ଆୟବ୍ୟୟ ହିସାବ ସାର୍ବଜନୀନ ହେଉନାହିଁ

ପାରାଦୀପ,୨୬ା୯(ସ୍ବ.ପ୍ର.): ପାରାଦୀପର ଅନ୍ୟତମ ଗଣପର୍ବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବ। ଏ ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଗତ ୧୫ ତାରିଖରେ ପ୍ରସ୍ତୁତି ବୈଠକ ବସିଥିଲା। ଏହି ଖବର ଜଣାପଡ଼ିବା ପରେ ମହୋତ୍ସବକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। କାରଣ ଗତ ଦୁଇବର୍ଷ ହେଲା କରୋନା କଟକଣା ପାଇଁ ପାରାଦୀପରେ କୌଣସି ମହୋତ୍ସବ ହୋଇନାହିଁ। ଚଳିତବର୍ଷ ବିଶ୍ୱକର୍ମା ପୂଜା ହେବ ବୋଲି ପ୍ରାୟ ସମସ୍ତେ ଆଶାବାଦୀ ଥିଲେ। କିନ୍ତୁ ପୂଜା କମିଟି ଓ ପ୍ରଶାସନ ମଧ୍ୟରେ ସମନ୍ବୟ ନ ରହିବାରୁ ତାହା ହୋଇପାରିଲା ନାହିଁ। ଏପରିସ୍ଥଳେ ବାଲିଯାତ୍ରା ମହୋତ୍ସବ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ତେବେ ପ୍ରସ୍ତୁତି ବୈଠକରେ ୨୦୧୯ କଳିଙ୍ଗ ବାଲିଯାତ୍ରା ଆୟବ୍ୟୟର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରାଯାଇନାହିଁ। କେବଳ ମୌଖିକ ଭାବେ ବାଲିଯାତ୍ରା କମିଟି ଉପାଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର କହିଥିଲେ, ଉକ୍ତ ବର୍ଷ ମହୋତ୍ସବରେ ୪୧ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ସୂଚନାଯୋଗ୍ୟ, ୧୯୯୨ରେ ଏହି ମହୋତ୍ସବ ଆରମ୍ଭ ହୋଇଥିଲା। ସେତେବେଳେ କେତେଜଣ ଆଗଧାଡ଼ିର ଲୋକ ଓ ଜନପ୍ରତିନିଧି ମିଶି ଏହାକୁ ଆୟୋଜନ କରୁଥିଲେ। ମହୋତ୍ସବ ନିମନ୍ତେ ବିଭିନ୍ନ ଶିଳ୍ପସଂସ୍ଥାରୁ ସଂଗୃହୀତ ଅର୍ଥ ଖର୍ଚ୍ଚ ଉଦ୍ଦେଶ୍ୟରେ ଏବଂ ତା’ର ସ୍ବଚ୍ଛତା ପାଇଁ ୧୯୯୫ରେ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ସେବେଠାରୁ ପ୍ରଶାସନିକ ଅଧିକାରୀମାନେ ଅର୍ଥ ଆଦାୟ କରନ୍ତି ଏବଂ ବ୍ୟୟ କରିଥାନ୍ତି। ଏସବୁ ଆୟବ୍ୟୟର ରିପୋର୍ଟ ପରବର୍ଷ ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ବିସ୍ତୃତ ଭାବେ ସାର୍ବଜନୀନ କରିଥାନ୍ତି। ଏହି ରିପୋର୍ଟରେ ସମସ୍ତ ତଥ୍ୟ ରହିଥାଏ। ତେବେ ୨୦୧୯ ବାଲିଯାତ୍ରାରେ ହୋଇଥିବା ଖର୍ଚ୍ଚର ହିସାବ ପରବର୍ଷ ସାର୍ବଜନୀନ ହୋଇ ନ ଥିଲା। ଏନେଇ ସୂଚନା ଅଧିକାର ଆଇନ ଜରିଆରେ ୨୦୨୧ ମାର୍ଚ୍ଚ ୮ରେ ତଥ୍ୟ ମଗାଯାଇଥିଲା। ଜବାବରେ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୦୨୧ ଏପ୍ରିଲ ୧୩ରେ ଚିଠି (ନଂ..୨୮୯) ମିଳିଥିଲା। ଏଥିରେ ଦର୍ଶାଯାଇଛି, ଏହା ପବ୍ଲିକ୍‌ ଅଥୋରିଟି ହୋଇଥିବାରୁ ଜନସୂଚନା ଆଇନ ଧାରା ୨ (କ) ୨୦୦୫ ଅନୁଯାୟୀ, ଦିଆଯିବ ନାହିଁ। ବାଲିଯାତ୍ରାର ସମସ୍ତ ଟେଣ୍ଡର ପୌରପାଳିକା କରିଥାଏ। ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ, ପୌରପାଳିକା କର୍ତ୍ତୃପକ୍ଷଙ୍କୁ ୨୦୨୨ ଜୁନ୍‌ ୭ରେ ଟେଣ୍ଡର ସମ୍ପର୍କିତ ତଥ୍ୟ ମଗାଯାଇଥିଲା। ଏହାର ଜବାବରେ ପୌରପାଳିକା ଜନସୂଚନା ଅଧିକାରୀ ଗତ ଜୁଲାଇ ୨ରେ ଚିଠି ନଂ.୨୫୮୯ରେ ଦର୍ଶାଇଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ବିଭିନ୍ନ ଶ୍ରେଣୀର ପଦାଧିକାରୀ କାର୍ଯ୍ୟ ତୁଲାଇଥାନ୍ତି। ଏପରି ଦ୍ୱୈତ୍ୟ ରିପୋର୍ଟ ଓ ହିସାବ ନ ଦେବା ପ୍ରସଙ୍ଗରେ ଜିଲାପାଳ ପାରୁଲ ପଟୱାରୀଙ୍କୁ ବୈଠକରେ ଦୃଷ୍ଟି ଆକର୍ଷଣ କରିବାରେ କହିଥିଲେ, ପୁରୁଣା କଥା ଏଠାରେ ଉଠାନ୍ତୁ ନାହିଁ।
ବାଲିଯାତ୍ରା ଆୟୋଜନ ପାଇଁ ପ୍ରଶାସନ ପାରାଦୀପର ବିଭିନ୍ନ କମ୍ପାନୀଠାରୁ ଅର୍ଥ ସଂଗ୍ରହ କରିଥାନ୍ତି। ଏହାବାଦ୍‌ ଷ୍ଟଲ୍‌, ସାଇକେଲ ଷ୍ଟାଣ୍ଡ, ମୀନାବଜାର, ଦୋଳି ଆଦି କ୍ଷେତ୍ରରୁ ଅର୍ଥ ଆଦାୟ ହୋଇଥାଏ। ୨୭ ବର୍ଷ ହେଲା ଏହା ଚାଲିଥିଲେ ହେଁ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ। କମ୍ପାନୀଗୁଡ଼ିକ ଯେତେବେଳେ ଅର୍ଥ ଦିଅନ୍ତି ସେତେବେଳେ ଜିଏସ୍‌ଟି ବାବଦ ଅର୍ଥ କାଟି ଦେଇଥାନ୍ତି। ପ୍ରତିବର୍ଷ ଆୟବ୍ୟୟ ଘଟଣାକୁ ନେଇ ବିବାଦ ଓ ଚର୍ଚ୍ଚା ହୁଏ। ଏପରି ବିବାଦକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଲାଗି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri