ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ଅଧୀନ ୨୨ ଖଣ୍ଡ ଗ୍ରାମର ବାସିନ୍ଦା। ହେଲେ ସରକାରୀ ଉଦାସୀନତା ଓ ପ୍ରଶାସନିକ ଅବହେଳା ଯୋଗୁ ଅନିଶ୍ଚିତତାରେ ଝୁଲି ରହିଛି ଧଉରାଗୋଠ ଜଳସେଚନ ପ୍ରକଳ୍ପ। ଅର୍ଥ ବରାଦ ସତ୍ତ୍ୱେ ୩ ଦଶନ୍ଧିର ପ୍ରସ୍ତାବିତ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରିବା ପରିତାପର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ଚାଷୀ। ଏ ନେଇ ଗୁରୁବାର ଏକ ପ୍ରତିନିଧି ଦଳ ଆଠମଲ୍ଲିକ ଉପଜିଲାପାଳଙ୍କୁ ଭେଟି ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଧଉରାଗୋଠ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କିଶୋରନଗର ବ୍ଲକର ଗୋଟିଏ ଏବଂ ଆଠମଲ୍ଲିକ ବ୍ଲକ ଅଧୀନ ୪ ପଞ୍ଚାୟତର ଚାଷୀ ଉପକୃତ ହେବେ। ଏଥିପାଇଁ ୧୯୮୩ରୁ ସର୍ଭେ ଶେଷ ହୋଇଛି। ୨୦୦୭ରେ ପ୍ରକଳ୍ପ ଲାଗି ରାଜ୍ୟ ସରକାର ୬୬କୋଟି ୬୩ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିଲେ। ତେବେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଫଳରେ ଧଉରାଗୋଠ, ଦାମୋଦରପୁର, କରଡାବାହାଳି, କୁର୍ତ୍ତିବାସପୁର, ବନମାଳିପୁର, ବାଲିପଟା, ମନ୍ଦରବାହାଳ, ବରପଦା, ତେନ୍ତୁଳିପଦର, ଖଡଗବାହାଳ, ଜରପଡା, ଆମ୍ବଦର, ବରପାଲି, କୁରୁମଟାପ, ଗୁଣ୍ଡୁରିଖୋଳି, ନୂଆବରପାଲି, ଗୁଣ୍ଡୁରି, ଗରୁଡ, ଦାମବାହାଳି, ଫୁଲୁରିବଣିଆ, ପଟାପଥର, ପେଡିପଥର ଗ୍ରାମର ୯ହଜାର ଏକରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ପାଣି ସୁବିଧା ହୋଇପାରି ନାହିଁ।
ଏ ସମ୍ପର୍କରେ ମାନଜୋର ଜଳସେଚନ ପ୍ରକଳ୍ପ ନିର୍ବାହୀ ଅଧିକାରୀ ଇଂ. ସନାତନ ପାତ୍ର କହିଛନ୍ତି, ଏହି ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ବିଭାଗ ଅନୁମତି ମିଳିପାରୁ ନାହିଁ। ଏହା ଛଡା ୮ଟି ବିସ୍ଥାପିତ ଗ୍ରାମର ଗ୍ରାମ୍ୟ କମିଟି ମଧ୍ୟ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସହମତି ପ୍ରଦାନ କରୁନାହାନ୍ତି। ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ କହିଛନ୍ତି, ଜଳସମ୍ପଦ ବିଭାଗକୁ ଏ ନେଇ ଦାବିପତ୍ର ପ୍ରଦାନ କରାଯିବ। ଏହି ପ୍ରତିନିଧି ଦଳରେ ଉପଦେଷ୍ଟା ତୀର୍ଥବାସୀ ଭୋଇ, ସଭାପତି ନିର୍ମଳ ନାୟକ, ଗୋକୁଳା ସାହୁ, ଦାଶରଥି ନାୟକ, ଅଗସ୍ତି ସାହୁ, ଅନନ୍ତଚରଣ ସାହୁ ପ୍ରମୁଖ ସାମିଲ ଥିଲେ। ତୁରନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଧଉରାଗୋଠ ଜଳସେଚନ ଯୋଜନା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri