ଅନୁଗୋଳ

ବାମୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ

ବଇଣ୍ଡା,୨୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବଷ୍ଟେଶନ ଅଧିନସ୍ଥ ଧଉରାପାଲି, ଜଏରାଟ, ଝରାବେରେଣୀ, ହିମିତିରା, ସଞ୍ଜାମୁରା, ଅଙ୍ଗପଡ଼ା, ଧଡ଼ରପାଳ, ନାକିଚି, ଉରୁକୁଳା, ଠେଲକନାଳୀ, ଆମ୍ବପାଳ ଆଦି ପଞ୍ଚାୟତ ଗୁଡ଼ିକରେ ଗତ କିଛିମାସ ହେବ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଫଳରେ…

ଭରତପୁର ଖଣି ଦୁର୍ଘଟଣା : ମିଳିଲା ଅନ୍ୟ ଜଣେ ଶ୍ରମିକଙ୍କ ହାତ, ଶରୀରର କିଛି ଅଂଶ

ତାଳଚେର,୨୭ା୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ୪ର୍ଥ ଦିନ ଅର୍ଥାତ୍‌ ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହଛି। ଏଥିରେ ନିଖୋଜ ଅନ୍ୟ ଜଣେ ଶ୍ରମିକଙ୍କ ଗୋଟିଏ ହାତ ଓ ଶରୀରର କିଛି ଅଂଶ ମିଳିଥିବା ଜଣାପଡ଼ିଛି। ତେବେ ଏହା…

ନାଲକୋରେ ଭାଙ୍ଗିଲା ପାଚେରୀ: ୪ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୟକ୍ଷତି, ଗୋଟିଏ ଗାଁ ଅନ୍ଧାରରେ

ବଅଁରପାଳ,୨୭।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଲକ୍ଷ୍ମଣପୁର ଗଁ। ନିକଟରେ ତିଆରି ହୋଇଥିବା ନାଲକୋ ପାଚେରୀ ଶନିବାର ସକାଳୁ ଭାଙ୍ଗିଯାଇଛି। ଲଗାତାର ବର୍ଷା ହେବା ଯୋଗୁ ଏହି ପାଚେରୀ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତେବେ ଭାଙ୍ଗିଯାଇଥିବା ଏହି ପାଚେରୀ ଯୋଗୁ ନାଲକୋର ପ୍ରାୟ…

ଜରପଡା ଶିବ ମନ୍ଦିରରୁ ଚୋରି

ଛେଣ୍ଡିପଦା,୨୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଜରପଡା ଧବଳେଶ୍ବର ଶିବ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶିବ ମନ୍ଦିରରୁ ଦାନ ବାକ୍ସ ଭାଙ୍ଗି ସେଥିରୁ ଗହଣା ଓ ଟଙ୍କା ଚୋରି କରିନେଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ଗୋଟିଏ…

ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଅଧୀନ ୨୨ ଖଣ୍ଡ ଗ୍ରାମର ବାସିନ୍ଦା। ହେଲେ ସରକାରୀ ଉଦାସୀନତା ଓ…

କୋର୍ଟକୁ ମନ୍ଦିର ସହ ତୁଳନା କଲେ ପୀଡ଼ିତାଙ୍କ ମା’ ବାପା : ଏଭଳି ସବୁ ଦୋଷୀଙ୍କୁ ଫାଶୀ ମିଳୁ

ଅନୁଗୋଳ ଅଫିସ, ୨୭।୭ – ଅନୁଗୋଳ ସହର ଉପକଣ୍ଠରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନୁଗୋଳ କୋର୍ଟ ଦେଇଥିବା ଏହି ଦୃଷ୍ଟାନ୍ତମୂଳକ ରାୟ କାର୍ଯ୍ୟକାରୀ ହେଲେ ଏପରି ଅପରାଧ ହ୍ରାସ…

ସମନ୍ବୟ କମିଟି ସଚେତନତା ବୈଠକ : ଫାଇଲେରିଆମୁକ୍ତ ଜିଲା ଆହ୍ବାନ

ଢେଙ୍କାନାଳ ଅଫିସ, ୨୭।୭ – ଢେଙ୍କାନାଳକୁ ଫାଇଲେରିଆମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ହୋଇଛି ଜିଲା ସମନ୍ବୟ ବୈଠକ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା…

ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଓଡ଼ିଶାକୁ ୨୦ ପଦକ

ବଅଁରପାଳ, ୨୭।୭(ଡି.ଏନ.ଏ.) – ଚଳିତ ମାସ ୧୮ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ହରିୟାଣାର ରୋହତକ ସ୍ଥିତ ଏମ୍‌ଡିୟୁ ବିଶ୍ୱ ବିଦ୍ୟାଳୟରେ ସିନିୟର ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଆମେଚର କିକବକ୍ସିଂ ଆସୋସିଏଶନ ଓଡ଼ିଶାର ଖେଳାଳିମାନେ ସଫଳତା ହାସଲ କରିଛନ୍ତି। ୧୭…

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ…

ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୭।୭: ଅନୁଗୋଳ ସହର ଉପକଣ୍ଠରେ ଗତ ଜାନୁୟାରୀ ୨୦ରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଅନୁଗୋଳର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ପୋକ୍ସୋ ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ…

ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ମାମଲା:  ଅଭିଯୁକ୍ତଙ୍କୁ ୫ବର୍ଷ କାରାଦଣ୍ଡ

ଢେଙ୍କାନାଳ ଅଫିସ, ୨୬।୭-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ୨୦୧୫ରେ ଘଟିଥିବା ନାବାଳିକା ଛାତ୍ରୀ (୧୬ବର୍ଷ) ବଳାତ୍କାର ଘଟଣାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ରାଜକିଶୋର ମହାପାତ୍ର ମାମଲାର ଅଭିଯୁକ୍ତ ସୁଦାମ ସାହୁଙ୍କୁ ଦୋଷୀ ସାବ୍ୟସ୍ତ…

ଏନ୍‌ଏଚ୍‌ ଉପରେ ବର୍ଷାପାଣି ସୁଅ: ୨ ଘଣ୍ଟା ଯାତାୟାତ ବ୍ୟାହତ

କାମାକ୍ଷାନଗର, ୨୬ା୭(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ହୋଇଥିବା ଲଗାଣବର୍ଷାରେ କାମାକ୍ଷାନଗର ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥର ବାଇସିଙ୍ଗାଗଡ଼ାରେ ୨ଫୁଟ ପାଣି ଜମି ରହିଥିଲା। ଫଳରେ ୨ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବାଇସିଙ୍ଗା ନାଳ ଉପରେ ଥିବା ଉକ୍ତ ଗଡ଼ା ବ୍ରିଟିଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?