ସ୍କୁଲ ଆସିଲେନି ପିଲା, ବସି ବସି ଫେରିଲେ ଶିକ୍ଷକ
ବନ୍ତଳା, ୨୩।୭ (ଡି.ଏନ୍.ଏ.) ଅନୁଗୋଳ ଜିଲା ଅନ୍ତୁଳିଆ ପଞ୍ଚାୟତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ସୋମବାର କୌଣସି ଛାତ୍ରୀଛାତ୍ର ଆସି ନ ଥିଲେ। ସ୍କୁଲକୁ ଅଧିକ ୨ଜଣ ଶିକ୍ଷକ ନ ଦିଆଯିବା ପର୍ଯ୍ୟନ୍ତ ଅଭିଭାବକମାନେ ପିଲାଙ୍କୁ ଛାଡ଼ିବେ ନାହିଁ ବୋଲି ପୂର୍ବରୁ ଚେତାବନୀ…
ନୂତନ ଟାଟା ଅଲଟ୍ରା ଟି ୭ ବଜାରରେ
ଅନୁଗୋଳ ଅଫିସ, ୨୩।୭ ଟାଟା ମୋଟର୍ସ ପକ୍ଷରୁ ନୂଆ ଅଲଟ୍ରା ଟି ୭ର ଅନୁଗୋଳ ସହରରେ ବଜାର ପ୍ରବେଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଟାଟାମୋଟର୍ସର ଓଡ଼ିଶା ମୁଖ୍ୟ ଅଭିଶେକ ଗୁପ୍ତା, ପ୍ରଡକ୍ଟ ମ୍ୟାନେଜର ଦୀପଙ୍କର ପାଣ୍ଡେ,…
ତାଳଚେରରେ ସୁଧୁରୁନି ବିଦ୍ୟୁତ୍ ସେବା
ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି। ହେଲେ ଏହାର ସମାଧାନ କରାଯାଉ ନ ଥିବାରୁ ତାଳଚେର ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାମାନେ ଅକଥନୀୟ…
ଶୋଇଥିବା ବେଳେ କାମୁଡ଼ିଲା ଚିତି ସାପ, ଶିଶୁକନ୍ୟା ମୃତ
ଛେଣ୍ଡିପଦା,୨୨।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମରେ ସୋମବାର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଶିବୁ ବେହେରାଙ୍କ ଦେଢ଼ ବର୍ଷର ଝିଅ ରାନୀ। ଶିବୁ ଏବଂ ତାଙ୍କ ପରିବାର ରବିବାର ରାତିରେ ଶୋଇଥିବା…
ଜରପଡ଼ାକୁ ବ୍ଲକ ମାନ୍ୟତା ଦାବି; ଆଞ୍ଚଳିକ ବିକାଶ ପରିଷଦର ଆନ୍ଦୋଳନ ଚେତାବନୀ
ଛେଣ୍ଡିପଦା,୨୨।୭(ଡି.ଏନ.ଏ.) ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡାକୁ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଜରପଡା ଆଞ୍ଚଳିକ ବିକାଶ ପରିଷଦ। ଏ ନେଇ ଆଞ୍ଚଳିକ ବିକାଶ ପରିଷଦ ସଭାପତି ତଥା ପୂର୍ବତନ ସରପଞ୍ଚ ନାରାୟଣ ସାହୁଙ୍କ ଆବାହକତ୍ୱରେ ରବିବାର ଏକ…
ଛେଣ୍ଡିପଦାରେ ଗ୍ରୀଷ୍ମପ୍ରବାହ ଜାରି: ଅଟକିଛି ଚାଷ, ମରୁଡ଼ି ଆଶଙ୍କା
ଛେଣ୍ଡିପଦା,୨୨ା୭(ଡି.ଏନ.ଏ.) ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଜୁଲାଇ ଆରମ୍ଭରୁ ସ୍ବଳ୍ପ ବର୍ଷା ପରେ ଆଉ ବର୍ଷାର ନାଁ ଗନ୍ଧ ନାହିଁ। ଲଗାତର ୧୫ ଦିନ ହେଲାଣି ପ୍ରବଳ ଖରା ଯୋଗୁ…
ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର ବୈଠକ: ‘ଚାଷୀ ବିକାଶ ନେଇ ସଂଗ୍ରାମ ଜାରି ରହିବ’
ବଅଁରପାଳ, ୨୨।୭(ଡି.ଏନ୍.ଏ.) ନାଲ୍କୋ ଏମ୍ପ୍ଲୋଇଜ ଶ୍ରମିକ ସଂଘ କାର୍ଯ୍ୟାଳୟଠାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୁବ ଶାଖାର ସଭାପତି ସତ୍ୟବ୍ରତ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ଯୁବ ଶାଖାର ରାଜ୍ୟ…
ହଣ୍ଡପା ରେଞ୍ଜରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ
ବଇଣ୍ଡା,୨୧।୭(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ରାଇନାଳୀ, ହେମାମୁରା, ବାତ୍ରାଖୋଳ, ଲକ୍ଷ୍ମୀପୁର, ଟେଣ୍ଟୁଲୀ ଗ୍ରାମ ଗୁଡ଼ିକରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ହାତୀପଲ ଗ୍ରାମାଭିମୁଖୀ ହୋଇ ଫସଲ ନଷ୍ଟ କରୁଛନ୍ତି। ବିଶେଷ କରି…
ଛେଣ୍ଡିପଦାରେ ବିଚାର ବିଭାଗୀୟ ଅଦାଲତ ଉଦ୍ଘାଟିତ: ମହିକିଲଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ
ଛେଣ୍ଡିପଦା,୨୧।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦରମହକୁମାରେ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦେୱାନୀ ବିଚାରପତି (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରବିବାର ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ବିଚାରପତି…
ଅଧିକ ମଦ ବିକିଲେ ପୁରସ୍କାର ପ୍ରସ୍ତାବ: ଅଭିଜ୍ଞତା ନୁହେଁ ଅପରିପକ୍ୱତା
ବଅଁରପାଳ, ୨୧ା୭ (ଡି.ଏନ.ଏ.)- ଜରାଟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦୀପ ଓ ବିହାର ପରି ଗୋଟିଏ ପରେ ଗୋଟିଏ ରାଜ୍ୟ ମଦକୁ ନିଷେଧ କରିଥିବା ବେଳେ ଓଡ଼ିଶା ସରକାର ଏହାର ବିପରୀତ କାର୍ଯ୍ୟ କରିବା, ସର୍ବୋପରି ଅବକାରୀ ବିଭାଗ ଷ୍ଟାଣ୍ଡିଂ କମିଟି ଅଧିକ…
ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୫ ଘଡ଼ିଆଳ
ବନ୍ତଳା, ୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ଶୁକ୍ରବାର ଅପରାହ୍ନରେ ୫ଟି ଘଡିଆଳ କୁମ୍ଭୀର ଛଡାଯାଇଛି। ଏହି କୁମ୍ଭୀରଗୁଡିକୁ ନନ୍ଦନକାନନରୁ ସେଠାକୁ ନିଆଯାଇଛି। ଘଡ଼ିଆଳଙ୍କ ଗତିବିଧି ଜାଣିବା ପାଇଁ ସ୍ବତନ୍ତ୍ର ଭାବରେ ୫ଟି ଟ୍ରାନ୍ସମିଟର ଲଗାଯାଇଛି। ପ୍ରଧାନ…
କେନାଲ କାମକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା: କାମ ବନ୍ଦ କରାଇଲେ କ୍ଷତିଗ୍ରସ୍ତ
ଛେଣ୍ଡିପଦା,୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡିଆ ସଜରାସାହିରୁ ପୁରୁଣାଗଡ ଲମ୍ବିଥିବା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ କାମକୁ ନେଇ ଶନିବାର ଉତ୍ତେଜନା ଦେଖାଦେଇଛି। ପ୍ରକଳ୍ପ ବେଳେ କ୍ଷତିଗ୍ରସ୍ତ ହୋଇଥିବା ବାଗେଡିଆ ଗ୍ରାମର ଲୋକେ ଏହାକୁ ବିରୋଧ କରି…

