଉଁରା ଓ ବିଭିନ୍ନ ପ୍ରକାରର ମୂର୍ତ୍ତି ବିକ୍ରି ହୋଇଥାଏ। ମେଳାରେ ଏହାର ଆଦର ସର୍ବାଧିକ ଥିବାରୁ ପାଖାପାଖି ୪୦ରୁ ଊର୍ଦ୍ଧ୍ୱ ପଥର ତିଆରି ସାମଗ୍ରୀ ଦୋକାନ ପଡ଼ିଥିଲା। ମେଳା ନିକଟରେ ଥିବା ଶୁଖୁଆପଡ଼ା, ଲଳିତଗିରି, ବନ୍ଦରେଶ୍ୱର ଓ ପଲେଇ ଗ୍ରାମର ବହୁ କାରିଗର ପଥର କାମ କରିଥାନ୍ତି। ସେମାନେ ପଥର ମୂର୍ତ୍ତି ସହ ଶିଳ, ଚକି ଆଦି ତିଆରି କରି ବ୍ୟବସାୟ କରିଥାନ୍ତି। ସେଥିପାଇଁ ସେମାନେ ମେଳା ପରିସରରେ ସେମାନଙ୍କ ହାତତିଆରି ସାମଗ୍ରୀର ପସରା ମେଲାଇଥାନ୍ତି। ଭଲ ବ୍ୟବସାୟ ହୋଇଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଜୁଆଖେଳ ସାମଗ୍ରୀ ଜବତ କଲା ପୋଲିସ
ମେଳା ପଡ଼ିଆରେ ଚଳିତବର୍ଷ ୧୨ଟି ସ୍ଥାନରେ ଜୁଆଖେଳ ଚାଲୁଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କୁ ଜଣାଇବାପରେ ବୁଧବାର ଥାନା ଅଧିକାରୀ ଚଢ଼ାଉ କରି ସମ୍ପୃକ୍ତ ଜୁଆଖେଳ ସାମଗ୍ରୀଗୁଡ଼ିକୁ ଜବତ କରିଥିଲେ। ହେଲେ କୌଣସି ଜୁଆଡ଼ିଙ୍କୁ ଗିରଫ କରି ନ ଥିଲେ। ଜୁଆଡି ମେଳାରେ ତୀର ଖେଳ ଓ ଜୁଆଖେଳ କରି ଛୋଟଛୋଟ ପିଲା ଏବଂ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ବେଶ୍‌ ଭଲଭାବରେ ନିଜ କୌଶଳରେ ଲୁଟ କରୁଥିଲେ। ଓଳାଶୁଣୀ ଉନ୍ନୟନ କମିଟିର ଜଣେ ବ୍ୟକ୍ତି ସେମାନଙ୍କୁ ମେଳା ପଡ଼ିଆରେ ଖେଳାଉଥିଲେ ବୋଲି ପୋଲିସ ସ୍ବୀକାର କରିଥିଲା।
ଅପେରା ପାର୍ଟିରେ ବିଶୃଙ୍ଖଳା
ଓଳାଶୁଣୀ ମେଳା ଆରମ୍ଭ ହେବାର ଦୁଇଦିନ ପରେ ଗୋଟିଏ ଗୋଟିଏ ନାଚପାର୍ଟି ପଡ଼ିଆ ମଧ୍ୟକୁ ପ୍ରବେଶ କରି ସେମାନଙ୍କ ଯାତ୍ରା ପରିବେଷଣ କରିଥିଲେ। ଶେଷ ଦିନ ସୁଦ୍ଧା ୪ଟି ଅପେରା ପାର୍ଟି ଯାତ୍ରା ପରିବେଷଣ କରି ଫେରିଯାଇଥିବା ବେଳେ ୨ଟି ଅପେରା ପାର୍ଟି ମେଳା ପରିସରରେ ରହିଛନ୍ତି। ଏହି ଅପେରା ପାର୍ଟିରେ ଦର୍ଶକମାନେ ଟିକେଟ କିଣି ଯାତ୍ରା ଦେଖିବାକୁ ଗଲାବେଳେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି କି ଗୋଟେ ଗୋଟେ ସିଟ୍‌ ପାଇଁ ଦୁଇ ଦୁଇଥର ଟିକେଟ୍‌ ବିକ୍ରି ହୋଇଥିଲା, ଯାହାକୁ ନେଇ ଅପେରା ପାର୍ଟି ମଧ୍ୟରେ ଦର୍ଶକଙ୍କ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା। ପୋଲିସ୍‌ର ହସ୍ତକ୍ଷେପ ପରେ ଅପେରା ପାର୍ଟି ମଗାଇଥିବା ଯାତ୍ରା କମିଟି ପୁନଃର୍ବାର ଚେୟାର ମଗାଇ ଦର୍ଶକଙ୍କୁ ଦେଖିବାର ସୁଯୋଗ ଦେଇଥିଲେ।
ଭୋଗ ଦୋକାନକୁ ନେଇ ଅସନ୍ତୋଷ
ପ୍ରତ୍ୟେକ ବର୍ଷ ଏହି ମେଳାରେ ସ୍ଥାନୀୟ ମାହାଙ୍ଗା, ବଡ଼ଚଣା ଓ ଡେରାବିଶ ବ୍ଲକ ଅଞ୍ଚଳର କେତେ ଜଣ ବ୍ୟକ୍ତି ପୋଡ଼ପିଠା ଓ ଭୋଗ ଦୋକାନ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ପାହାଡ଼ର ଶୀର୍ଷ ଦେଶରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ନିକଟରେ ୨୦ରୁ ଊର୍ଦ୍ଧ୍ୱ ଭୋଗ ଦୋକାନ ଲାଗୁଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ପୋଡ଼ ପୀଠା ଦୋକାନ ଲାଗିଥାଏ। ତେବେ ଚଳିତ ବର୍ଷ ଓଳାଶୁଣୀ ମଠ ତରଫରୁ ଭୋଗ ଓ କୋଡ଼ପିଠା ଦୋକାନ କରାଯାଇ ଅନ୍ୟମାନଙ୍କୁ ସେଠାରେ ବସାଇ ଦିଆଗଲା ନାହିଁ, ଯାହାକୁ ନେଇ ୫୦ରୁ ଊର୍ଦ୍ଧ୍ୱ ପରିବାର ହେଉଥିବା ପ୍ରତିପୋଷଣ ବନ୍ଦ ହେବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ମଠାଧିଶ ଡ. ନାମାନନ୍ଦ ଦାସଙ୍କୁ ପଚାରିବାରେ ସେ କୁହନ୍ତି, ଚଳିତ ବର୍ଷ ମଠ ତରଫରୁ ଭୋଗ ଦୋକାନ ଓ ପୋଡ଼ପିଠା ଦୋକାନ କରାଯିବ ବୋଲି ନିଷ୍ପତ୍ତି ହେବାପରେ ସେମାନଙ୍କୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?