ପ୍ରାର୍ଥିପତ୍ର ଯାଞ୍ଚରେ ଚଞ୍ଚକତା ଅଭିଯୋଗ

ଖମାର,୨୪ା୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବଡସଡ଼ା ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଦାଖଲ ହୋଇଥିବା ୮ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ରବିବାର ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଲଗାଯାଇଥିବା ଗୋଟିଏ ନୋଟିସରେ ୭ ଜଣଙ୍କ ନାମ ଥିବାବେଳେ ଏହାର ଦୁଇଘଣ୍ଟା ପରେ ୮ ଜଣଙ୍କ ନାମ ଥିବା ଆଉ ଏକ ନୋଟିସ ଲଗାଯାଇଛି। ଫଳରେ ଯାଞ୍ଚ ପ୍ରକ୍ରିୟାର ସ୍ବଚ୍ଛତା ନେଇ ୭ ସମିତି ସଭ୍ୟ ପ୍ରାର୍ଥୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସେମାନେ ବିଡିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବଡ଼ସଡ଼ା ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ପାଇଁ ମୋଟ୍‌ ୮ ଜଣ ଡିଲେଶ୍ୱର ପ୍ରଧାନ, ପ୍ରକାଶ କୁମାର ବିଶ୍ବାଳ, ବିକାଶ ସ୍ବାଇଁ, ବୁଲୁ ରାଜହଂସ, ରମେଶ ଚନ୍ଦ୍ର ବେହେରା, ସିପୁନ ଗଡ଼ନାୟକ, ସୌମ୍ୟରଂଜନ ବିଶ୍ୱାଳ ଓ ରଞ୍ଜିତ କୁମାର ବିଶ୍ବାଳ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଦ୍ୱାରା ପୂର୍ବାହ୍ନ ୧୧ଟାରେ ୭ ଜଣଙ୍କ ନାମ ଥିବା ଏକ ନୋଟିସ ଲଗାଯାଇଥିଲା। ଉକ୍ତ ନୋଟିସରେ କେବଳ ରଞ୍ଜିତ କୁମାର ବିଶ୍ୱାଳଙ୍କ ନାମ ନ ଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ୍‌ ହୋଇଯାଇଥିବା ଅନ୍ୟ ପ୍ରାର୍ଥୀମାନେ ଭାବି ନେଇଥିଲେ। ହେଲେ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ନିର୍ବାଚନ ଅଧିକାରୀ ଦ୍ୱିତୀୟ ନୋଟିସ ଲଗାଇଥିଲେ, ଯେଉଁଥିରେ ରଞ୍ଜିତ କୁମାର ବିଶ୍ୱାଳଙ୍କ ନାମ ସହ ସମସ୍ତ ୮ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ଜଣାପଡ଼ିଥିଲା। ଏପରି କି ଦ୍ୱିତୀୟ ନୋଟିସରେ ରଞ୍ଜିତଙ୍କ ପୋଷ୍ଟ ଅଫିସ ଠିକଣା ବଡ଼ସଡା ପରିବର୍ତ୍ତେ ଖମାର ବୋଲି ଲେଖାଯାଇଛି। ତେଣୁ ଯାଞ୍ଚ ପ୍ରକ୍ରିୟାରେ ଚଞ୍ଚକତା କରାଯାଇଥିବା ଅନ୍ୟ ୭ ଜଣ ପ୍ରାର୍ଥୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ତଥା ବିଡିଓ ଦୀଲିପ କୁମାର ବର କହିଛନ୍ତି, ପ୍ରଥମ ନୋଟିସରେ ତ୍ରୁଟି ରହିଯାଇଥିବାରୁ ଦ୍ୱିତୀୟ ନୋଟିସରେ ସମସ୍ତ ପ୍ରାର୍ଥୀଙ୍କ ନାମ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ପହିଲାରୁ ଚାଲିବ ବସ୍‌

ଭୁବନେଶ୍ୱର, ୨୭ା୫(ବ୍ୟୁରୋ): ରାଜ୍ୟ ସରକାର ଘରୋଇ ବସ୍‌ ଉପରୁ ୩ ମାସର ଟିକସ ଛାଡ କରିଛନ୍ତି। ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଟିକସ ବସ୍‌ମାଲିକଙ୍କୁ...

୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର,୯।୧(ଡି.ଏନ୍‌.ଏ.): ଥମୁନି ଧଳା ଜହର କାରବାର। ବାଲେଶ୍ୱର ଜିଲା ଜଳେଶ୍ୱରରେ ଗୁରୁବାର ୫୦ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଶେଖବାଡ଼ ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନ୍‌ସୁଗାର...

ରାଜଧାନୀରେ ଚାଞ୍ଚଲ୍ୟ: ମା’ଙ୍କୁ ଶାବଳରେ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର,୧୭।୯(ବ୍ୟୁରୋ)- ରାଜଧାନୀ ଏୟାରଫିଲ୍ଡ ଥାନା ବେହେରାସାହି ଅର୍କିଡ ଆପାଟମେଣ୍ଟରେ ଗୁରୁବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ହେଲେ ବିନୋଦିନୀ ମିଶ୍ର । ଘରୋଇ...

ନକଲି ଶିକ୍ଷକଙ୍କ ମାଷ୍ଟରମାଇଣ୍ଡ ନକଲି ବିଇଓ

ଯାଜପୁର ଅଫିସ/କୋରେଇ, (ଡି.ଏନ.ଏ.),୨୬।୪: ରାଜ୍ୟରେ ବିଭିନ୍ନ ଜିଲାରେ ନକଲି ପ୍ରମାଣପତ୍ରଧାରୀଙ୍କ ଉପରେ ତନାଘନା ତଦନ୍ତ ଚାଲିଛି। ହେଲେ ଯାଜପୁର ଜିଲାରେ ନକଲି ଆଦିବାସୀ ସାଜି ଶିକ୍ଷକତା...

ଭୁବନେଶ୍ୱର-ଆନନ୍ଦବିହାର ସୁପରଫାଷ୍ଟ ୨ଦିନ ବାତିଲ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଉତ୍ତର କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଉତ୍ତର ପ୍ରଦେଶର ନୈନି ଷ୍ଟେଶନଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱର-ଆନନ୍ଦବିହାର-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୋଳ...

ସୋମବାର ପହଞ୍ଚିବ ୩ ଶ୍ରମିକ ସ୍ପେଶାଲ ଟ୍ରେନ: ଅଧା ଅଞ୍ଚଳରେ ଲାଗୁ ହେବ ୧୮ ଘଣ୍ଟାର କର୍ଫ୍ୟୁ

ବଲାଙ୍ଗୀର ଅଫିସ, ୧୭ା୫- ବଲାଙ୍ଗୀର ରେଲୱେ ଷ୍ଟେଶନକୁ ସୋମବାର ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସିବ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ସୋମବାର...

୭୫୧୬ ଜରୁରୀ ସେବା ପ୍ରଦାନ କରିଛି ଭିକ୍ଟର କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୮।୨(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଅପରାଧ, ଦୁର୍ଘଟଣା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ତ୍ୱରିତ ସହାୟତା ଦେବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟ...

ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା : ୪୬ କଲେଜ ପାଇଁ ୨୦ ସାମ୍‌ସ ସେଣ୍ଟର

ନୟାଗଡ଼ ଅଫିସ,୭ା୬ : ଗୁରୁବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ଏଥିପାଇଁ ଛାତ୍ରୀଛାତ୍ର ଜିଲାର ବିଭିନ୍ନ ସାଇବର କାଫେରେ ଷ୍ଟୁଡେଣ୍ଟସ୍‌ ମ୍ୟାନେଜ୍‌ମେଣ୍ଟ ଏକାଡେମିକ...

Advertisement
Archives

Model This Week