ହସ୍ତଶିଳ୍ପ ଦୈନନ୍ଦିନ ଜୀବନର ଅଙ୍ଗ: ଅନୁପମ ଖେର୍‌

କଳିଙ୍ଗନଗର,୨୨।୧(ଡି.ଏନ୍‌.ଏ.): ଭାରତ ତଥା ଓଡ଼ିଶାର ବିଭିନ୍ନ ବୟନ ଗ୍ରାମରେ ମହିଳାଙ୍କୁ ହସ୍ତଶିଳ୍ପ ସ୍ବାବଲମ୍ବୀ କରିଛି। ଏହାରି ଉପରେ ଅନେକ ପରିବାର ପ୍ରତିପୋଷଣ ହେଉଥିବା ବେଳେ କଞ୍ଚାମାଲର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ଦିଗରେ ମୁଦ୍ରିତ ଗଣମାଧ୍ୟମ ଲୋକଲୋଚନକୁ ଆଣି ଏହାକୁ ଦୃଢ଼ୀଭୂତ କରନ୍ତୁ ବୋଲି ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମେଳନରେ ଶନିବାର ମତପ୍ରକାଶ ପାଇଛି। ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମେଳନରେ ଶନିବାର ୫ଟି ସେସନରେ ହସ୍ତଶିଳ୍ପର ପ୍ରଚାର ଏବଂ ପ୍ରସାର ଉପରେ ମଞ୍ଚାସୀନ ଅତିଥିମାନେ ମତପୋଷଣ କରିଥିଲେ। ଅତିଥି ଭାବେ ବିଶିଷ୍ଟ ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ଏବଂ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ। ଅନୁପମ ଖେର୍‌ଙ୍କର ପ୍ରତିଟି କଥାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସେ ହସାଇ ହସାଇ ସମସ୍ତଙ୍କୁ ବେଦମ କରିବା ସହିତ ହସ୍ତଶିଳ୍ପ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଥିଲେ। କିଛି ପରିବର୍ତ୍ତନ ନିମନ୍ତେ କିଛି ସମୟର ଆବଶ୍ୟକତା ରହିଥିବା ଖେର୍‌ କହିବା ସହ ସେ ପିଲାବେଳେ ସମ୍ପୂର୍ଣ୍ଣ ଦେଶୀ ଜୀବନଯାପନ କରୁଥିବା ନେଇ ଜଣାଇଥିଲେ। ପ୍ରତ୍ୟେକ ବ୍ୟକ୍ତି ନିଜର କାର୍ଯ୍ୟଦକ୍ଷତା ବିଷୟରେ ଯତ୍ନବାନ ହୋଇପାରିଲେ ସବୁ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।
ସ୍ଥାନୀୟ ଅଞ୍ଚଳରେ ଲୋକେ ଦୈନନ୍ଦିନ ବ୍ୟବହାରରେ ହସ୍ତଶିଳ୍ପର ବ୍ୟବହାର କଲେ ହସ୍ତଶିଳ୍ପର ପ୍ରଚାର ପ୍ରସାର ହେବା ସହିତ ଏହାର ଚାହିଦା ବଢିପାରିବ ବୋଲି ଅତିଥିମାନେ କହିଥିଲେ ା ଟସର ଶିଳ୍ପ ଉପରେ ଗବେଷଣା ଜରୁରୀ ଥିବା ବେଳେ ହ୍ୟାଣ୍ଡଲୁମ୍‌ ଏବଂ ହ୍ୟାଣ୍ଡିକ୍ରାଫ୍ଟ ଉପରେ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ। ବୟନଗ୍ରାମରେ ରହିଥିବା ଶିଳ୍ପୀଙ୍କ ଉପତ୍ାଦିତ ସାମଗ୍ରୀ ବିକ୍ରୟ ନିମନ୍ତେ ହସ୍ତଶିଳ୍ପୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ଭାବେ ଛିଡା ହୋଇଛି। ସେହିପରି ଶିଳ୍ପକୁ ବଞ୍ଚାଇ ରଖିବା ନିମନ୍ତେ ଦୀର୍ଘମିଆଦୀ ଯୋଜନାମାନ ପ୍ରଣୟନ କରାଯିବା ଜରୁରୀ। ଅନ୍ୟପକ୍ଷରେ ହସ୍ତଶିଳ୍ପରେ ବଜ୍ୟବସ୍ତୁ ପରିଚାଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ୟାକିଂ ପଦାର୍ଥ ଯଥା ଥର୍ମୋକୁଲ ଏବଂ କାର୍ଡବୋର୍ଡକୁ ପୁନଃ ବ୍ୟବହାର କରାଯାଇପାରିବ। ତେଣୁ ଏହାକୁ ଅଳିଆ ଭାବେ ନ ଫିଙ୍ଗି ବ୍ୟବସ୍ଥିତ ଢଙ୍ଗରେ ଉପଯୋଗ କରିବା ଉଚିତ ବୋଲି ମତପ୍ରକାଶ ପାଇଥିଲା।
ଉନ୍ନୟନ କମିଶନର ଜେନା କହିଥିଲେ ଯେ, ଯାଜପୁର ଜିଲା ପ୍ରଥମଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ଏବଂ ଏଠି ଉପସ୍ଥିତ ବ୍ୟକ୍ତିବିଶେଷ ହସ୍ତଶିଳ୍ପ କ୍ଷେତ୍ରରେ ନିପୁଣତା ରଖିଛନ୍ତି ା ଆମେ ସେମାନଙ୍କଠାରୁ ଅନେକ କିଛି ଶିକ୍ଷା କରିଛୁ ା ପୂର୍ବ ସମୟରେ ରାଜା ମହାରାଜା ହସ୍ତଶିଳ୍ପର ବିକାଶ ଦିଗରେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ସରକାର ସେ ଦିଗରେ କାର୍ଯ୍ୟ କରିବାକୁ ଆଗଭର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri