ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ ଏହି ଦିବସ ପାଳନ କରୁଛନ୍ତି। ଏ ନେଇ ପାରାଦୀପ ବନ୍ଦରର ୱେଟବେସିନଠାରେ ବୁଧବାର ପୂର୍ବାହ୍ନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସାରେ ସେମିନାର ହେବ। ଏଥିରେ ପାରାଦୀପ ବନ୍ଦରରେ ଥିବା ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେବେ। ଚଳିତବର୍ଷ ବିଶ୍ୱସ୍ତରରେ ଆଇ ଏମ ଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ର ବାର୍ତ୍ତା ରହିଛି ସବୁଜ ପୋର୍ଟ ଓ ପରିବହନ ବ୍ୟବସ୍ଥା। ଏସମ୍ପର୍କରେ ବନ୍ଦର ବ୍ୟବହାରକାରୀ ସଂସ୍ଥା ଏସିଇ କମର୍ସିଆଲ ମ୍ୟାନେଜର ଅକ୍ଷୟ ଚନ୍ଦ୍ର ସୂତାର କୁହନ୍ତି, ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଓ ୭୮ ପ୍ରତିଶତ ପଣ୍ୟ କାରବାର ଏବେ ଜଳପଥ ଉପରେ ନିର୍ଭରଶୀଳ। ଏଥିପାଇଁ ବିକାଶଶୀଳ ଓ ବିକଶିତ ଦେଶ ସମୂହ ଅଧିକ ବନ୍ଦର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଦେଶରେ ଯେତେ ଅଧିକ ବନ୍ଦର ରହିଛି, ସେ ଦେଶ ସେତିକି ଅଭିବୃଦ୍ଧି କରୁଛି। ସେଥିପାଇଁ ଆମ ଦେଶ ଓ ରାଜ୍ୟ ଏବେ ଅଧିକ ବନ୍ଦର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଲାଣି। ଏକଦା ପାରାଦୀପ ଏକମାତ୍ର ବନ୍ଦର ଥିଲା। ଏବେ ରାଜ୍ୟରେ ଆଉ ଦୁଇଟି ଘରୋଇ ବନ୍ଦର ପ୍ରତିଷ୍ଠା ହୋଇଛି। ତାହା ହେଲା ଧାମରା ଓ ଗୋପାଳପୁର। ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ଏକାଧିକ ସ୍ଥାନରେ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ସ୍ବୀକୃତି ଦେଲେଣି। ଏପରିକି ପାରାଦୀପର ଇଫ୍କୋ କାରଖାନା ପଛରେ ଏକ ନଦୀ ଭିତ୍ତିକ ବନ୍ଦର ଗତ ଏପ୍ରିଲ ମାସରେ ଲୋକାର୍ପଣ ହୋଇସାରିଛି। ଏଏମ୍ଏନ୍ଏସ୍ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)କମ୍ପାନୀ ତାର ଏକ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ଯାଉଛି। ଏନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ସେପ୍ଟେମ୍ବର ୩୦ରେ ହେବ। ଏହାବାଦ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲା, ବାଲେଶ୍ୱର ଜିଲାର କଷାଫଳ, ଚନ୍ଦ୍ରଭାଗା ସମେତ ଅନ୍ୟ ୬ ଟି ସ୍ଥାନରେ ନଦୀଭିତ୍ତିକ ବନ୍ଦର କରିବାକୁ ଚୁକ୍ତିନାମା ସରକାରୀ ଭାବେ ଶେଷ ହୋଇଛି।
ଏକଦା ଓଡ଼ିଶା ନୌବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ଥିଲା। ବଣିକମାନେ ସମୁଦ୍ର ପଥରେ ପଣ୍ୟ କାରବାର କରୁଥିଲେ ବୋଲି ଐତିହାସିକ ତଥ୍ୟ ରହିଛି। ଏପରିକି ଆମ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗାଭସା କାର୍ଯ୍ୟକ୍ରମ ରହିଛି। ସାଧବାଣୀ ଓ ସାଧବ ଘଟଣାକୁ ନେଇ ଖୁଦୁରୁକୁଣୀ ଓଷା କରାଯାଉଛି। ସେହି ପରମ୍ପରା ଏବେ ଆଧୁନିକ ଯୁଗର ପ୍ରମୁଖ ମାଧ୍ୟମ ପାଲଟିଛି।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଗରିମା କନକ୍ଲେଭ୍, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ
ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…
ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ
ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…
ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍: କମୁଛି ମ୍ୟାଲେରିଆ ଜ୍ୱର ଭୟ
ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…
ଜଳ ନିଷ୍କାସନ ଫେଲ୍, ବେହାଲ ବରଗଡ଼ ସହର
ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…
ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା
କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…
ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ
ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…
ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର
ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…
ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ
ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…
Archives

