ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ୨୦ କି.ମି. ଯାତ୍ରା

ପାରାଦୀପ ୨୪l୯(ସ୍ବ.ପ୍ର.): ପାରାଦୀପ ଗଡ ପଞ୍ଚାୟତ ଓ ପୌରପାଳିକା ଉପାନ୍ତରେ ରହିଛି ଚନକଣ ନାମକ ବଙ୍ଗୀୟ ବସ୍ତି। ଏହାର ଭୌଗଳିକ ସୀମା କହିଲେ ତୈଳ ବିଶୋଧନାଗାର ଓ ପିପିଏଲ୍‌ କାରଖାନାର ମଧ୍ୟସ୍ଥଳକୁ ବୁଝାଏ। ପୂର୍ବ ଭାଗରେ ବଙ୍ଗୋପସାଗର, ପଶ୍ଚିମରେ କଂସାରୀପାଟିଆ ନଦୀ ଅବସ୍ଥିତ। ଯାତାୟାତ ପାଇଁ ଏକମାତ୍ର ମାଧ୍ୟମ ହେଲା ପିପିଏଲ୍‌ କାରଖାନା ପାଚେରୀ କଡ଼ ମାଟିରାସ୍ତା। ଏହି ରାସ୍ତା ଅତିକ୍ରମ କଲାପରେ ଷଣ୍ଢକୁଦ ବସ୍ତି ଓ ପାରାଦୀପ ସହର ପଡ଼ିବ। ଏହି ବସ୍ତିର ଲୋକଙ୍କୁ ବିଭିନ୍ନ ସରକାରୀ ସୁବିଧା ପାଇଁ ୨୦ କିମି ଦୂରରେ ଥିବା ପାରାଦୀପ ଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡେ। ଏପରି ଅସୁବିଧା ବସ୍ତିବାସିନ୍ଦା ୨୦ ବର୍ଷ ହେବ ଭୋଗୁଥିବା କହିଛନ୍ତି। ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟାଳୟ, ସ୍ବାସ୍ଥ୍ୟ ସେବା , ପାନୀୟ ଜଳ ଓ ବିଦୁତ୍‌ ସେବା ଆଦି ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏସବୁ ପାଇଁ ଚନକଣ ବାସିନ୍ଦା ଷଣ୍ଢକୁଦ ବସ୍ତି ଉପରେ ନିିର୍ଭରଶୀଳ। କାରଣ ଷଣ୍ଢକୁଦ ହେଉଛି ଚନକଣଠାରୁ ମାତ୍ର ୩ କିମି ଦୂର। କିନ୍ତୁ ଚନକଣ ବସ୍ତି ସରକାରୀ ଭାବେ ପାରାଦୀପଗଡ ପଞ୍ଚାୟତ ଅଧୀନରେ ରହିଛି। ଏହାର ରାଜସୱ ମୌଜା ନାମ ହେଉଛି ଉଦୟଚାନ୍ଦପୁର। ୨୦୧୧ ଜନଗଣନା ଅନୁଯାୟୀ ଏହି ବସ୍ତିର ଲୋକସଂଖ୍ୟା ୩୨୫ ଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଏଠାକାର ଭୋଟର ସଂଖ୍ୟ ୧୧୦ ବୋଲି ଜଣାପଡ଼ିଛି। ବସ୍ତିର ସମସ୍ତ ଜାଗା ସରକାରୀ ହୋଇଥିବାବେଳେ ପ୍ରାୟ ୫୦ ବର୍ଷ ତଳୁ ବଙ୍ଗୀୟ ସମ୍ପ୍ରଦାୟର ଲୋକେ ଏଠାରେ ବସବାସ କରୁଥିବା ଜଣାପଡ଼ିଛି। ସେତେବେଳେ ସେହି ଅଞ୍ଚଳ ଫାଙ୍କା ଥିବାରୁ ବିଲ ରାସ୍ତା ଦେଇ ପାରାଦୀପଗଡ଼ ଯାଉଥିଲେ। ୨୦୦୦ରେ ଉକ୍ତ ଜମି ତୈଳ ବିଶୋଧନାଗାର ପାଇଁ ଅଧିଗ୍ରହଣ ହୋଇଥିଲା। ପରେ କାରଖାନା ପ୍ରତିଷ୍ଠା ହୋଇଥିଲା। ତୈଳବିଶୋଧନାଗାର କର୍ତ୍ତୃପକ୍ଷ ପାଚେରୀ ବୁଲେଇ ଦେବାପରେ ସେମାନଙ୍କ ଯାତାୟାତ ବାଟ ବନ୍ଦ ହୋଇଗଲା ବୋଲି ବସ୍ତିର ତାହିର ଖାନ କୁହନ୍ତି। ଗଡ଼ପଞ୍ଚାୟତ ଅଧୀନରେ ଥିବାରୁ ଆମକୁ ଯାବତୀୟ ସମସ୍ୟା ହେଉଛି। ଭତ୍ତା କିମ୍ବା ରାଶନ ସାମଗ୍ରୀ ପାଇଁ ବହୁ ଦୂରକୁ ଯିବାକୁ ପଡୁଛି ବୋଲି ସେ କହିଛନ୍ତି ।ସରପଞ୍ଚ ସସ୍ମିତା ବେହେରା କୁହନ୍ତି, ଏଭଳି ପଞ୍ଚାୟତ ଓଡ଼ିଶାରେ ବୋଧହୁଏ ବିରଳ। କାରଣ ପଞ୍ଚାୟତ କାମ ପାଇଁ ପାରାଦୀପ ସହର ଅତିକ୍ରମ କରି ସେଠାକୁ ଯିବାକୁ ପଡ଼ୁଛି। ବସ୍ତିରେ ପଞ୍ଚାୟତ ତରଫରୁ ୨୦୧୨ରେ କଙ୍କ୍ରିଟ ରାସ୍ତା କରାଯାଇଥିଲା। ସେତେବେଳେ ଗାଡ଼ି ଯିବା ପାଇଁ ବାଟ ନ ଥିଲା। ପଞ୍ଚାୟତ ଅଫିସ ପାଖରୁ ସିମେଣ୍ଟ ଗୋଡି ଗୋଳେଇ ଟ୍ରାକ୍ଟର ଯୋଗେ ଷଣ୍ଢକୁଦ ନେଇଥିଲୁ। ପାରାଦୀପ ବନ୍ଦର ସହର ଅତିକ୍ରମ କରିବା ପାଇଁ ବନ୍ଦର ପ୍ରଶାସନ ସ୍ବିକୃତି ଦରକାର। ଏମିତି ଅନେକ ପ୍ରତିକୂଳ ଅବସ୍ଥାରେ କଙ୍କ୍ରିଟ ରାସ୍ତା କରାଯାଇଛି। ଦୁଇଟି ନଳକୂପ ଓ କ୍ଲବଘର ହୋଇଛି। ଆୟତନ କ୍ଷେତ୍ରରେ ଆମକୁ ବହୁତ ଅସୁବିଧା ହେଉଛି। ଦୂରତା, ପାରିପାର୍ଶ୍ୱିକ ସମସ୍ୟା ଯୋଗୁ ସେଠାରେ ସରକାରୀ ସୁବିଧା ଯୋଗାଇବା କଷ୍ଟକର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?