କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ

କୁଜଙ୍ଗ,୨୪ା୯(ଡି.ଏନ୍‌.ଏ.): ସାଗରମାଳା ପ୍ରକଳ୍ପ ଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଉପକୂଳ ରାଜପଥ ୩(କ) ପାଇଁ କୁଜଙ୍ଗ ସୂଚନାକେନ୍ଦ୍ରରେ ଶୁକ୍ରବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବରରେ ପ୍ରକଳ୍ପ ପାଇଁ ଜମିହରାଇବାକୁ ଯାଉଥିବା କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ଟି ମୌଜା ଯଥା କୃଷ୍ଣଚନ୍ଦ୍ରପୁର, ସନ୍ତରା, ଦୁଆଡିଆ, ହସିଣା, ତାଳପଦା, ସମାଗୋଳ, ଘୋଡାମରା, ବଡଙ୍ଗ, ପାନପଲ୍ଲି, ବୌଳାଙ୍ଗ ଓ ଜାମୁକଣ ମୌଜାର ୧୦୧ ଜଣ ଜମି ମାଲିକ ଅଂଶଗ୍ରହଣ କରିଥିଲେ। ଏନେଇ ସମ୍ପୃକ୍ତ ଜମି ମାଲିକମାନେ ପୂର୍ବରୁ ଆବେଦନ କରିଥିଲେ।
ଏଥିରେ ପ୍ରକଳ୍ପ ପାଇଁ ଜମିହରାଇବାକୁ ଯାଉଥିବା କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ଟି ମୌଜା ଯଥା କୃଷ୍ଣଚନ୍ଦ୍ରପୁର, ସନ୍ତରା, ଦୁଆଡିଆ, ହସିଣା, ତାଳପଦା, ସମାଗୋଳ, ଘୋଡାମରା, ବଡ଼ଙ୍ଗ, ପାନପଲି, ବୌଳାଙ୍ଗ ଓ ଜାମୁକଣ ମୌଜାର ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ କରିଥିଲେ ା କୁଜଙ୍ଗ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ଜାତୀୟ ରାଜପଥ ପ୍ରାଧୀକରଣ ରାଜସ୍ବ ଅଧିକାରୀ ଶରତ ଚନ୍ଦ୍ର ସ୍ବାଇଁଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହି ଅଭିଯୋଗଗୁଡ଼ିକୁ ଶୁଣିଥିଲେ। ଏହି ଅବସରରେ ବରିଷ୍ଠ ଶ୍ରମିକ ନେତା ନିର୍ଭୟ ସାମନ୍ତରାୟ କହିଥିଲେ, ସରକାର ପ୍ରକଳ୍ପ ପୂର୍ବରୁ ବିଭିନ୍ନ ମନଲୋଭା ପ୍ରତିଶ୍ରୁତି ଦିଅନ୍ତି ହେଲେ ପରବର୍ତ୍ତୀ ସମୟରେ ଭୁଲିଯାଆନ୍ତି ା ପାରାଦୀପ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ଯୋଗୁ ଚାଷ ଓ ବାସ ପାଇଁ ଜମି ସଙ୍କୁଚିତ ହୋଇଗଲାଣି। ଏବେ ଉପକୂଳ ରାଜପଥ ନିମନ୍ତେ ଜମି ଦେବୁ ହେଲେ ବଜାର ଦର ଅନୁସାରେ ଉପଯୁକ୍ତ ମୂଲ୍ୟ ନ ମିଳିଲେ ଛାଡିବୁ ନାହିଁ ବୋଲି କହିଥିଲେ ା କୃଷକ ନେତା ନୂତନ ତ୍ରିପାଠୀ କହିଥିଲେ, ବର୍ତ୍ତମାନର ବଜାର ଦର ଅନୁସାରେ ଜମି ମୂଲ୍ୟାଙ୍କନ ନ ହେଲେ ଯୋଜଦାର ଆନ୍ଦୋଳନ ହେବ ା ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର କହିଥିଲେ ଚାଷଜମି, ଘରଡିହ, କୌଣସି ନିର୍ମାଣ ଥିଲେ ଓ ବୃକ୍ଷମାନଙ୍କର ଭିନ୍ନ ଭିନ୍ନ ମୂଲ୍ୟାଙ୍କନ କରାଯାଇ କ୍ଷତିପୁରଣ ଦିଆଯିବ ା ସୂଚନାଯୋଗ୍ୟ, ସାଗରମାଳା ପ୍ରକଳ୍ପ ନିମନ୍ତେ କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ ମୌଜାର ୧୬୩.୭୭୧୪ହେକ୍ଟର ଜମି ଅଧିଗ୍ରହଣ କରାଯିବ ା ପ୍ରାୟ ୫୦ ଫୁଟ ଚୌଡାର ଗ୍ରୀନ ଫିଲ୍‌ଡ ରାସ୍ତା ନିର୍ମାଣ କରାଯିବ ା ପ୍ରଦ୍ୟୁଷଣ ମୁକ୍ତ ନିମନ୍ତେ ରାସ୍ତାର ଉଭୟର ପାର୍ଶ୍ୱରେ ଏକ ସବୁଜ ବଳୟ ସୃଷ୍ଟି କରାଯିବ। ଏନେଇ ଜମି ଅଧିଗ୍ରହଣ ନିମନ୍ତେ ଅଗଷ୍ଠ ୭ରେ କୁଜଙ୍ଗ ତହସିଲଦାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ା ଆପତ୍ତି ଅଭିଯୋଗର ଶୁଣାଣି ନିମନ୍ତେ ୨୨ ଦିନ ମଧ୍ୟରେ ଆବେଦନ କରିବା ପାଇଁ ସେଥିରେ ଉଲ୍ଲେଖ ଥିଲା। ଏହି ଆବେଦନ ଅନୁଯାୟୀ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri