ସମ୍ବଳ ନ ଥିବାରୁ ଶିକୁଳି
ବଇଣ୍ଡା,୧।୨(ଡି.ଏନ.ଏ.) ମୂଲ ଲାଗି ପୁଅ ଆଣୁଥିଲେ ମଜୁରି। ଦୁଃଖ କଷ୍ଟରେ ହେଉପଛେ ଚଳିଯାଉଥିଲେ ମା’ ପୁଅ। ହେଲେ ୨୩ ବର୍ଷର ଭେଣ୍ଡିଆ ପୁଅ କୃତ୍ତିବାସ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଅସହାୟ ହୋଇଯାଇଛନ୍ତି ମା’ ରଇବାରୀ ମହାପାତ୍ର। ପାଖରେ କିଛି…
ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ
ଅନୁଗୋଳ ଅଫିସ,୧।୨ ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ଦାବିରେ ଅନୁଗୋଳ ଜିଲାର ବିଭିନ୍ନ ମହାବିଦ୍ୟାଳୟ ଛାତ୍ରମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଛାତ୍ରମାନେ ବିଜୁ ମଇଦାନଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଅନୁଗୋଳ,୩୧।୧: ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛିି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡସ୍ଥିତ ବାସଭବନ,…
ଜଙ୍ଗଲ ସୁରକ୍ଷା ଲାଗି ଏକାଠି
ବଇଣ୍ଡା, ୩୧।୧(ଡି.ଏନ୍.ଏ.) କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍ ଅଧୀନ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ରବିବାର ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ବୁଦା ସଫା କରି ସୀମା ନିର୍ଦ୍ଧାରଣ କରିଛନ୍ତି। ତେବେ…
ସମସ୍ୟା ଘେରରେ ଲୁହାମୁଣ୍ଡା ସୋସାଇଟି
ବଇଣ୍ଡା, ୩୧।୧(ଡି.ଏନ୍.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ସମସ୍ୟା ଲାଗିରହିଛି। ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି। ଏହାର ତୁରନ୍ତ ସମାଧାନ ଦାବିରେ ରବିବାର ଭାଜପା କୃଷକ ମୋର୍ଚ୍ଚା ଏବଂ ଅଞ୍ଚଳର…
ହତ୍ୟା ପଛରେ ଯୌତୁକ ଲୋଭ
ଛେଣ୍ଡିପଦା, ୩୧।୧(ସ୍ବ.ପ୍ର.) ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଗ୍ରାମ ଟାଙ୍ଗର ସାହିରେ ଶନିବାର ଘଟିଥିବା ମିଲି ସାହୁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ହତ୍ୟା ପଛରେ ସ୍ବାମୀ ପଦ୍ମଚରଣ ସାହୁଙ୍କ ଯୌତୁକ ଲୋଭ ସ୍ପଷ୍ଟ ହୋଇଥିବାବେଳେ ସେ…
ଅନୁଗୋଳରେ ଗଡ଼ିଲା ପ୍ରଥମ ଦୁଗ୍ଧ ଏଟିଏମ୍
ଛେଣ୍ଡିପଦା, ୩୦ା୧(ସ୍ବ.ପ୍ର.) ସାହି ସାହି ବୁଲୁଛି ମିଲ୍କ ଭ୍ୟାନ୍। ଏଟିଏମ୍ରୁ ଟଙ୍କା ବାହାରିବା ଭଳି ସେଥିରୁ ବାହାରୁଛି ଉନ୍ନତମାନର କ୍ଷୀର। ଅନୁଗୋଳ ଜିଲାରେ ପ୍ରଥମ ଥର ଏଭଳି ଦୁଗ୍ଧ ଏଟିଏମ୍ ଆରମ୍ଭ କରି ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଛେଣ୍ଡିପଦା ବ୍ଲକ ବରସାହି…
କୁଇଣ୍ଟାଲ ପିଛା ୮ କେ.ଜି. କଟ୍ନୀ
ବଇଣ୍ଡା, ୩୦ା୧(ଡି.ଏନ୍.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ଶନିବାର କୁଇଣ୍ଟାଲ ପିଛା ୮କେ.ଜି. ଧାନ କଟ୍ନୀକୁ ନେଇ ଚାଷୀ ଅସେନ୍ତାଷ ଦେଖାଦେଇଛି। ଧାନ ସଂଗ୍ରହ ଦାୟିତ୍ୱରେ ଥିବା ମିଲର ମନଇଚ୍ଛା ଏଭଳି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।…
ପୁଷ୍ପା ପୋଷ୍ଟରରେ ଅଳିଆ ସଚେତନତା
ଅନୁଗୋଳ ଅଫିସ, ୩୦ା୧: ଦକ୍ଷିଣ ଭାରତୀୟ ବ୍ଲକବଷ୍ଟର ସିନେମା ପୁଷ୍କାର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ବହୁଭାଷୀ ଫିଲ୍ମ ଏବଂ ଏହାର ପୋଷ୍ଟର ଏବେ ସଚେତନତାର ବାର୍ତ୍ତା ବାହକ ସାଜିଛି। ନିକଟରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସତର୍କ କରାଇବାକୁ…
ରେଞ୍ଜ ଅଫିସ ଘେରାଉ ଚେତାବନୀ
ବଇଣ୍ଡା,୨୮।୧(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ବିଡିସିଙ୍ଗ ଗ୍ରାମରେ ହାତୀ ଉପଦ୍ରବ ଲାଗିରହିଛି। ବୁଧବାର ୧୨ଟି ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗିଛନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅରୁଣ ସାହୁଙ୍କ…
ରାତିଅଧିଆ ରାସ୍ତା ମରାମତି
ବଇଣ୍ଡା,୨୮।୧(ଡି.ଏନ.ଏ.) କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ଶିକ୍ଷକପଡା ଗ୍ରାମ ରାସ୍ତାରେ ମଙ୍ଗଳବାର ରାତିରେ ମାଟି ପକାଯାଇ ମରାମତି କରାଯାଇଛି। ଏହି ରାସ୍ତାକୁ ପିଚୁ କିମ୍ବା ପକ୍କା କରିବାକୁ ଦୀର୍ଘ ୫ ବର୍ଷ ହେବ ଦାବି କରାଯାଉଥିଲେ ମଧ୍ୟ ସୁଫଳ ମିଳି ନ…
‘ଗାନ୍ଧୀ ବିଚାରର ଅନ୍ତ ଅସମ୍ଭବ’
ଅନୁଗୋଳ ଅଫିସ, ୨୮।୧ ଗାନ୍ଧିବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ”ରାଷ୍ଟ୍ରପିତାଙ୍କ ଅପମାନ-ସହିବ ନାହିଁ ହିନ୍ଦୁସ୍ଥାନ“ ଶୀର୍ଷକ ପ୍ରଚାର ଅଭିଯାନ ଅନୁଗୋଳ ଗାନ୍ଧୀ ପାର୍କଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲା ଗାନ୍ଧୀ ଶାନ୍ତି ପ୍ରତଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସାହୁ ଯୋଗଦେଇ…

