ଅନୁଗୋଳରେ ଗଡ଼ିଲା ପ୍ରଥମ ଦୁଗ୍ଧ ଏଟିଏମ୍‌

ଛେଣ୍ଡିପଦା, ୩୦ା୧(ସ୍ବ.ପ୍ର.) ସାହି ସାହି ବୁଲୁଛି ମିଲ୍କ ଭ୍ୟାନ୍‌। ଏଟିଏମ୍‌ରୁ ଟଙ୍କା ବାହାରିବା ଭଳି ସେଥିରୁ ବାହାରୁଛି ଉନ୍ନତମାନର କ୍ଷୀର। ଅନୁଗୋଳ ଜିଲାରେ ପ୍ରଥମ ଥର ଏଭଳି ଦୁଗ୍ଧ ଏଟିଏମ୍‌ ଆରମ୍ଭ କରି ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ ଖମାର ଗ୍ରାମର ଚିନ୍ମୟ ସାହୁ। ଏମ୍‌ସିଏ ପଢୁଆ ଏହି ଉଚ୍ଚଶିକ୍ଷିତ ଯୁବକଙ୍କ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କ୍ଷୀର ବିକ୍ରିର ଏଭଳି ଅଭିନବ କୌଶଳ ବାହାର କରି ସେ ପାଲଟିଛନ୍ତି ଯୁବପିଢ଼ିଙ୍କ ପାଇଁ ପ୍ରେରଣା।
୨୦୧୩ରେ ଏମ୍‌ସିଏ ଶିକ୍ଷା ଶେଷ ପରେ ଅନ୍ୟମାନଙ୍କ ଭଳି ପ୍ରଥମେ ଚାକିରି ପଛରେ ଦୌଡ଼ିଥିଲେ ଚିନ୍ମୟ। ହେଲେ ମନ ମୁତାବକ ଚାକିରି ମିଳି ନ ଥିଲା। ସେ ଘରେ ବେରୋଜଗାର ହୋଇ ବସିରହିଥିଲେ। ଘରର ଦାୟିତ୍ୱ ମୁଣ୍ଡାଇବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ରୋଜଗାର ଚିନ୍ତାରେ ଥିବାବେଳେ ସୋସିଆଲ ମିଡିଆରୁ ଦୁଗ୍ଧ ଏଟିଏମ ସମ୍ପର୍କରେ ଜାଣିଥିଲେ। ଏହାପରେ ଦୁଗ୍ଧ ଶିତଳୀକରଣ ଟାଙ୍କି ତିଆରି କରି ସେଥିରେ ଅନ୍‌ଲାଇନ୍‌ରୁ ଏଟିଏମ୍‌ ମେଶିନ କିଣି ଲଗାଇଥିଲେ। ଏହାକୁ ଏକ ଅଟୋରିକ୍ସାରେ ସଂଯୋଗ କରି ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ ଆରମ୍ଭ କଲେ। ପ୍ରଥମେ ସ୍ଥାନୀୟ ଅଞ୍ଚଳର ବ୍ୟବସାୟିକ ପେଣ୍ଠସ୍ଥଳରେ ଗାଡ଼ି ରଖି ଦୁଗ୍ଧ ବିକ୍ରି ଆରମ୍ଭ କରିଥିଲେ। ଜିଲା ସଦରରେ ଦୁଗ୍ଧର ଅଧିକ ଚାହିଦା ଥିବା ଜାଣିବା ପରେ ସେ ଏବେ ଘରଠାରୁ ୫୦ କି.ମି. ଦୂର ଅନୁଗୋଳ ସହରରେ କ୍ଷୀର ବିକ୍ରି ଆରମ୍ଭ କରିଛନ୍ତି। ଅନୁଗୋଳରେ ପ୍ରଥମ ଦିନ ମାତ୍ର ୧୩ ଲିଟର ଦୁଗ୍ଧ ବିକ୍ରି କରିଥିବାବେଳେ ଏହା ଏବେ ବୃଦ୍ଧି ପାଇ ୮୦ ଲିଟରରେ ପହଞ୍ଚତ୍ଛି। ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପାଲଟିଛି ଚିନ୍ମୟଙ୍କ ବ୍ୟବସାୟର ଠିକଣା।
ଏ ସଂକ୍ରାନ୍ତରେ ସେ କୁହନ୍ତି, ଘର ପାଖକୁ ଆସି କ୍ଷୀର କିଣି ନେଉଥିବାରୁ ଚାଷୀମାନେ ଉପକୃତ ହେଉଛନ୍ତି। ଆଗାମୀ ଦିନରେ ବ୍ୟବସାୟ ଆହୁରି ବଢ଼ିବ। ଏଭଳି ଦୁଗ୍ଧ ଏଟିଏମ୍‌ ଜରିଆରେ ଅଞ୍ଚଳର ଶିକ୍ଷିତ ଯୁବତୀଯୁବକ ଆତ୍ମନିର୍ଭରଶୀଳ ହୋଇପାରିବେ। ଅନ୍ୟପଟେ ଚିନ୍ମୟଙ୍କ ଏଭଳି ପ୍ରୟାସକୁ ଅଞ୍ଚଳର ଦୁଗ୍ଧ ଚାଷୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri