ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଜଳପଥ ଉପରେ ନିର୍ଭରଶୀଳ

ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପାରାଦୀପରେ ବିଭିନ୍ନ ଏଜେନ୍ସିଗୁଡିକ ଏହି ଦିବସ ପାଳନ କରୁଛନ୍ତି। ଏ ନେଇ ପାରାଦୀପ ବନ୍ଦରର ୱେଟବେସିନଠାରେ ବୁଧବାର ପୂର୍ବାହ୍ନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ସାରେ ସେମିନାର ହେବ। ଏଥିରେ ପାରାଦୀପ ବନ୍ଦରରେ ଥିବା ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେବେ। ଚଳିତବର୍ଷ ବିଶ୍ୱସ୍ତରରେ ଆଇ ଏମ ଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ)ର ବାର୍ତ୍ତା ରହିଛି ସବୁଜ ପୋର୍ଟ ଓ ପରିବହନ ବ୍ୟବସ୍ଥା। ଏସମ୍ପର୍କରେ ବନ୍ଦର ବ୍ୟବହାରକାରୀ ସଂସ୍ଥା ଏସିଇ କମର୍ସିଆଲ ମ୍ୟାନେଜର ଅକ୍ଷୟ ଚନ୍ଦ୍ର ସୂତାର କୁହନ୍ତି, ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଓ ୭୮ ପ୍ରତିଶତ ପଣ୍ୟ କାରବାର ଏବେ ଜଳପଥ ଉପରେ ନିର୍ଭରଶୀଳ। ଏଥିପାଇଁ ବିକାଶଶୀଳ ଓ ବିକଶିତ ଦେଶ ସମୂହ ଅଧିକ ବନ୍ଦର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁ ଦେଶରେ ଯେତେ ଅଧିକ ବନ୍ଦର ରହିଛି, ସେ ଦେଶ ସେତିକି ଅଭିବୃଦ୍ଧି କରୁଛି। ସେଥିପାଇଁ ଆମ ଦେଶ ଓ ରାଜ୍ୟ ଏବେ ଅଧିକ ବନ୍ଦର ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଲାଣି। ଏକଦା ପାରାଦୀପ ଏକମାତ୍ର ବନ୍ଦର ଥିଲା। ଏବେ ରାଜ୍ୟରେ ଆଉ ଦୁଇଟି ଘରୋଇ ବନ୍ଦର ପ୍ରତିଷ୍ଠା ହୋଇଛି। ତାହା ହେଲା ଧାମରା ଓ ଗୋପାଳପୁର। ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ଏକାଧିକ ସ୍ଥାନରେ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ସ୍ବୀକୃତି ଦେଲେଣି। ଏପରିକି ପାରାଦୀପର ଇଫ୍‌କୋ କାରଖାନା ପଛରେ ଏକ ନଦୀ ଭିତ୍ତିକ ବନ୍ଦର ଗତ ଏପ୍ରିଲ ମାସରେ ଲୋକାର୍ପଣ ହୋଇସାରିଛି। ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ)କମ୍ପାନୀ ତାର ଏକ ନଦୀ ଭିତ୍ତିକ ବନ୍ଦର କରିବା ପାଇଁ ଯାଉଛି। ଏନେଇ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ସେପ୍ଟେମ୍ବର ୩୦ରେ ହେବ। ଏହାବାଦ କେନ୍ଦ୍ରାପଡ଼ା ଜିଲାର ହୁକିଟୋଲା, ବାଲେଶ୍ୱର ଜିଲାର କଷାଫଳ, ଚନ୍ଦ୍ରଭାଗା ସମେତ ଅନ୍ୟ ୬ ଟି ସ୍ଥାନରେ ନଦୀଭିତ୍ତିକ ବନ୍ଦର କରିବାକୁ ଚୁକ୍ତିନାମା ସରକାରୀ ଭାବେ ଶେଷ ହୋଇଛି।
ଏକଦା ଓଡ଼ିଶା ନୌବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ଥିଲା। ବଣିକମାନେ ସମୁଦ୍ର ପଥରେ ପଣ୍ୟ କାରବାର କରୁଥିଲେ ବୋଲି ଐତିହାସିକ ତଥ୍ୟ ରହିଛି। ଏପରିକି ଆମ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗାଭସା କାର୍ଯ୍ୟକ୍ରମ ରହିଛି। ସାଧବାଣୀ ଓ ସାଧବ ଘଟଣାକୁ ନେଇ ଖୁଦୁରୁକୁଣୀ ଓଷା କରାଯାଉଛି। ସେହି ପରମ୍ପରା ଏବେ ଆଧୁନିକ ଯୁଗର ପ୍ରମୁଖ ମାଧ୍ୟମ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri