ଜଗତ୍‌ସିଂହପୁର: ଦକ୍ଷ ଯଜ୍ଞକୁ ଆଧାର କରି ମୂର୍ତ୍ତି ନିର୍ମାଣ

ଜଗତ୍‌ସିଂହପୁର ଅଫିସ, ୨୯ା୯: ଜଗତ୍‌ସିଂହପୁର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ନେଇ ନିଆରା ମାହୋଲ ଦେଖିବାକୁ ମିଳିଛି। ବିଭିନ୍ନ କ୍ଲବ ଏବଂ ଦୁର୍ଗାପୂଜା କମିଟି ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଅନେକ ମୂର୍ତ୍ତିରେ ଖଡି ଲାଗି ହୋଇସାରିଛି। ଏଥିସହ ମେଢ, ଆଲୋକ ସାଜସଜ୍ଜା ଓ ବାଦ୍ୟରୋଳ ଆଦି ଯେପରି ଅଧିକ ଲୋକାଦୃତ ହୋଇପାରିବ ସେନେଇ ଉଦ୍ୟମ ଚାଲିଛି। ଚଳିତବର୍ଷ ଜଗତ୍‌ସିଂହପୁର ବଡ଼ବଜାର (ଖ) ସ୍ଥିତ ହଟକେଶ୍ୱର ମହାଦେବ କ୍ଲବ ପକ୍ଷରୁ ଦକ୍ଷ ଯଜ୍ଞ ଉପରେ ଆଧାରିତ ମୂର୍ତ୍ତି ବେସ୍‌ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ଏଥିସହ ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଡ୍ୟାନ୍ସ, ମାଳିକା ପ୍ରବଚନ, ମେଲୋଡି ଓ ଭଜନ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ରହିବ।

ଏ ସମ୍ପର୍କରେ କ୍ଲବ ପକ୍ଷରୁ କୁହାଯାଇଛି, ୧୯୬୮ରୁ ଦୂର୍ଗାପୂଜା ହୋଇ ଆସୁଛି। ସ୍ବର୍ଗତ ଅନନ୍ତ ଚରଣ ସାହୁ, ବିରଞ୍ଚତ୍ ଶଙ୍କର ସାହୁ, ରଶ୍ମିକାନ୍ତ ସାହୁ, ପ୍ରଭାକର ସାହୁ, ଦୁର୍ଗାଚରଣ ବେହେରା, ଭରତ ନନ୍ଦି, ନରେନ୍ଦ୍ର ସାହୁ ପ୍ରମୁଖଙ୍କ ଉଦ୍ୟମରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ସେତେବେଳେ ଟାଇଲ ଘରେ ମା’ ପୂଜା ପାଉଥିଲେ। କିନ୍ତୁ ଆଜି ବଡକାଟିଆ ହୋଇପାରୁଛି। ବିରଞ୍ଚତ୍ ଶଙ୍କର ସାହୁ ଠାକୁର ମଣ୍ଡପ ପାଇଁ ଜମି ଦାନ କରିଛନ୍ତି। ବିଶେଷକରି ୧୫୦ରୁ ଅଧିକ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ଅବଦାନ ଯୋଗୁ ଏବେ ଦୁର୍ଗାପୂଜା ଏ ସ୍ଥିତିରେ ପହଞ୍ଚତ୍ ପାରିଛି। ଅତୀତରେ ହରିହରପୁର ଗଁାର ନାମକୁ ସାର୍ଥକ କରିବାକୁ ହରିହର ଭେଟ କରାଯାଉଥିଲା। ସମୟ ଚକ୍ରରେ ଦୁର୍ଗାପୂଜାକୁ ଧୂମଧାମ୍‌ରେ ପାଳନ କରାଯାଉଛି। ୭ମୀରୁ ୧୦ମୀ ପର୍ଯ୍ୟନ୍ତ ରୀତିନୀତି ଅନୁଯାୟୀ ପୂଜାପାଠ ସାଙ୍ଗକୁ ଭସାଣି ମଧ୍ୟ ଭଲ ଭାବେ କରାଯିବ। ଚଳିତବର୍ଷ ଦକ୍ଷ ଯଜ୍ଞକୁ ଅଧାର କରି ମୂର୍ତ୍ତି ନିର୍ମାଣ କରାଯାଇଛି। ପାର୍ବତୀଙ୍କ ପିତା ଦକ୍ଷ ମହାଦେବଙ୍କୁ ନିମନ୍ତ୍ରଣ କରି ନ ଥିଲେ। ଫଳରେ ଅପମାନିତ ହୋଇ ପାର୍ବତୀ ଯଜ୍ଞରେ ଝାସ ଦେଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ମହାଦେବ ଦକ୍ଷଙ୍କୁ ହତ୍ୟା ସହ ପାର୍ବତୀଙ୍କୁ ଉଦ୍ଧାର କରିଥିଲେ। ଏହି ସମୟରେ ମହାଦେବଙ୍କ ତୃତୀୟ ନୟନ ଖୋଲିଥିଲା। ଏହି ପ୍ରସଙ୍ଗକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରାୟ ୭ ଫୁଟ ଉଚ୍ଚର ନିଖୁଣ ମୂର୍ତ୍ତି ନିର୍ମାଣ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଲାଣି। ଏସବୁ କ୍ଲବର ସଭାପତି, ସମ୍ପାଦକ, ଉପସଭାପତି ବିଜୟ କୁମାର ଓଝା, ସହ ସମ୍ପାଦକ ଗୁରୁଦତ୍ତ ବିଶ୍ୱାଳଙ୍କ ସମେତ କ୍ଲବର ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗ ଯୋଗୁ ସମ୍ଭବ ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?