ହସ୍ତଶିଳ୍ପ ଦୈନନ୍ଦିନ ଜୀବନର ଅଙ୍ଗ: ଅନୁପମ ଖେର୍‌

କଳିଙ୍ଗନଗର,୨୨।୧(ଡି.ଏନ୍‌.ଏ.): ଭାରତ ତଥା ଓଡ଼ିଶାର ବିଭିନ୍ନ ବୟନ ଗ୍ରାମରେ ମହିଳାଙ୍କୁ ହସ୍ତଶିଳ୍ପ ସ୍ବାବଲମ୍ବୀ କରିଛି। ଏହାରି ଉପରେ ଅନେକ ପରିବାର ପ୍ରତିପୋଷଣ ହେଉଥିବା ବେଳେ କଞ୍ଚାମାଲର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ଦିଗରେ ମୁଦ୍ରିତ ଗଣମାଧ୍ୟମ ଲୋକଲୋଚନକୁ ଆଣି ଏହାକୁ ଦୃଢ଼ୀଭୂତ କରନ୍ତୁ ବୋଲି ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମେଳନରେ ଶନିବାର ମତପ୍ରକାଶ ପାଇଛି। ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମେଳନରେ ଶନିବାର ୫ଟି ସେସନରେ ହସ୍ତଶିଳ୍ପର ପ୍ରଚାର ଏବଂ ପ୍ରସାର ଉପରେ ମଞ୍ଚାସୀନ ଅତିଥିମାନେ ମତପୋଷଣ କରିଥିଲେ। ଅତିଥି ଭାବେ ବିଶିଷ୍ଟ ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌ ଏବଂ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ। ଅନୁପମ ଖେର୍‌ଙ୍କର ପ୍ରତିଟି କଥାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସେ ହସାଇ ହସାଇ ସମସ୍ତଙ୍କୁ ବେଦମ କରିବା ସହିତ ହସ୍ତଶିଳ୍ପ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କହିଥିଲେ। କିଛି ପରିବର୍ତ୍ତନ ନିମନ୍ତେ କିଛି ସମୟର ଆବଶ୍ୟକତା ରହିଥିବା ଖେର୍‌ କହିବା ସହ ସେ ପିଲାବେଳେ ସମ୍ପୂର୍ଣ୍ଣ ଦେଶୀ ଜୀବନଯାପନ କରୁଥିବା ନେଇ ଜଣାଇଥିଲେ। ପ୍ରତ୍ୟେକ ବ୍ୟକ୍ତି ନିଜର କାର୍ଯ୍ୟଦକ୍ଷତା ବିଷୟରେ ଯତ୍ନବାନ ହୋଇପାରିଲେ ସବୁ କାର୍ଯ୍ୟ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।
ସ୍ଥାନୀୟ ଅଞ୍ଚଳରେ ଲୋକେ ଦୈନନ୍ଦିନ ବ୍ୟବହାରରେ ହସ୍ତଶିଳ୍ପର ବ୍ୟବହାର କଲେ ହସ୍ତଶିଳ୍ପର ପ୍ରଚାର ପ୍ରସାର ହେବା ସହିତ ଏହାର ଚାହିଦା ବଢିପାରିବ ବୋଲି ଅତିଥିମାନେ କହିଥିଲେ ା ଟସର ଶିଳ୍ପ ଉପରେ ଗବେଷଣା ଜରୁରୀ ଥିବା ବେଳେ ହ୍ୟାଣ୍ଡଲୁମ୍‌ ଏବଂ ହ୍ୟାଣ୍ଡିକ୍ରାଫ୍ଟ ଉପରେ ପ୍ରଶାସନ ସ୍ବତନ୍ତ୍ର ଧ୍ୟାନ ଦେବା ଜରୁରୀ। ବୟନଗ୍ରାମରେ ରହିଥିବା ଶିଳ୍ପୀଙ୍କ ଉପତ୍ାଦିତ ସାମଗ୍ରୀ ବିକ୍ରୟ ନିମନ୍ତେ ହସ୍ତଶିଳ୍ପୀଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ଭାବେ ଛିଡା ହୋଇଛି। ସେହିପରି ଶିଳ୍ପକୁ ବଞ୍ଚାଇ ରଖିବା ନିମନ୍ତେ ଦୀର୍ଘମିଆଦୀ ଯୋଜନାମାନ ପ୍ରଣୟନ କରାଯିବା ଜରୁରୀ। ଅନ୍ୟପକ୍ଷରେ ହସ୍ତଶିଳ୍ପରେ ବଜ୍ୟବସ୍ତୁ ପରିଚାଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ୟାକିଂ ପଦାର୍ଥ ଯଥା ଥର୍ମୋକୁଲ ଏବଂ କାର୍ଡବୋର୍ଡକୁ ପୁନଃ ବ୍ୟବହାର କରାଯାଇପାରିବ। ତେଣୁ ଏହାକୁ ଅଳିଆ ଭାବେ ନ ଫିଙ୍ଗି ବ୍ୟବସ୍ଥିତ ଢଙ୍ଗରେ ଉପଯୋଗ କରିବା ଉଚିତ ବୋଲି ମତପ୍ରକାଶ ପାଇଥିଲା।
ଉନ୍ନୟନ କମିଶନର ଜେନା କହିଥିଲେ ଯେ, ଯାଜପୁର ଜିଲା ପ୍ରଥମଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି ଏବଂ ଏଠି ଉପସ୍ଥିତ ବ୍ୟକ୍ତିବିଶେଷ ହସ୍ତଶିଳ୍ପ କ୍ଷେତ୍ରରେ ନିପୁଣତା ରଖିଛନ୍ତି ା ଆମେ ସେମାନଙ୍କଠାରୁ ଅନେକ କିଛି ଶିକ୍ଷା କରିଛୁ ା ପୂର୍ବ ସମୟରେ ରାଜା ମହାରାଜା ହସ୍ତଶିଳ୍ପର ବିକାଶ ଦିଗରେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ସରକାର ସେ ଦିଗରେ କାର୍ଯ୍ୟ କରିବାକୁ ଆଗଭର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri