ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନି

ରସୁଲପୁର,୨୧ା୧(ଡି.ଏନ.ଏ.): ରସୁଲପୁର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫କୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ ତହସିଲଦାର ନିରଞ୍ଜନ ସାହୁ ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୂଚନା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି। ନିୟମାନୁଯାୟୀ କର୍ମୀ ଜନ ସୂଚନା ଅଧିକାରୀଙ୍କ ତଥ୍ୟ ପ୍ରଦାନରେ ଅବହେଳା କରିଥିବା ଦର୍ଶାଇ ଉପରିସ୍ଥ ଅଧିକାରୀ(ଅପିଲେଟ ଅଥରିଟି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ମିଳି ପାରୁନାହିଁ। ତେଣୁ ଜନ ଶୁଣାଣି ପାଇଁ ଆବେଦନକାରୀଙ୍କୁ ଛୁଟି ଦିନରେ ନୋଟିସ ଜରିଆରେ ତହସିଲରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି। ଉକ୍ତ ନିର୍ଦ୍ଦେଶ ମୁତାବକ ତହସିଲରେ ହାଜର ହୋଇ କାର୍ଯ୍ୟାଳୟରେ ତାଲା ଝୁଲୁ ଥିବା ଦେଖି ଆବେଦନକାରୀ ନିରାଶ ହୋଇ ଫେରି ଯାଉଛନ୍ତି। ଏଭଳି ଘଟଣା ଘଟିଛି ସୂଚନା ଅଧିକାର କର୍ମୀ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତର ପ୍ରକାଶ ଚନ୍ଦ୍ର ସାହୁଙ୍କ କ୍ଷେତ୍ରରେ।
ଆବେଦନକାରୀ ସାହୁ ୦୯ ନଭେମ୍ବର,୨୦୨୨ରେ ବ୍ରାହ୍ମଣୀ ନଦୀରେ ସରକାରୀ ଭାବରେ ଲିଜ ଦିଆଯାଇଥିବା ବାଲିଘାଟ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଆରଟିଆଇ ଫର୍ମରେ ଆବେଦନ କରିଥିଲେ। ଏହି ନଦୀର ରସୁଲପୁର ତହସିଲ ଅଧୀନରେ କେତୋଟି ବାଲି ଘାଟ ନିଲାମ ଦିଆଯାଇଛି। ଘାଟ ନିଲାମ ଦିଆଯିବାକୁ ନେଇ କ’ଣ ସରକାରୀ ନିୟମ ରହିଛି। କେଉଁ ଘାଟ କେତେ ଟଙ୍କାରେ ଲିଜ୍‌ଧାରୀଙ୍କୁ ଦିଆଯାଇଛି। ନିଲାମ ଅଞ୍ଚଳର ପରିସୀମା ଓ କେଉଁ ଘାଟରୁ କେତେ ବାଲି ଉତ୍ତୋଳନ କରାଯିବ। ଘାଟକୁ ପରିଚାଳନା କରିବାରେ କ’ଣ ସବୁ ବ୍ୟବସ୍ଥା କରାଯିବ। ଲଘୁ ଖଣିଜ ଆଇନକୁ ଅନୁପାଳନ କରାଯାଇ ଘାଟ ଚାଲୁଛି କି ନାହିଁ। ଘାଟରେ ମେଶିନ୍‌ରେ ଲୋଡିଂ, ହାଇୱାରେ ବାଲି ପରିବହନ କରିବାକୁ ନିୟମ ରହିଛି କି ଆଦି ୧୦ରୁ ଊର୍ଦ୍ଧ୍ୱ ବିଷୟରେ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଛି। ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଛି। ଏହି ନିୟମକୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍‌ ଭାବରେ ପାଳନ କରା ନ ଯିବାରୁ ଆବେଦନକାରୀ ପ୍ରଥମ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଆବେଦନକାରୀ ସାହୁଙ୍କୁ ୧୪ ଜାନୁଆରୀ,୨୦୨୩ରେ ତହସିଲରେ ହାଜର ହେବାକୁ କୁହାଯାଇଥିଲା। ସେହିଦିନ ମକର ସଂକ୍ରାନ୍ତି ଥିବାରୁ ତହସିଲ ଛୁଟି ରହିଥିଲା। ଆବେଦନକାରୀ ତହସିଲକୁ ଆସି ନିରାଶ ହୋଇ ଫେରିଥିଲେ। ଏ ଦିଗରେ ସେ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ଭୁଲରେ ତାରିଖ ଦିଆଯାଇଛି। ପରେ ତାରିଖ ଦିଆଗଲେ ଆସିବ, ଏବେ ଫେରିଯାଅ ବୋଲି କହିଥିଲେ। ତେବେ ତହସିଲ ପକ୍ଷରୁ ଭୁଲରେ ଛୁଟି ଦିନରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇ ଥିଲା ନା ଜାଣିଶୁଣି ଆବେଦନାକାରୀଙ୍କୁ ହଇରାଣ କରିବାକୁ ଏଭଳି କରାଯାଇ ଥିଲା ତାକୁ ନେଇ ଅଭିଯୋଗକାରୀଙ୍କ ମନରେ ସନ୍ଦେହଜାତ ହେଉଛି। ଦିନ ଗଡ଼ାଇବା ଆଳରେ ତହସିଲ ପକ୍ଷରୁ ଏଭଳି କରାଯାଉଛି। ବାଲି ମାଫିଆଙ୍କ ସହ ତହଲିସଲଦାରଙ୍କର ଅସାଧୁ ସମ୍ପର୍କ ରହିଥିବାରୁ ତହସିଲ କାର୍ଯ୍ୟାଳୟ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି। ଏ ନେଇ ତହସିଲଦାର ସାହୁଙ୍କୁ ପଚାରିବାରୁ ଭୁଲରେ ଛୁଟି ଦିନରେ ଜନଶୁଣାଣି ପାଇଁ ଆବେଦନକାରୀଙ୍କୁ କାର୍ଯ୍ୟାଳୟକୁ ଡକା ଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ମାତ୍ର ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରାଯାଇ ଥିଲା। ଉକ୍ତ ତଥ୍ୟ ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ଆବେଦନକାରୀ ପୁଣି ଥରେ ଅଭିଯୋଗ କରିଛନ୍ତି। ତାଙ୍କୁ ଆଉ ଏକ ତାରିଖରେ ଜନଶୁଣାଣିରେ ହାଜର ହେବାକୁ ନୋଟିସ କରାଯିବ ବୋଲି ତହସିଲଦାର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri