ଜଗତ୍‌ସିଂହପୁର

ଏ ବର୍ଷ ବି ହେଲାନି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ପାରାଦୀପ,୧୭ା୯(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଚଳିତ ବର୍ଷ ବନ୍ଦ ରହିଲା। ୧୯୬୮ରୁ ପାଳିତ ହୋଇଆସୁଥିବା ଏହି ପୂଜା କନ୍ୟା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ। ଏନେଇ ପାରାଦୀପ ବନ୍ଦର ନଗରୀ ସପ୍ତାହବ୍ୟାପି ଉତ୍ସବ ମୁଖର ହୋଇଉଠେ।…

ନଭେମ୍ବର ୭ରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୧୬ା୯(ସ୍ବ.ପ୍ର.): ପାରାଦୀପର ବେଳାଭୂମି ବିଜୁ ମୈଦାନରେ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାତଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏ ନେଇ ଗୁରୁବାର ସାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ…

୨ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଉନି ଜିମ୍ନାସିୟମ

ଜଗତ୍‌ସିଂହପୁର ଅଫିସ, ୧୬ା୯:ଜଗତ୍‌ସିଂହପୁର ସହରରେ ଜିମ୍ନାସିୟମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ ବର୍ଷ ତଳୁ ତିଆରି ପାଇଁ ଚିନ୍ତା କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ଜଗତ୍‌ସିଂହପୁର ପୌର ପରିଷଦ ମାର୍କେଟ୍‌ କମ୍ପ୍ଲେକ୍ସ ବିଲ୍ଡିଂ ଉପରେ ଏହା କରାଯିବା…

୨ କଲ୍‌ଭର୍ଟ ନିର୍ମାଣକୁ ୯ ମାସ ପୂରିଲା, ମିଳୁନି ବିଲ

ରଘୁନାଥପୁର, ୧୪ା୯(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତ ୯ ନଂ. ଜଳସେଚିତ କେନାଲ ଉପରେ ୯ ମାସ ତଳୁ ସରିଥିବା ୨ଟି କଲଭର୍ଟ କାର୍ଯ୍ୟର ବିଲ ଅଦ୍ୟାବଧି ଗୋଟିକର ହୋଇଥିବା ବେଳେ ଅନ୍ୟଟିର ହୋଇନାହିଁ। ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲାପାଳଙ୍କ…

ମଦଦୋକାନରେ ହେବନି ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୪।୯: ଦଶହରା ସମୟରେ ଜନଗହଳି କାରଣରୁ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ପାର୍ବଣ କିପରି ଶାନ୍ତି ଓ ଶୃଙ୍ଖଳାର ସହ ହେବ ସେନେଇ ପୋଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥାଏ। ୨୦୧୯ରେ ପାର୍ବଣକୁ…

ନୂତନ ନିର୍ମାଣ ହେଉନି, ବିପଦସଙ୍କୁଳ ଗୃହ ମରାମତି ଚାଲିଛି

ନାଉଗଁା,୧୩ା୯(ସ୍ବ.ପ୍ର.):ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ୫ ହଜାର ଜନସଂଖ୍ୟା ଥିବା ସ୍ଥାନରେ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର କିଛି ସ୍ଥାନରେ ଏନେଇ ଆସୁଥିବା ସରକାରୀ ଟଙ୍କାର ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି।…

ମରଣଯନ୍ତା ପାଲଟିଛି ନଦୀବନ୍ଧ ରାସ୍ତା

ତିର୍ତ୍ତୋଲ,୧୩।୯ (ଡି.ଏନ.ଏ.):ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଞ୍ଚାୟତର ସାଇଫୋନ ସେତୁଠାରୁ ସରଳପୁରକୁ ସଂଯୋଗ କରୁଥିବା ପାଇକାନଦୀର ଡାହାଣ ପାର୍ଶ୍ୱ ବନ୍ଧ ରାସ୍ତା ଏବେ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ବ୍ଲକ ଅଧୀନ ୫ଟି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ୱ…

ଜୁଆର ମାଡ଼ରେ ଭ୍ୟୁ ଟାୱାର ମୂଳଦୁଆ ଭୁଶୁଡ଼ିଲା

ଏରସମା,୧୩ା୯(ସ୍ବ.ପ୍ର.):ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଏବେ ବିପଦସଙ୍କୁଳ ହୋଇପଡ଼ିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସଂଗଠିତ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ…

୫ ବର୍ଷ ହେଲା ୩ ମିନି ଷ୍ଟାଡିୟମ ନିର୍ମାଣ କାମ ସରୁନି

ଜଗତ୍‌ସିଂହପୁର ଅଫିସ, ୧୧।୯: ପ୍ରତି ବ୍ଲକ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ପ୍ରଚାର ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩-୧୪ରୁ ଓଡ଼ିଶାରେ ମିନି ଷ୍ଟାଡିୟମ ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ସରକାରଙ୍କ…

ସ୍କୁଲ୍‌ରେ ପାଠପଢ଼ା ଛାଡ଼ି ଅଣ୍ଡା ଆଣୁଛନ୍ତି ପିଲା

ନାଉଗାଁ,୧୧ା୯(ସ୍ବ.ପ୍ର.): ବିଦ୍ୟାଳୟରେ ପିଲାମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ପିଲାମାନେ କିପରି ଅଧାରୁ ପାଠ ବନ୍ଦ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି। ପାଠପଢ଼ା ସମୟରେ ବାଧା ନ ହେବା ପାଇଁ…

ଜଗତ୍‌ସିଂହପୁରରେ ହେବ ଗାମ୍ବୁସିଆ ମାଛ ଚାଷ

ଜଗତ୍‌ସିଂହପୁର ଅଫିସ, ୧୦ା୯: ଜଗତ୍‌ସିଂହପୁର ଜିଲାରେ ସନ୍ତୋଷଜନକ ଭାବେ ଅଲ୍‌ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେଉନାହିଁ। ବିଶେଷକରି ସରକାରୀ ଡାକ୍ତରଖାନାରେ ଏହି ଅଭାବ ଚିନ୍ତାର କାରଣ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଅଲ୍‌ଟ୍ରାସାଉଣ୍ଡ ମେଶିନ ଅଛି। କିନ୍ତୁ ଏହାକୁ ଚଳାଇବା…

ଉଚ୍ଛେଦ ବେଳେ ପୋଲିସକୁ ଆକ୍ରମଣ: ୫ ଗିରଫ

ରଘୁନାଥପୁର,୧୦ା୯(ଡି.ଏନ୍‌.ଏ.): ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରଘୁନାଥପୁର ତହସିଲ ଅନ୍ତର୍ଗତ ଧରାଧରପୁର ପଞ୍ଚାୟତସ୍ଥିତ ଭାସିଲପୁର ଗ୍ରାମ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏହି ସମୟରେ ତହସିଲ୍‌ଦାରଙ୍କ ଉପସ୍ଥିତିରେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରାଯାଇଛି। ଏନେଇ ତହସିଲଦାର ରୂପାଲିକା ଦାଶ ରଘୁନାଥପୁର ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri