ଛେଣ୍ଡିପଦା ବ୍ଲକରେ ୯୯୮ ପ୍ରାର୍ଥୀ: ୮୧ ପ୍ରାର୍ଥିପତ୍ର ପ୍ରତ୍ୟାହାର

ଛେଣ୍ଡିପଦା,୨୬।୧(ସ୍ବ.ପ୍ର.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପକ୍ଷରୁ ମଙ୍ଗଳବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବ୍ଲକରେ ଥିବା ମୋଟ ୩୪ ପଞ୍ଚାୟତରୁ ସମିତି ସଭ୍ୟ, ସରପଞ୍ଚ ଏବଂ ୱାର୍ଡ ସଭ୍ୟ ପାଇଁ ମୋଟ ୧୦୯୯ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୨୨ ତାରିଖ ଯାଞ୍ଚ ପରେ ୧୦୭୯ ନାମାଙ୍କନପତ୍ର କାଏମ ରହିଥିଲା। ୨୫ ତାରିଖରେ ୮୧ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାରୁ ବର୍ତ୍ତମାନ ନିର୍ବାଚନ ମୈଦାନରେ ମୋଟ୍‌ ୯୯୮ ଜଣ ପ୍ରାର୍ଥୀ ରହିଥିବା ସ୍ପଷ୍ଟ ହୋଇଛି। ତେବେ ୧୬ଟି ଓ୍ବାର୍ଡରୁ ଓ୍ବାର୍ଡସଭ୍ୟ ପାଇଁ କେହି ନାମାଙ୍କନପତ୍ର ପକାଇ ନ ଥିବାରୁ ସେଠାରେ ପୁନର୍ବାର ନାମାଙ୍କନପତ୍ର ଆହ୍ବାନ କରାଯିବ। ପ୍ରକାଶ ଯେ, ୩୪ଟି ପଞ୍ଚାୟତରୁ ସମିତି ସଭ୍ୟ ପାଇଁ ୧୧୦ ଜଣ, ସରପଞ୍ଚ ପାଇଁ ୧୩୪ ଓ ୱାର୍ଡସଭ୍ୟ ପାଇଁ ୮୫୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ୧୦୨ ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଥିଲା। ସେହିପରି ୧୨୫ ସରପଞ୍ଚ ପ୍ରାର୍ଥୀ ଓ ୮୫୨ ଓ୍ବାର୍ଡ ସଭ୍ୟଙ୍କ ପ୍ରାର୍ଥତ୍ପତ୍ର ଠିକ୍‌ ରହିଥିଲା। ତେବେ ୨୦ ଜଣ ସମିତି ସଭ୍ୟ ପ୍ରାର୍ଥୀ, ୨୬ ଜଣ ସରପଞ୍ଚ ପ୍ରାର୍ଥୀ ଓ ୩୫ଜଣ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଏବେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନିର୍ବାଚନ ରଣାଙ୍ଗନରେ ୮୨ ସମିତି ସଭ୍ୟ ପ୍ରାର୍ଥୀ, ୯୯ ସରପଞ୍ଚ ପ୍ରାର୍ଥୀ ଓ ୮୧୭ ଓ୍ବାର୍ଡ ସଭ୍ୟ ପ୍ରାର୍ଥୀ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଫୁଟର ଅଜଗର ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୧୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥର ସାହାରପଡ଼ା ସେକ୍ସନର ହଳଦୀବଟା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେପ ରବିବାର...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ, ୭ା୫- ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା କରୋନା ରୋଗର ନିରାକରଣ ପାଇଁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ...

ଋଣ ପାଇବାକୁ ଯାଇ ଠକାମିର ଶିକାର ହେଲେ ଫାର୍ମାସିଷ୍ଟ

କେନ୍ଦୁଝର, ୨୦।୧ (ସ୍ବ.ପ୍ର.): ମୋବାଇଲରେ ଥିବା ଏକ ଲୋନ ଆପରେ ଲୋଭନୀୟ ଅଫର ପାଇ ଜଣେ ବ୍ୟକ୍ତି ଠକାମୀର ଶୀକାର ହୋଇଥିବା ଅଭିଯୋଗ ହୋଇଛି। ସେ...

ଗଞ୍ଜାମରେ ବଢ଼ୁଛନ୍ତି ମାନସିକ ରୋଗୀ

ବ୍ରହ୍ମପୁର ଅଫିସ୍‌,୧୧ା୧୦- ଗଞ୍ଜାମ ଜିଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ମାନସିକ...

ଜବରଦଖଲ ହାଟ ଜମି ମାପଚୁପ ଆରମ୍ଭ

ଫୁଲବାଣୀ ଅଫିସ, ୨୪ା୧-ଫୁଲବାଣୀ ହାଟପଦାସ୍ଥିତ ହାଟ ଜମି ଜବରଦଖଲରେ ଥିଲା। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ବେଳେ ହାଟ ଜମିର ମାପଚୁପ...

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ, ୩୦ ଫୁଟର ଘାଇ

ଭବାନୀପାଟଣା,୨୨ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇଟି ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି।...

କେନ୍ଦୁଝରରେ ୬୫୪ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର,୨୦।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ଯୋଗୁ ୨୦୮ଟି ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ରହିଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂସ୍କୃତ...

ଫାଇନାନ୍ସରେ ସ୍ବାମୀ ଫୋନ୍‌ କିଣି ଦେଇଥିବା ଜାଣି ବିଷ ପିଇଲେ ସ୍ତ୍ରୀ; ଚାଲିଗଲା ଜୀବନ

ମାଲକାନଗିରି,୧୮।୧୦(ଡି.ଏନ୍‌.ଏ.): ମୋବାଇଲ ପାଇଁ ଚାଲି ଗଲା ଜୀବନ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ । ଜିଲା ଅନ୍ତର୍ଗତ ଏମ୍‌ପିଭି ୧୪ ଗ୍ରାମର...

Advertisement
Archives

Model This Week