ଜଗତ୍‌ସିଂହପୁର: ଦକ୍ଷ ଯଜ୍ଞକୁ ଆଧାର କରି ମୂର୍ତ୍ତି ନିର୍ମାଣ

ଜଗତ୍‌ସିଂହପୁର ଅଫିସ, ୨୯ା୯: ଜଗତ୍‌ସିଂହପୁର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ନେଇ ନିଆରା ମାହୋଲ ଦେଖିବାକୁ ମିଳିଛି। ବିଭିନ୍ନ କ୍ଲବ ଏବଂ ଦୁର୍ଗାପୂଜା କମିଟି ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଅନେକ ମୂର୍ତ୍ତିରେ ଖଡି ଲାଗି ହୋଇସାରିଛି। ଏଥିସହ ମେଢ, ଆଲୋକ ସାଜସଜ୍ଜା ଓ ବାଦ୍ୟରୋଳ ଆଦି ଯେପରି ଅଧିକ ଲୋକାଦୃତ ହୋଇପାରିବ ସେନେଇ ଉଦ୍ୟମ ଚାଲିଛି। ଚଳିତବର୍ଷ ଜଗତ୍‌ସିଂହପୁର ବଡ଼ବଜାର (ଖ) ସ୍ଥିତ ହଟକେଶ୍ୱର ମହାଦେବ କ୍ଲବ ପକ୍ଷରୁ ଦକ୍ଷ ଯଜ୍ଞ ଉପରେ ଆଧାରିତ ମୂର୍ତ୍ତି ବେସ୍‌ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ଏଥିସହ ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଡ୍ୟାନ୍ସ, ମାଳିକା ପ୍ରବଚନ, ମେଲୋଡି ଓ ଭଜନ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ରହିବ।

ଏ ସମ୍ପର୍କରେ କ୍ଲବ ପକ୍ଷରୁ କୁହାଯାଇଛି, ୧୯୬୮ରୁ ଦୂର୍ଗାପୂଜା ହୋଇ ଆସୁଛି। ସ୍ବର୍ଗତ ଅନନ୍ତ ଚରଣ ସାହୁ, ବିରଞ୍ଚତ୍ ଶଙ୍କର ସାହୁ, ରଶ୍ମିକାନ୍ତ ସାହୁ, ପ୍ରଭାକର ସାହୁ, ଦୁର୍ଗାଚରଣ ବେହେରା, ଭରତ ନନ୍ଦି, ନରେନ୍ଦ୍ର ସାହୁ ପ୍ରମୁଖଙ୍କ ଉଦ୍ୟମରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସେତେବେଳେ ଟାଇଲ ଘରେ ମା’ ପୂଜା ପାଉଥିଲେ। କିନ୍ତୁ ଆଜି ବଡକାଟିଆ ହୋଇପାରୁଛି। ବିରଞ୍ଚତ୍ ଶଙ୍କର ସାହୁ ଠାକୁର ମଣ୍ଡପ ପାଇଁ ଜମି ଦାନ କରିଛନ୍ତି। ବିଶେଷକରି ୧୫୦ରୁ ଅଧିକ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ଅବଦାନ ଯୋଗୁ ଏବେ ଦୁର୍ଗାପୂଜା ଏ ସ୍ଥିତିରେ ପହଞ୍ଚତ୍ ପାରିଛି। ଅତୀତରେ ହରିହରପୁର ଗଁାର ନାମକୁ ସାର୍ଥକ କରିବାକୁ ହରିହର ଭେଟ କରାଯାଉଥିଲା। ସମୟ ଚକ୍ରରେ ଦୁର୍ଗାପୂଜାକୁ ଧୂମଧାମ୍‌ରେ ପାଳନ କରାଯାଉଛି। ୭ମୀରୁ ୧୦ମୀ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାପାଠ ସାଙ୍ଗକୁ ଭସାଣି ମଧ୍ୟ ଭଲ ଭାବେ କରାଯିବ। ଚଳିତବର୍ଷ ଦକ୍ଷ ଯଜ୍ଞକୁ ଅଧାର କରି ମୂର୍ତ୍ତି ନିର୍ମାଣ କରାଯାଇଛି। ପାର୍ବତୀଙ୍କ ପିତା ଦକ୍ଷ ମହାଦେବଙ୍କୁ ନିମନ୍ତ୍ରଣ କରି ନ ଥିଲେ। ଫଳରେ ଅପମାନିତ ହୋଇ ପାର୍ବତୀ ଯଜ୍ଞରେ ଝାସ ଦେଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ମହାଦେବ ଦକ୍ଷଙ୍କୁ ହତ୍ୟା ସହ ପାର୍ବତୀଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ମହାଦେବଙ୍କ ତୃତୀୟ ନୟନ ଖୋଲିଥିଲା। ଏହି ପ୍ରସଙ୍ଗକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରାୟ ୭ ଫୁଟ ଉଚ୍ଚର ନିଖୁଣ ମୂର୍ତ୍ତି ନିର୍ମାଣ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ଏସବୁ କ୍ଲବର ସଭାପତି, ସମ୍ପାଦକ, ଉପସଭାପତି ବିଜୟ କୁମାର ଓଝା, ସହ ସମ୍ପାଦକ ଗୁରୁଦତ୍ତ ବିଶ୍ୱାଳଙ୍କ ସମେତ କ୍ଲବର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗ ଯୋଗୁ ସମ୍ଭବ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri