ବୁଣାକାରଙ୍କ ଗାଁରେ ୟୁନେସ୍କୋ ପ୍ରତିନିଧି ଦଳ

ରସୁଲପୁର,୨୩ା୧(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ୍‌ର ବୁଣାକାର ଗଁା ଗୋପାଳପୁରରେ ରବିବାର ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂଗଠନ(ୟୁନେସ୍କୋ)ର ପ୍ରତିନିଧି ଦଳ ପହଞ୍ଚତ୍ ମା’ତାରିଣୀ ତନ୍ତୁବାୟ ସହଯୋଗ ସମିତି ଲୁଗା ତିଆରି କାରଖାନା ପରିଦର୍ଶନ କରିଛନ୍ତି।
ଏଠାରେ ଟସର କୋସାରୁ ସୂତା ପରେ ତା’କୁ କିଭଳି ରଙ୍ଗବେରଙ୍ଗର ବସ୍ତ୍ରରେ ପରିଣତ କରାଯାଉଛି, ସେ ସମ୍ପର୍କରେ କାରଖାନାରେ ସ୍ଥାପିତ ସମସ୍ତ ୟୁନିଟକୁ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି। ବୁଣାକାର ନେତା ଅଶୋକ କୁମାର ଗୁଇଁ, ରମେଶ ଚନ୍ଦ୍ର ଦାସ, ବୟନ ଶିଳ୍ପ ବୈଷୟିକ ସହାୟକ ଶ୍ରୀକାନ୍ତ ମିଶ୍ରଙ୍କ ସହ ଆଲୋଚନା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। ଲୁଗାର ଗୁଣବତ୍ତା ଓ ଯୁଗୋପଯୋଗୀ କାରିଗରି କାର୍ଯ୍ୟକୁ ନେଇ ପ୍ରତିନିଧି ଦଳ ସନ୍ତୋଷବ୍ୟକ୍ତ କରିଛନ୍ତି। ଏହି ଗାଁର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କଳାକୃତିକୁ କିଭଳି ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଯିବ ସେ ଦିଗରେ ପ୍ରୟାସ କରାଯିବ। କାରିଗରଙ୍କ ସମସ୍ୟା ଦୂର ସମ୍ପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ। ଆସନ୍ତା ଦିନରେ ୟୁନେସ୍କୋର ଏକ ବଡ଼ ପ୍ରତିନିଧି ଦଳ ଗୋପାଳପୁର ଗାଁ ଆସିବେ। ଏହି ଗାଁରେ ସବୁ କିସମର କଳାକୃତି ଉପଲବ୍ଧ ହେଉଛି। ଏହିସବୁ କଳାକୃତିକୁ ପ୍ରୋତ୍ସାହିତ ପାଇଁ ପ୍ରୟାସ କରାଯିବ ବୋଲି ୟୁନେସ୍କୋର ଦିଲ୍ଲୀ କାର୍ଯ୍ୟାଳୟ ପ୍ରତିନିଧି ଚିରଞ୍ଜିତ ଗାଙ୍ଗୁଲି ପ୍ରକାଶ କରିଛନ୍ତି।
ଜିଲାର ଯାଜପୁର ରୋଡ୍‌ଠାରେ ୨ଦିନ ବ୍ୟାପୀ ଅନୁଷ୍ଠିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶେଷ ହେବାପରେ ରବିବାର ୟୁନେସ୍କୋର ପ୍ରତିନିଧି ଦଳ ପକ୍ଷରୁ ଫିଲ୍ମ ମେକିଂ ଓ ଆର୍ଟିଷ୍ଟ ଡିଜାଇନର ଅରୁଣ ଦାସ, ନଟ୍‌ ଅନ୍‌ ମ୍ୟାପ୍‌ ସଂସ୍ଥାର ଗ୍ରାମାଞ୍ଚଳ ସ୍ଥାୟୀ ସଂସ୍କୃତି ଓ ପର୍ଯ୍ୟଟନ ବିଶେଷଜ୍ଞ କୁମାର ଅନୁଭବ, ଭିକର୍‌ସ ସଂସ୍ଥାର ହସ୍ତତନ୍ତ ଓ ହସ୍ତକଳାର ଡିଜାଇନର ଗୁନ୍‌ ଜେନ, ଜିଲା ଖଣିଜ ଫାଣ୍ଠିର ଜୀବିକା ମିଶନ ଏକ୍ସପର୍ଟ ଅନୁଭବ ପ୍ରସାଦ, ଜିଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ସେଫାଳି ସ୍ବାଗତିକା ପ୍ରମୁଖ ପହଞ୍ଚତ୍ ଲୁଗାବୁଣା କାରଖାନାର କ୍ୟାଲେଣ୍ଡରିଂ ମେଶିନ, ତନ୍ତ, ସୂତାକୁ ପ୍ରସେସିଂ ମେଶିନ ଆଦି ବୁଲି ଦେଖିଥିଲେ। କାରଖାନାରେ ପ୍ରସ୍ତୁତ ବସ୍ତ୍ରର ବଜାରୀକରଣ ଓ ତାର ଦାମ୍‌ ଆଦି ସମ୍ପର୍କରେ ପଚାରି ବୁଝିଥିଲେ।
ଗୋପାଳପୁର ଗାଁରେ ୫୦୦୦ରୁ ଊର୍ଦ୍ଧ୍ୱ ହସ୍ତତନ୍ତ ଓ ଶିଳ୍ପୀ କାରିଗର ରହିଛନ୍ତି। ସେମାନଙ୍କ ପାଇଁ ଡାକ୍ତରଖାନାର ସୁବିଧା, ଉପତ୍ାଦିତ ଦ୍ରବ୍ୟକୁ କାରବାର ପାଇଁ ବଜାର ସୁବିଧା, ବୁଣାକାରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର, କଞ୍ଚାମାଲ ଉପତ୍ାଦନ ପାଇଁ ଭିତ୍ତିଭୂମିର ବିନିଯୋଗ, ବୁଣାକାରଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସମ୍ପର୍କରେ ବୁଣାକାର ନେତାମାନେ ପ୍ରତିନିଧି ଦଳର ଦୃଷ୍ଟି ଆକର୍ଷଣ କରିଥିଲେ। ବୁଣାକାର ଲୁଗାରେ ବ୍ୟବହାରକରୁଥିବା ରଙ୍ଗର ସଦ୍‌ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ଦିଗରେ ସଚେତନତା ଓ ସତର୍କତା ଉପରେ ଧ୍ୟାନ ଦେବାକୁ ବୁଣାକାରଙ୍କୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। ରାଜ୍ୟର କଳା, ସଂସ୍କୃତି ଉପରେ ସଂକୀର୍ତ୍ତନମଣ୍ଡଳୀର କାର୍ଯ୍ୟକ୍ରମ ଦେଖିଥିଲେ। ଟେରାକୋଟା ଶିଳ୍ପୀ ତଥା ମାଷ୍ଟର ଟ୍ରେନର ପର୍ଶୁରାମ ବେହେରାଙ୍କ ଟେରାକୋଟା ସାମଗ୍ରୀ ଉପତ୍ାଦନ କାରଖାନା ଓ ଅନ୍ୟ କାରିଗରଙ୍କ କାରଖାନା ବୁଲି ଦେଖିଥିଲେ। ହସ୍ତଶିଳ୍ପ ଜରିଆରେ ଆମ ସଂସ୍କୃତି, ପରମ୍ପରାର ପ୍ରତୀକ ଭାବରେ ସୂଚାଉଥିବା ସାମଗ୍ରୀଗୁଡିକୁ ଦେଖି ଖୁସି ପ୍ରକଟ କରିଥିଲେ। ଏହି କାରିଗରଙ୍କ ବିକାଶ ଉପରେ ପ୍ରତିନିଧି ଦଳ ଗୁରୁତ୍ୱ ଦେଇଥିଲେ।
ପ୍ରତିନିଧି ଦଳ ସମଗ୍ର ଜିଲାରେ କାର୍ଯ୍ୟରତ ଆର୍ଟିସିଆନ, ଟେରାକୋଟା ଶିଳ୍ପ, ବାଉଁଶ କାରିଗର, ପାଲା, ଦାସକାଠିଆ, ସଂକୀର୍ତ୍ତନ, ପାରମ୍ପରିକ କୃଷି ଆଦିର ବିକାଶ ଉପରେ ଅନୁଧ୍ୟାନ କରିଛନ୍ତି। ଏହି କ୍ଷେତ୍ରରେ ସମ୍ବଳ ବ୍ୟବହାର ସହ ସମ୍ପ୍ରଦାୟର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା, ଯୁବଗୋଷ୍ଠୀଙ୍କ ମଧ୍ୟରେ ଏ ନେଇ ଆଗ୍ରହ ସୃଷ୍ଟି କରିବା, ଏହି କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ଦେଶ ଓ ଅନ୍ତର୍ଜାତୀୟ ସଂସ୍ଥାକୁ ଅବଗତ କରାଇବା ପ୍ରତିନିଧି ଦଳର ଲକ୍ଷ୍ୟ ବୋଲି ଜଣାଯାଇଛି। ଏହାବାଦ୍‌ ଟାଟା ଟ୍ରଷ୍ଟର ଅନ୍ତରନ କ୍ରାଷ୍ଟ ଓ ବୟନ ଶିଳ୍ପ ଡିଜାଇନର ନଥି ସିଂ, ଦକ୍ଷିଣ ଚିତ୍ର ମିୟୁଜିଅ-ଚେନ୍ନାଇର ନିର୍ଦ୍ଦେଶକ ତ୍ୟାଗ୍‌ ରାଜନ, ସୁଦକ୍ଷିଣା ବାନାର୍ଜୀ ପ୍ରମୁଖ ମା’ ତାରିଣୀ ସମିତିର ବିଭିନ୍ନ କଳାକୃତି ବୁଲି ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?