ଚାନ୍ଦି ଅଳଙ୍କାର, ଆଲୋକରେ ଝଲସିବେ ମା’

ଜଗତ୍‌ସିଂହପୁର ଅଫିସ, ୨୭ା୯:ଜଗତ୍‌ସିଂହପୁରର ଗୋପାଳସାଗରସ୍ଥିତ ମା’ ବନଦୁର୍ଗା ପୂଜା କମିଟି ପକ୍ଷରୁ ୬୦ ବର୍ଷ ହେବ ଦୁର୍ଗାପୂଜା ହୋଇଆସୁଛି। କୋଭିଡ୍‌-୧୯ କାରଣରୁ ଗତ ୨ ବର୍ଷ ହେବ ପୂଜା ନିରାଡ଼ମ୍ବରପୂର୍ଣ୍ଣ ଥିଲା । ଚଳିତବର୍ଷ ଆଡମ୍ବରପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଏଥି ମଧ୍ୟରେ ମୂର୍ତ୍ତି ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ବିଗତବର୍ଷଗୁଡିକ ପରି ଏଥର ମଧ୍ୟ ମା’ବନଦୁର୍ଗା ଚାନ୍ଦି ଅଳଙ୍କାରରେ ଝଲସିବେ। ଚାନ୍ଦିରେ ତିଆରି ମୁକୁଟ, ହାର, ବାହୁଟି ଓ ନାକରେ ନୋଥ ଆଦି ଅଳଙ୍କାର ପରିଧାନ କରିବେ। ମା’ଙ୍କ ଆଙ୍ଗୁଠିିରେ ୮ଟି ସୁନା ମୁଦି ପିନ୍ଧାଯିବ। ଭବିଷ୍ୟତରେ ଚାନ୍ଦି ମେଢ ଏବଂ ସୁନା ହାର କରିବା ପାଇଁ କମିଟି ପକ୍ଷରୁ ଚିନ୍ତା କରାଯାଉଥିବା କୁହାଯାଇଛି
ପୁରାଣ ବର୍ଣ୍ଣିତ କଥାବସ୍ତୁ ଅନୁସାରେ, ପ୍ରଭୁ ରାମଚନ୍ଦ୍ର ଯେତେବେଳେ ସେତୁ ବନ୍ଧ କରୁଥିଲେ ସେଥିରେ ବାଧା ସୃଷ୍ଟି ହୋଇଥିଲା। ଗୋଟିଏ ପଦ୍ମଫୁଲ ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ଅଭାବନୀୟ ପରିସ୍ଥିତିରେ ପ୍ରଭୁ ରାମଚନ୍ଦ୍ର ନିଜର ଏକ ନେତ୍ର ଦାନ କରି ସେତୁ ବନ୍ଧ ପୂର୍ଣ୍ଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ମା’ବନଦୁର୍ଗା ଆବିର୍ଭୂତା ହୋଇ ସେତୁ ନିର୍ମାଣରେ ସହଯୋଗ କରିଥିଲେ। ଏହା ସମାଜ ପାଇଁ ନୂଆ ବାର୍ତ୍ତା ଦେଇଛି। ତେଣୁ ସମାଜ ମଙ୍ଗଳରେ ମା’ଙ୍କ କୃପା ହାସଲ କରିବା ପାଇଁ କମିଟି ପକ୍ଷରୁ ପ୍ରତିବର୍ଷ ଏହି ପୂଜା କରାଯାଉଛି॥ ପ୍ରତିବର୍ଷ ପରି ଚଳିତବର୍ଷ ମଣ୍ଡପରେ ମା’ ବନଦୁର୍ଗା, ରାମ, ଲକ୍ଷ୍ମଣ, ହନୁମାନ ଓ ବିଭୀଷଣଙ୍କ ମୂର୍ତ୍ତି ଶୋଭା ପାଇବ। ପୂଜାପାଠ ଉପରେ ଅଧିକ ଧ୍ୟାନ ଦିଆଯିବ। ଏହି ପୂଜାରେ ମାର୍କଣ୍ଡପୁର ଏବଂ ଜଗତସିଂହପୁର ଗ୍ରାମର ପାଖାପାଖି ୬୦୦ ଘର ଏବଂ ୧୫୦ରୁ ଅଧିକ ବ୍ୟବସାୟୀଙ୍କ ସହଯୋଗ କରିଥାନ୍ତି । ପ୍ରତିବର୍ଷ ଶାନ୍ତି ଓ ଶୃଙ୍ଖଳାର ସହ ଏହି ପୂଜା ହୋଇଆସୁଛି। ଭରତ ଲେଙ୍କା, ନଟବର ସ୍ବାଇଁ, ହରେକୃଷ୍ଣ ଜେନା, ରତ୍ନାକର ଲେଙ୍କା ଓ ଭଗବାନ ବାରିକ ପ୍ରମୁଖ ମା’ ବନଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଏବେ କମିଟି ସଭାପତି ରାଜେନ୍ଦ୍ର କୁମାର ଲେଙ୍କା, ସମ୍ପାଦକ କୈଳାସ ଚନ୍ଦ୍ର ସାହୁ, ଉପସଭାପତି ହରି ପ୍ରଧାନ, ସହ ସମ୍ପାଦକ ଜୟନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରତିମା ମହାନ୍ତି. ଉପଦେଷ୍ଟା ହେମନ୍ତ କୁମାର ଲେଙ୍କା, ଗୋଲେଖ ସିଂହ, ସୁରେଶ ସ୍ବାଇଁ, ପ୍ରଶାନ୍ତ କୁମାର ସିଂହ, ଦେବେନ୍ଦ୍ର ସ୍ବାଇଁଙ୍କ ସମେତ କାର୍ଯ୍ୟକାରୀ କମିଟି ସଭ୍ୟଙ୍କ ସହଯୋଗରେ ପୂଜା ଆୟୋଜନ କରାଯାଉଛି।
ଚଳିତବର୍ଷ ପୂଜାରେ ଅଧିକ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ବିଭନ୍ନ ପଦକ୍ଷେପ ନିଆଯାଉଛି। ଆକର୍ଷଣୀୟ ମେଢ, ମୂର୍ତ୍ତି, ଆଲୋକ ସାଜସଜ୍ଜା ଏବଂ ବାଦ୍ୟରୋଳ ସାଙ୍ଗକୁ ଅଷ୍ଟମୀରେ ମେଲୋଡି ଆୟୋଜନ କରାଯିବା ପାଇଁ ବ୍ୟବସ୍ଥା ହେଉଛି। ଭସାଣିରେ ଡ୍ରମ ସାଙ୍ଗକୁ ଶିଙ୍ଗ ବାଜା ବାଜିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?