ଦେବୀନଦୀରୁ ପ୍ରଥମ ପାଣି ପହଞ୍ଚିଲା

ବାଲିକୁଦା,୨୭ା୯(ସ୍ବ.ପ୍ର.):୨୦୧୮ରୁ ଆମ୍ବଶାଳରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରଳଳ୍ପ ଡିସେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ପ୍ରକଳ୍ପ ସହକାରୀ ପରିଚାଳକ ନାରାୟଣ ସାମନ୍ତରାୟ ସୂଚନା ଦେଇଛନ୍ତି। ଏନେଇ ପରୀକ୍ଷାମୂଳକ ଭାବେ ଗତ ଶନିବାର ଦେବୀ ନଦୀରୁ ପାଣି ଆସି ଏଠାରେ ପହଞ୍ଚତ୍ଛି। ୨୦୧୮ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଜରିଆରେ ନାଉଗଁା ବ୍ଲକ ଗଜରାପୁର ଦେଇ ପ୍ରବାହିତ ଦେବୀ ନଦୀରୁ ଜଳସଂଗ୍ରହ କରାଯାଇ ବିଶୁଦ୍ଧ କରାଯିବା ପରେ ପାନୀୟ ଜଳ ଯୋଗାଣ କରିବାର ଲକ୍ଷ୍ୟ ରଖାଯାଇଛି। ଏନେଇ ୧୨୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହା କାର୍ଯ୍ୟକ୍ଷମ ହେଲେ ବାଲିକୁଦାର ୧୧ ପଞ୍ଚାୟତ, ଏରସମାର ୧୦ ପଞ୍ଚାୟତ ଓ ନାଉଗଁାର ଗଜରାଜପୁର ଏବଂ ଅଲଣା ପଞ୍ଚାୟତବାସୀଙ୍କ ପିଇବା ପାଣି ସମସ୍ୟା ଦୂର ହେବ ା ଏଥିରେ ୧୫୪ ଗଁା ସାମିଲ ହୋଇଥିବା ବେଳେ ୧ ଲକ୍ଷ ୨୦ ହଜାର ଲୋକେ ପାନୀୟ ଜଳ ପାଇପାରିବେ ବୋଲି ନିର୍ମାଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକଳ୍ପଠାରୁ ୨୪ କିଲୋମିଟର ଦୂରରେ ଥିବା ଦେବୀନଦୀରୁ ପାଇପ୍‌ ଲାଇନ ଯୋଗେ ପାଣି ଏଠାକୁ ଅଣାଯାଇ ଉଚ୍ଚ ଶକ୍ତି ସମ୍ପନ୍ନ ମେଶିିନ ମାଧ୍ୟମରେ ସ୍ବଚ୍ଛ କରାଯାଇ ସବୁ ଗଁାରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ନିର୍ମାଣ ସଂସ୍ଥା ସହକାରୀ ପରିଚାଳକ ନାରାୟଣ ସାମଲ ସୂଚନା ଦେଇଛନ୍ତି। ଦୈନିକ ୧୩.୦୮ଏମ୍‌ଏଲ୍‌ଡି(ମିଲିୟନ ଲିଟର ପର୍‌ ଡ଼େ) ପାଣି ଯୋଗାଇବାର କ୍ଷମତା ଏହି ପ୍ରକଳ୍ପର ରହିଛି ା ଏଥି ନିମନ୍ତେ ଭୂତଳ ପାଇପ୍‌ ବିଛା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଗଁାମାନଙ୍କରେ ପାଣି ପହଞ୍ଚାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ୧୩ଟି ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ ସବୁ କାର୍ଯ୍ୟରେ ବାଧକ ସାଜିଛି ୩୩/୧୧ କେଭି ବିଦ୍ୟୁତ୍‌ ସଂଯୋଗ। ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଆବଶ୍ୟକ ବିଦୁତ୍‌ ସଂଯୋଗ ଯୋଗାଇ ଦିଆଯାଇନାହିଁ ବୋଲି ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri