ଆୟବ୍ୟୟ ହିସାବ ସାର୍ବଜନୀନ ହେଉନାହିଁ

ପାରାଦୀପ,୨୬ା୯(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବ। ଏ ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଗତ ୧୫ ତାରିଖରେ ପ୍ରସ୍ତୁତି ବୈଠକ ବସିଥିଲା। ଏହି ଖବର ଜଣାପଡ଼ିବା ପରେ ମହୋତ୍ସବକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। କାରଣ ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ପାରାଦୀପରେ କୌଣସି ମହୋତ୍ସବ ହୋଇନାହିଁ। ଚଳିତବର୍ଷ ବିଶ୍ୱକର୍ମା ପୂଜା ହେବ ବୋଲି ପ୍ରାୟ ସମସ୍ତେ ଆଶାବାଦୀ ଥିଲେ। କିନ୍ତୁ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ସମନ୍ବୟ ନ ରହିବାରୁ ତାହା ହୋଇପାରିଲା ନାହିଁ। ଏପରିସ୍ଥଳେ ବାଲିଯାତ୍ରା ମହୋତ୍ସବ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ପ୍ରସ୍ତୁତି ବୈଠକରେ ୨୦୧୯ କଳିଙ୍ଗ ବାଲିଯାତ୍ରା ଆୟବ୍ୟୟର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରାଯାଇନାହିଁ। କେବଳ ମୌଖିକ ଭାବେ ବାଲିଯାତ୍ରା କମିଟି ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର କହିଥିଲେ, ଉକ୍ତ ବର୍ଷ ମହୋତ୍ସବରେ ୪୧ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ସୂଚନାଯୋଗ୍ୟ, ୧୯୯୨ରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା। ସେତେବେଳେ କେତେଜଣ ଆଗଧାଡ଼ିର ଲୋକ ଓ ଜନପ୍ରତିନିଧି ମିଶି ଏହାକୁ ଆୟୋଜନ କରୁଥିଲେ। ମହୋତ୍ସବ ନିମନ୍ତେ ବିଭିନ୍ନ ଶିଳ୍ପସଂସ୍ଥାରୁ ସଂଗୃହୀତ ଅର୍ଥ ଖର୍ଚ୍ଚ ଉଦ୍ଦେଶ୍ୟରେ ଏବଂ ତା’ର ସ୍ବଚ୍ଛତା ପାଇଁ ୧୯୯୫ରେ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ପ୍ରଶାସନିକ ଅଧିକାରୀମାନେ ଅର୍ଥ ଆଦାୟ କରନ୍ତି ଏବଂ ବ୍ୟୟ କରିଥାନ୍ତି। ଏସବୁ ଆୟବ୍ୟୟର ରିପୋର୍ଟ ପରବର୍ଷ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ସାର୍ବଜନୀନ କରିଥାନ୍ତି। ଏହି ରିପୋର୍ଟରେ ସମସ୍ତ ତଥ୍ୟ ରହିଥାଏ। ତେବେ ୨୦୧୯ ବାଲିଯାତ୍ରାରେ ହୋଇଥିବା ଖର୍ଚ୍ଚର ହିସାବ ପରବର୍ଷ ସାର୍ବଜନୀନ ହୋଇ ନ ଥିଲା। ଏନେଇ ସୂଚନା ଅଧିକାର ଆଇନ ଜରିଆରେ ୨୦୨୧ ମାର୍ଚ୍ଚ ୮ରେ ତଥ୍ୟ ମଗାଯାଇଥିଲା। ଜବାବରେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୧ ଏପ୍ରିଲ ୧୩ରେ ଚିଠି (ନଂ..୨୮୯) ମିଳିଥିଲା। ଏଥିରେ ଦର୍ଶାଯାଇଛି, ଏହା ପବ୍ଲିକ୍‌ ଅଥୋରିଟି ହୋଇଥିବାରୁ ଜନସୂଚନା ଆଇନ ଧାରା ୨ (କ) ୨୦୦୫ ଅନୁଯାୟୀ, ଦିଆଯିବ ନାହିଁ। ବାଲିଯାତ୍ରାର ସମସ୍ତ ଟେଣ୍ଡର ପୌରପାଳିକା କରିଥାଏ। ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ, ପୌରପାଳିକା କର୍ତ୍ତୃପକ୍ଷଙ୍କୁ ୨୦୨୨ ଜୁନ୍‌ ୭ରେ ଟେଣ୍ଡର ସମ୍ପର୍କିତ ତଥ୍ୟ ମଗାଯାଇଥିଲା। ଏହାର ଜବାବରେ ପୌରପାଳିକା ଜନସୂଚନା ଅଧିକାରୀ ଗତ ଜୁଲାଇ ୨ରେ ଚିଠି ନଂ.୨୫୮୯ରେ ଦର୍ଶାଇଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ବିଭିନ୍ନ ଶ୍ରେଣୀର ପଦାଧିକାରୀ କାର୍ଯ୍ୟ ତୁଲାଇଥାନ୍ତି। ଏପରି ଦ୍ୱୈତ୍ୟ ରିପୋର୍ଟ ଓ ହିସାବ ନ ଦେବା ପ୍ରସଙ୍ଗରେ ଜିଲାପାଳ ପାରୁଲ ପଟୱାରୀଙ୍କୁ ବୈଠକରେ ଦୃଷ୍ଟି ଆକର୍ଷଣ କରିବାରେ କହିଥିଲେ, ପୁରୁଣା କଥା ଏଠାରେ ଉଠାନ୍ତୁ ନାହିଁ।
ବାଲିଯାତ୍ରା ଆୟୋଜନ ପାଇଁ ପ୍ରଶାସନ ପାରାଦୀପର ବିଭିନ୍ନ କମ୍ପାନୀଠାରୁ ଅର୍ଥ ସଂଗ୍ରହ କରିଥାନ୍ତି। ଏହାବାଦ୍‌ ଷ୍ଟଲ୍‌, ସାଇକେଲ ଷ୍ଟାଣ୍ଡ, ମୀନାବଜାର, ଦୋଳି ଆଦି କ୍ଷେତ୍ରରୁ ଅର୍ଥ ଆଦାୟ ହୋଇଥାଏ। ୨୭ ବର୍ଷ ହେଲା ଏହା ଚାଲିଥିଲେ ହେଁ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ। କମ୍ପାନୀଗୁଡ଼ିକ ଯେତେବେଳେ ଅର୍ଥ ଦିଅନ୍ତି ସେତେବେଳେ ଜିଏସ୍‌ଟି ବାବଦ ଅର୍ଥ କାଟି ଦେଇଥାନ୍ତି। ପ୍ରତିବର୍ଷ ଆୟବ୍ୟୟ ଘଟଣାକୁ ନେଇ ବିବାଦ ଓ ଚର୍ଚ୍ଚା ହୁଏ। ଏପରି ବିବାଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri