ଆଦିବାସୀ ଯୁବକ ନିର୍ମାଣ କଲେ ସ୍ବୟଂଚାଳିତ ପେଟ୍ରୋଲ ପମ୍ପ

କଳିଙ୍ଗନଗର,୨୩ା୧(ଡି.ଏନ୍‌.ଏ.):ମାଟ୍ରିକ ପାସ୍‌ ପରେ ଅର୍ଥ ଅଭାବରୁ ପାଠପଢ଼ା ବନ୍ଦ ହୋଇଯାଇଥିଲା। ତେଣୁ କିଛି ରୋଜଗାର କରିବା ଲକ୍ଷ୍ୟରେ ନିକଟରେ ଥିବା ବ୍ରାହ୍ମଣୀ ପାଳ ବଜାରରେ ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଆଣି ବିକ୍ରି କଲେ। ହେଲେ ଏଠାରେ ତେଲ ଦେବାକୁ କେହି ନ ଥିବାବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବ୍ରାହ୍ମଣୀପାଳଠାରୁ ପ୍ରାୟ ୧୫/୧୬ କିଲୋମିଟର ଦୂରରେ ପେଟ୍ରୋଲ ପମ୍ପ ଅବସ୍ଥିତ। ତେଣୁ ଏହିସବୁ ଅସୁବିଧାକୁ ଦୂର କରିବା ପାଇଁ କବାଡ଼ିଆ ଲୁହାରେ ନିର୍ମିତ ହୋଇଛି ପେଟ୍ରୋଲ ପମ୍ପ ଆକୃତିର ଏକ ମେଶିନ। ମେଶିନରୁ ତୈଳ ଭରିବା ଭଳି ପାଇପ୍‌ ବାହାରକୁ ଲମ୍ବିଛି। ହ୍ୟାଣ୍ଡେଲ ନୋଜଲ ବି ପମ୍ପ ଅନୁରୂପ ସେମିତି ଖଞ୍ଜାଯାଇଛି। ପମ୍ପଠାରୁ ଅପେକ୍ଷାକୃତ ଛୋଟ ହେଲେ ବି ଏହା ଯେ ଏକ ଇନ୍ଧନ ଭରା ଯାଉଥିବା ପମ୍ପ ତାହା ଜାଣିବାକୁ ଆଦୌ ଅସୁବିଧା ହେଉନାହିଁ। ମାତ୍ର ଏଠାରେ ତୈଳ ଦେବା ପାଇଁ କେହିନାହାନ୍ତି। ମେଶିନ ସମ୍ପୂର୍ଣ୍ଣ ସ୍ବୟଂଚାଳିତ, ଯାହାର ପେଟ୍ରୋଲ ଆବଶ୍ୟକ ସେ ନିଜେ ନେଇ ଗାଡ଼ିରେ ଭରିପାରୁଛନ୍ତି। ମେଶିନରୁ ଥରକରେ ୧୦୦ ଟଙ୍କାର ପେଟ୍ରୋଲ ବାହାରୁଛି। ମେଶିନରେ ପ୍ରଥମେ ୧୦୦ ଟଙ୍କାର ଏକ ନୋଟ ଭରିବାକୁ ପଡ଼ିଥାଏ। ଏହାବ୍ୟତୀତ ଏଠାରେ ବାର୍‌ କୋଡ୍‌ ସ୍କାନିଂ ମାଧ୍ୟମରେ ବି ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଟଙ୍କା ପ୍ରାପ୍ତ ହେବା ପରେ ଯାଇ ମେଶିନ ତୈଳ ଦେଉଛି। ଏମିତି ଏକ ବିକଳ୍ପ ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ଆଦିବାସୀ ଯୁବକ ଜିତେନ୍ଦ୍ର ହେମ୍ବ୍ରମ। ତାଙ୍କ ଘର ଯାଜପୁର ଜିଲା କିଆଝର ପଞ୍ଚାୟତ ଭାଲୁବସା ଗ୍ରାମରେ। କାହ୍ନୁ ଚରଣ ହେମ୍ବ୍ରମଙ୍କ ପୁଅ ଜିତେନ୍ଦ୍ରଙ୍କ ବୟସ ଏବେ ୨୩ ବର୍ଷ। ଅନେକ ଥର ଭଙ୍ଗା ଗଢ଼ା ପରେ ସେ ଏହି ଯନ୍ତ୍ରଟି ବିକଶିତ କରିପାରିଛନ୍ତି।
ଟିକିଏ ଆଶ୍ଚର୍ଯ୍ୟ କରିବା ଭଳି ଏହି ଯନ୍ତ୍ରଟି ରହିଛି ଯାଜପୁର ଓ କେନ୍ଦୁଝର ଜିଲା ସୀମାନ୍ତ ବ୍ରାହ୍ମଣୀପାଳ ବଜାରରେ। ଆଖପାଖରେ ପେଟ୍ରୋଲ ମିଳୁ ନ ଥିବାରୁ ଲୋକେ ପିଲା ଛୁଆ ପରିବାର ସହିତ ରାସ୍ତାରେ ଅନେକ ସମୟରେ ଗାଡ଼ି ଗଡାଇ ଗଡ଼ାଇ ଯିବାକୁ ବାଧ୍ୟ ହୁଅନ୍ତି। ତେଣୁ ଏଠାରେ ୨୪ ଘଣ୍ଟିଆ ସେବା ଦେବା ଭଳି ପେଟ୍ରୋଲ ପମ୍ପ ନିର୍ମାଣ ନିଶା ହିଁ ଜିତେନ୍ଦ୍ରଙ୍କୁ ଏହି ବିକଳ୍ପ ସାଧନ ପାଇଁ ବାଟ ଦେଖାଇଥିଲା। ଜିତେନ୍ଦ୍ର ଲିଟର ପ୍ରତି ୮ଟଙ୍କା ଲାଭ ରଖି ଲୋକଙ୍କୁ ପେଟ୍ରୋଲ ଦେଉଛନ୍ତି। ତାଙ୍କ କହିବା ମୁତାବକ, ଏହି ମେଶିନରୁ ଦୈନିକ ୪୦ରୁ ୫୦ ଲିଟର ତେଲ ବିକ୍ରି ହେଉଛି। ସେଥିରେ ତାଙ୍କ ପରିବାର ପ୍ରତିପୋଷଣ ହେଉଛି। ତେଲ ଭରିବା ସମୟରେ ପରିମାଣ ଓ ମୂଲ୍ୟ ସୂଚୀ ପ୍ରଦର୍ଶନ କରୁଥିବା ଡିସପ୍ଲେ ଟିକୁ ଅଧିକ ବିକଶିତ ପାଇଁ ସେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ମେଶିନକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ନିର୍ମାଣ କରିଛନ୍ତି। କେବଳ ଶହେ ଟଙ୍କିଆ ବ୍ୟତୀତ ଅନ୍ୟ ଯେ କୌଣସି ଟଙ୍କା ଦେଲେ ମେଶିନଟି ଫେରାଇ ଦେଉଛି। ଅନ୍ୟପକ୍ଷରେ ଡିଜିଟାଲ ପେମେଣ୍ଟ ହେବା ପରେ ଯାଇ ମେଶିନର ଚାବି ଖୋଲିଯାଉଛି। ଜିତେନ୍ଦ୍ରଙ୍କ ଏହି ମେଶିନ ଅଧିକ ନିର୍ମାଣ ହୋଇ ପାରିଲେ ଅନେକ ଅପହଞ୍ଚ ଇଲାକାରେ ଆବଶ୍ୟକତା ମେଣ୍ଟିପାରନ୍ତା। ଏ ଦିଗରେ ରାଜ୍ୟ ସରକାର ତାଙ୍କୁ ସହଯୋଗର ହାତ ବଢ଼ାେଇଲ ଜିତେନ୍ଦ୍ର ଅଧିକ ମେଶିନ ନିର୍ମାଣ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri