ଫେବୃୟାରୀ ୧୩ରୁ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୨୬ା୧: ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନ ହେଲେ ହେଁ ଷ୍ଟେଟ ଆନଭାର୍ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ), ଠିକାସଂସ୍ଥା ଏନ୍‌ବିସିସି ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍‌)ର ଯାଏ ଆସେ କେତେ। ଏଭଳି ମନୋଭାବ ରଖି ଉପରୋକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ନିର୍ଦ୍ଦେଶକୁ ଅଣଦେଖା କରି ଜିଲାବାସୀଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି। ଫଳରେ ଏନଜିଟି ମାମଲାରେ ଛନ୍ଦି ହୋଇଥିବା ସରୋବରର ବିକାଶ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହାର ଚୂଡାନ୍ତ ଶୁଣାଣି ଫେବୃୟାରୀ ୧୩ରୁ ଆରମ୍ଭ ହେବ ବୋଲି ଏନ୍‌ଜଟି ମଙ୍ଗଳବାର ନିର୍ଦ୍ଦେଶ ଜାରି କରିଛନ୍ତି। ଅନ୍ୟପକ୍ଷେ ଏମ୍‌ଓଇଏଫ୍‌ ଏକ ସାଧାରଣ ଏବଂ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ୧୫ ପୃଷ୍ଠା ବିଶିଷ୍ଟ ସତ୍ୟପାଠ ଦାଖଲ କରିଛନ୍ତି। ସିଆ ଏବଂ ଠିକାସଂସ୍ଥା ଏନବିସିସି କର୍ତ୍ତୃପକ୍ଷଙ୍କୁ ୨ ସପ୍ତାହ ମଧ୍ୟରେ ଉପଯୁକ୍ତ ଭାବେ ସତ୍ୟପାଠ ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।
ଜଙ୍ଗଲ ଜମିରେ ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ହେଉଥିବା ନେଇ ଏନଜିଟିରେ ସଂଖ୍ୟା ୧୦୩/୨୦୨୨/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଗତ ଜୁଲାଇରୁ ଏନଜଟି ପକ୍ଷରୁ ଏକାଧିକ ଥର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇ ଆସୁଥିଲେ ହେଁ ଉପରୋକ୍ତ କର୍ତ୍ତୃପକ୍ଷ କେବଳ ଦିନ ଧାର୍ଯ୍ୟ କରି ମୁକୁଳି ଯାଉଛନ୍ତି। ଏହିକ୍ରମରେ ଜିଲାପାଳ ତାଙ୍କ ସତ୍ୟପାଠରେ ବର୍ତ୍ତମାନ ସରୋବରରେ ହେଉଥିବା କନଷ୍ଟ୍ରକ୍ସନ କାମ ଅଣ ଜଙ୍ଗଲ ଜମିରେ ହେଉଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ଅଭିଯୋଗକାରୀ ଏନଜିଟିକୁ ପଥଭ୍ରଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଗଣ୍ଡାନାଳାରେ କୌଣସି ନୂତନ ପଥ ଖୋଲା ଯାଉନାହିଁ। ଜଙ୍ଗଲ ଜମିରେ କୌଣସି ଖନନ କାର୍ଯ୍ୟ କରାଯାଉ ନାହିଁ। ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପ୍ଲଟ ନଂ. ୭୦ ଓ ୭୧ରେ ହେଉଛି ଯାହାକି ଅଣଜଙ୍ଗଲ ଜମିରେ ଅନ୍ତର୍ଭୁକ୍ତ। ଟିକେଟ କାଉଣ୍ଟର ଏବଂ ଶୌଚାଳୟ ନିର୍ମାଣ ପ୍ଲଟ ନମ୍ବର ୬୪ରେ ହେଉ ନ ଥିବାବେଳେ ସେଗୁଡିକ ଅଣ ଜଙ୍ଗଲ ଜମିର ୬୧ ଓ ୯୦ ନମ୍ବର ପ୍ଲଟରେ ହେଉଛି। ୱେବ୍ରିଜ ନିର୍ମାଣ କାର୍ଯ୍ୟ ନୁହେଁ ବରଂ ତାକୁ ଯେକୌଣସି ଯାଗାକୁ ସ୍ଥାନାନ୍ତରଣ କରାଯାଇ ପାରିବ। ଷ୍ଟୋର ଘର ମଧ୍ୟ ଏନଜିଟିର ସ୍ଥଗିତା ଦେଶ ପୂର୍ବରୁ ଅସ୍ଥାୟୀ ଭାବେ ନିର୍ମାଣ ହୋଇଛି। ଦହିସାହିଠାରୁ ଏମସିସି ସେଣ୍ଟର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ନୁହେଁ। ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟ ଜଙ୍ଗଲ ଅଧିକାରୀ ଆଇନ ଅନୁଯାୟୀ ଅନୁମତି ନେବା ପରେ ଆରମ୍ଭ ହୋଇଥିଲା। ଏଭଳି ୨୮ ଦଫା ସମ୍ବଳିତ ସତ୍ୟପାଠ ଏଥର ଉପଯୁକ୍ତ ସମୟରେ ଜିଲାପାଳ ଦାଖଲ କରିଥିବା ସୂଚନା ମିଳିଛି। ହେଲେ ଏନଜିଟିର ନିର୍ଦ୍ଦେଶ ଉପରେ ଏମଓଇଏଫ୍‌, ସିଆ ଏବଂ ସଂପୃକ୍ତ ଠିକାସଂସ୍ଥା ଏନ୍‌ବିସିସିର ଅଣଦେଖା ଏବଂ ଆନ୍ତରିକତାର ଅଭାବ ଏହି ପ୍ରକଳ୍ପକୁ ବୁଡାଇବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି ଉପସଭାପତି ନିଲମ୍ବିତ

ନବରଙ୍ଗପୁର,୧।୨(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ...

ବେଆଇନ ମଣ୍ଡପ ସିଲ୍‌

ବାରିପଦା ଅଫିସ,୨୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପୌରପାଳିକାର ବିନା ଅନୁମତିରେ ବେଆଇନ ଭାବେ ଚାଲିଥିବା ଦୁଇଟି କଲ୍ୟାଣ ମଣ୍ଡପ ଓ ଗୋଟିଏ ନିର୍ମାଣାଧୀନ କୋଠାକୁ ଶୁକ୍ରବାର...

ଭୈରବ ଦେବଙ୍କ ଝାମୁଯାତ୍ରା, କଣ୍ଟା ଦୋଳିରେ ଝୁଲିଲେ କାଳିଶି

ଭବାନୀପାଟଣା/କୋକସରା,୧୬।୯(ସ୍ବ.ପ୍ର/ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ତଥା ବାଲିଯାତ୍ରା ଉତ୍ସବ ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ପୀଠରେ ତାନ୍ତ୍ରିକ ଓ...

ନାବାଳିକାଙ୍କୁ ବଳାତ୍କାର: ବନ୍ଧା ହେଲେ ଯୁବକ

ଚିତ୍ରଡ଼ା,୨୫ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲୁଗୁ...

ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ପୋଲସରା,୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ। ଉକ୍ତ ଗ୍ରାମରେ ଜଣେ ମହିଳାଙ୍କ...

ଅର୍ଥକାରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା ଅଫିସ, ୧୪ା୨: କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ...

ଆର୍ଥିକ ସହାୟତା ଆବଶ୍ୟକ ନାହିଁ, ପରିବାର ଚଳାଇବାରେ ଆମେ ସକ୍ଷମ: ଅରିନ୍ଦମଙ୍କ ଭଉଣୀ

ପାଟଣା,୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମର ଯୁବ ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ପରେ କକା ଧରଣୀଧର ଦାସ, ମା’ କୁନି...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ଭଦ୍ରକ ଅଫିସ,୧୧।୧: ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ୩୧ତମ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ,...

Advertisement
Archives

Model This Week