୨୨ବର୍ଷ ହେଲା ରାସ୍ତା, ଡ୍ରେନ୍‌ କାମ ଅଧୁରା

ପାରାଦୀପ,୨୨ା୯(ସ୍ବ.ପ୍ର.): ପାରାଦୀପ ଡେଭଲେପମେଣ୍ଟ ଅଥରିଟି (ପିଡିଏ)ପକ୍ଷରୁ ନିମିଢି ମୌଜାଠାରେ ୨୦୦୦ମସିହାରୁ ଏକ ଟାଉନସିପ ପାଇଁ ଜାଗା ବଣ୍ଟନ କରାଯାଇଛି। ସମୁଦାୟ ୯୨ ପ୍ଲଟ ବିଭିନ୍ନ ଲୋକ ନେଇଛନ୍ତି। ସେଥିରୁ ୩୫ ଜଣ ଘର କରି ଦୀର୍ଘବର୍ଷ ହେଲା ରହୁଛନ୍ତି। ଏହା ମଧ୍ୟରେ ୨୨ବର୍ଷ ଅତିକ୍ରାନ୍ତ କରିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ରାସ୍ତା, ଡ୍ରେନ, ପାର୍କ, ଆବର୍ଜନା ପକାଇବାକୁ ଜାଗା ନାହିଁ। ଏ ସମ୍ପର୍କରେ ସେହି ଲୋକମାନେ ଏକାଧିକ ବାର ପିଡିଏକୁ ଲିଖିତ ଅଭିଯୋଗ କରୁଛନ୍ତି। କିନ୍ତୁ ସମାଧାନର ବାଟ ବାହାରୁନାହିଁ। ଅପରପକ୍ଷେ ଜଣାଯାଇଛି, ଯେତେବେଳେ ଲୋକ ଅଭିଯୋଗ କରୁଛନ୍ତି ସେତେବେଳେ ପିଡିଏ କର୍ତ୍ତୃପକ୍ଷ ବିଡିଓଙ୍କୁ ଲେଖୁଛନ୍ତି। ବିଡିଓ ସରପଞ୍ଚଙ୍କୁ ଲେଖୁଛନ୍ତି। ସରପଞ୍ଚ ଅର୍ଥ ନାହିଁ ବୋଲି ଚୁପଚାପ ରହୁଛନ୍ତି। ଏଭଳି ସେମିତି ଏକ ଚିଠି ଏବେ ହସ୍ତଗତ ହୋଇଛି। ଗତ ଏପ୍ରିଲ ୪ରେ ପିଡିଏ ଟାଉନସିପ ବାସିନ୍ଦା ଏକ ଚିଠି ପିଡିଏ ସଚିବଙ୍କୁ ଲେଖିଥିଲେ। ସଚିବ କାହ୍ନୁଚରଣ ଧିର ଉକ୍ତ ପ୍ରସଙ୍ଗ ଉପରେ କୁଜଙ୍ଗ ବିଡିଓ ସୌମଶ୍ରୀ ପାଣିଗ୍ରାହୀଙ୍କୁ ସେପ୍ଟେମ୍ବର ୫ ନଂ. ୩୬୯ରେ ଚିଠି କରିଛନ୍ତି। ସେଥିରେ ଦର୍ଶାଯାଇଛି, ପିଡିଏ ପ୍ଲଟ ଅଧୀନରେ ଥିବା ଜାଗାରେ ରାସ୍ତା ଡ୍ରେନ ଆଦି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ବିଡ଼ିଓ ପାଣିଗ୍ରାହୀ ଗତ ୯ ତାରିଖରେ ଗଡ ପଞ୍ଚାୟତ ସରପଞ୍ଚ ସସ୍ମିତା ବେହେରାଙ୍କୁ ଚିଠି ଲେଖିଛନ୍ତି। ସେଥିରେ ପିଡିଏ ଦେଇଥିବା ଚିଠି ସହିତ ଦର୍ଶାଇଛନ୍ତି, ଏହା ଯଦି ପଞ୍ଚାୟତ ଅର୍ଥରେ କରାଯାଇପାରିବ ତାହା ହେଲେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସରପଞ୍ଚ ବେହେରାଙ୍କ ମତ ହେଲା ପଞ୍ଚାୟତ ପାଇଁ ଯେତିକି ଫଣ୍ଡ ଆସିଛି ତାହା ଆମର ଡିମାଣ୍ଡ କାମକୁ ନିଅଣ୍ଟ। ପିଡିଏ ଅଞ୍ଚଳ ପାଇଁ ଅର୍ଥ କୁଆଡୁ ଆସିବ। ସେ ତାଙ୍କର ବଜେଟରେ କାମ କରନ୍ତୁ। ପିଡିଏ ଅଫିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୦ ମସିହାରେ ପ୍ଲଟ ଆବଣ୍ଟନ କରାଯାଇଥିଲା। ସେତେବେଳେ ୪ଟି ବର୍ଗରେ ଏହା ବଣ୍ଟନ ହୋଇଥିଲା। ସେସବୁ ହେଲା ଏଚଆଇଜି, ଏମ୍‌ଆଇଜି, ଏଲ୍‌ଆଇଜି, ଓ ଇଡବ୍ଲ୍ୟୁଏସ୍‌(ହାଆର ଇନ୍‌ଫର୍ମ ଗ୍ରୁପ, ମିଡିଲ ଇନଫର୍ମ ଗ୍ରୁପ, ଲୋୟର ଇନଫର୍ମ ଗ୍ରୁପ ଓ ଇକୋନୋମିକ୍‌ ୱିକର ସେକ୍ସନ) ଆଧାରରେ ଦିଆଯାଇଛି। ସେତେବେଳେ ରାସ୍ତା ଡ୍ରେନ ପାର୍କ ଆବର୍ଜନାସ୍ଥଳ ଆଦି କରାଯାଇଥିଲା। ପରବର୍ତ୍ତୀ ସମୟରେ କେତେକ ମୁଷ୍ଟିମେୟ ଲୋକ ପାର୍କ ପାଇଁ ଉଦିଷ୍ଟ ଜାଗାକୁ ଜବରଦଖଲ କରିବାରେ ଲାଗିଛନ୍ତି। ଏହା ବ୍ୟତିରେକ ୨୦୦୪ରେ ସେଠାରେ ବାଲି ଉତ୍ତୋଳନକୁ ନେଇ ବିବାଦ ଉପୁଜିଥିଲା। ଯାହା ଏ ପର୍ଯ୍ୟନ୍ତ ଅସମାହିତ ରହିଛି। ଲୋକଙ୍କ ସମସ୍ୟା ସମ୍ପର୍କରେ ପିଡିଏ ସଚିବ ଧିରଙ୍କୁ ପଚାରିବାରେ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri