ଅନୁଗୋଳ

ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ ହୋଇଛି। ଅତୀତର ତ୍ରୁଟି ଆଉ ଦୋହରାଯିବ ନାହିଁ ବୋଲି ଅନୁଗୋଳ ଜିଲା କୃଷି...

ପକ୍କା ଅପେକ୍ଷାରେ ୧୦ ପଥ

ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ ବିଶୁଦ୍ଧ ପାଇପ୍‌ ପାଣି ଯୋଗାଇ ଦେବାକୁ ପ୍ରକଳ୍ପମାନ ନିର୍ମାଣ କରାଯାଉଛି। ବିଦ୍ୟୁତ୍‌ ଭିତ୍ତିଭୂମିକୁ...

ଜୀବନ ପରେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧ା୭:  ଦୀର୍ଘ ୨ ମାସ ପରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ତଳମୁହଁା ହୋଇଛି କରୋନା ସଂକ୍ରମଣ। ଟେଷ୍ଟ ପଜିଟିଭ୍‌ିଟି ରେଟ୍‌ (ଟିପିଆର୍‌) ୫ ପ୍ରତିଶତ ତଳେ ଥିବାରୁ ଏହି ଦୁଇ ଜିଲାକୁ ଗ୍ରେଡ୍‌-ଏ ତାଲିକାଭୁକ୍ତ...

ଆଗ୍ରହ ବେଳେ ଅଭାବ

ଅନୁଗୋଳ ଅଫିସ, ୩୦ା୬ – ମହାମାରୀ କରୋନାରୁ ସୁରକ୍ଷା ଦେଉଛି ସଞ୍ଜୀବନୀ। ତେଣୁ ନିଶ୍ଚିତ ଟିକା ଲଗାଇବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରି କି କେଉଁ ଟିକା କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି କରୁଛି ସେ ନେଇ...

ସରକାରୀ ଜାଗାରେ ସମ୍ପ୍ରସାରଣ

ଅନୁଗୋଳ ଅଫିସ, ୨୯ା୬ ବଢ଼ୁଛି ଅନୁଗୋଳ ସହର। ବଜାରରେ ବୃଦ୍ଧି ପାଉଛି ବ୍ୟବସାୟିକ ପ୍ରତିଷ୍ଠାନ। ପୌରାଞ୍ଚଳ ହୋଇଥିଲେ ବି ଏହା ଉପରେ ପୌରପାଳିକାର ସେପରି କର୍ତ୍ତୃତ୍ୱ ଥିବା ଭଳି ଲାଗୁନାହିଁ। କାରଣ ଡ୍ରେନ୍‌, ରାସ୍ତା ଆଦି ସରକାରୀ ଜାଗାକୁ ମଡ଼ାଇ...

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଠିକାଦାର (ଏଲ୍‌-୨ କଣ୍ଟ୍ରାକ୍ଟର) ନିଯୁକ୍ତି ନିମନ୍ତେ ହୋଇଥିବା ଟେଣ୍ଡରକୁ ନେଇ...

କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି ଲୋକଙ୍କ ଦୁଃଖ। ଏପରି ଅବସ୍ଥାରେ ସରକାର ଦୁର୍ବଳଙ୍କ ବଳ ସାଜିବା କଥା। ଜନତାଙ୍କ...

ଗୋଟିଏ କୋଠରିରେ ୧୫୦ କର୍ମଚାରୀ

ପାଲଲହଡା,୨୫ା୬(ଡି.ଏନ.ଏ.) ଅନୁଗୋଳରେ କାବୁକୁ ଆସିନି କରୋନା ସଂକ୍ରମଣ। ସେଥିପାଇଁ ଏହି ଜିଲାକୁ ରାଜ୍ୟ ସରକାର କାଟାଗୋରି-ବି’ରେ ରଖିଛନ୍ତି। ଅର୍ଥାତ୍‌ ପୂର୍ବପରି ଲଗାଯାଇଥିବା କଡ଼ା କଟକଣା ଏଠାରେ ବଳବତ୍ତର ରହିଛି। ଏପରି କି ବିବାହ ଉତ୍ସବରେ ମଧ୍ୟ ୨୫ରୁ ଅଧିକ ଲୋକଙ୍କୁ...

ଅନୁକୂଳ ପାଗ ବଢ଼ାଇଛି ଅଭିବୃଦ୍ଧି ଆଶା

ଅନୁଗୋଳ ଅଫିସ, ୨୪ା୬:  ବାତ୍ୟା ୟାସ୍‌ ଯୋଗୁ ପୂର୍ବରୁ ଜମି ଭିଜିଯାଇଥିଲା। ମୌସୁମୀ ମଧ୍ୟ ନିର୍ଦ୍ଧାରିତ ସମୟରେ ଆସିଲା। କିଛିଦିନ ଧରି ଜିଲାରେ ବର୍ଷା ଲାଗିରହିଥିବାରୁ ଚଳିତବର୍ଷ ପାଣିପାଗ ଚାଷ ଅନୁକୂଳ ରହିଛି। ତେଣୁ କୃଷି କ୍ଷେତ୍ରରେ ଏଥର ଅଭିବୃଦ୍ଧି ଦେଖିବାକୁ...

ସୌଭାଗ୍ୟରୁ ବଞ୍ଚିତ କରିଦେଲେ ସାଆନ୍ତେ

ଅନୁଗୋଳ ଅଫିସ, ୨୩ା୬ – କିଛିଟା କାବୁ ହୋଇଛି କରୋନା ସଂକ୍ରମଣ। ତଳମୁହାଁ ଧରିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତିକୁ ଦେଖି ପୂର୍ବ କଟକଣାରେ ସାମାନ୍ୟ କୋହଳ କରାଯାଇଥିଲେ ମଧ୍ୟ ଧର୍ମାନୁଷ୍ଠାନରୁ ତାଲା ଖୋଲିବା ସପକ୍ଷରେ ନାହାନ୍ତି ସରକାର। ତେଣୁ...

ଅଳିଆ ଉଠାରେ ଅସହଯୋଗ

ଅନୁଗୋଳ ଅଫିସ, ୨୨ା୬- ଅନୁଗୋଳ ସହର ସଫେଇ ନେଇ ଦେଖାଦେଇଥିବା ବିବାଦର ସମାଧାନ ଏଯାଏ ହୋଇପାରି ନାହିଁ। ସଫେଇ କର୍ମଚାରୀ ସଂଘ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ କେତେଜଣ କର୍ମଚାରୀ ପୌର କର୍ତ୍ତୃପକ୍ଷଙ୍କୁ ଅସହଯୋଗ କରୁଛନ୍ତି। ବାରମ୍ବାର କାର୍ଯ୍ୟବନ୍ଦ କରି...

ଶ୍ୱାସ ନେବାକୁ ସଂଘର୍ଷ

ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍‌ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା ଆଇନରେ ଏପରି ନିୟମ କରିଛନ୍ତି ସରକାର। କିନ୍ତୁ ସୁସ୍ଥ ଲୋକଙ୍କ ପାଇଁ ଘରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri