ଅନୁଗୋଳ

ଚାଷ ଜମିକୁ ମିଳୁନି ସମଲ ପାଣି: ବ୍ୟାରେଜ ଉପରୁ ଆତ୍ମହତ୍ୟା ଚେତାବନୀ

କଣିହାଁ,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ସମଲ ବ୍ୟାରେଜରୁ ଜମିକୁ ପାଣି ମିଳୁ ନ ଥିବା ପ୍ରତିବାଦରେ କଂଗ୍ରେସ ଯୁବନେତା ତଥା ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ବେହେରା ମଙ୍ଗଳବାର ବ୍ୟାରେଜ ଗେଟ୍‌ ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଖବରପାଇ…

ପଶିଆସିଛନ୍ତି ୧୫ ହାତୀ, ଲୋକେ ଆତଙ୍କିତ

ବଅଁରପାଳ, ୩୧।୭ (ଡି.ଏନ୍‌.ଏ.)-ବଅଁରପାଳ ବ୍ଲକ ମହୀଧରପୁର ଅଞ୍ଚଳକୁ ପଶି ଆସିଥିବା ଏକ ହାତୀପଲକୁ ନେଇ ମହୀଧରପୁର, ତଳମୂଳ, କାଳିହୁଣ୍ଡି, କୁରୁମିଠା, ମାଧିଆପଶି ଆଦି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ପଲରେ ୩ ଛୁଆ ହାତୀ ଥିବା ଖବର ପାଇ ହିନ୍ଦୋଳ…

ବଢୁଛି ଚୋରି: ସାହି ଜଗିବ ଠେଙ୍ଗା

ବନ୍ତଳା,୩୧।୭(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଛି। ପୋଲିସ ଗ୍ରାମାଞ୍ଚଳବାସଙ୍କ ଧନଜୀବନ ରକ୍ଷା ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଗଁା ଲୋକେ ଏଣିକି ନିଜେ ରାତି ଉଜାଗର ହୋଇ ସାହି ଜଗିବାକୁ ବିଭିନ୍ନ ସ୍ଥାନରେ ବୈଠକ…

ସ୍ତ୍ରୀଙ୍କୁ ମାରି କୂଅରେ ପକାଇବା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୩୦।୭:୨୦୧୬ ମସିହା ନଳଚନ୍ଦ୍ରପୁର ଗାଁରେ ଘଟିଥିବା ନବବଧୂ ହତ୍ୟା ଘଟଣାରେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ହତ୍ୟାକାରୀ ସ୍ବାମୀକୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ…

ନାବାଳିକାଙ୍କୁ ଚିକିତ୍ସାରେ ଅବହେଳା ଅଭିଯୋଗ ଘଟଣା:ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସହରବାସୀ

ଅନୁଗୋଳ ଅଫିସ, ୩୦।୭ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ଶୁକ୍ରବାର ଜଣେ ୧୦ ବର୍ଷିୟା ବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ନ ଦେଇ ପେଡିଆଟ୍ରିକ୍‌ ୱାର୍ଡରେ କାର୍ଯ୍ୟରତ ଦିଦି କବାଟ କିଳି ଶୋଇପଡିବା ଏବଂ ଜଣେ ମହିଳା ସୁରକ୍ଷା କର୍ମୀ ଚିକିତ୍ସା…

ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.) ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର ଗସ୍ତରେ ଆସିଥିଲେ। ପୂର୍ବାହ୍ନ ସାଢେ ୧୦ଟାରେ ସେ ଭରତପୁର କୋଇଲା ଖଣିର ଦୁର୍ଘଟଣାସ୍ଥଳ ପରିଦର୍ଶନ…

ସମସ୍ୟା ଘେରରେ ତାମଡ଼ା ବଜାର:କାଦୁଅ ପାଣିରେ ଚାଲିଛି କିଣାବିକା

ବଅଁରପାଳ, ୩୦।୭(ଡି.ଏନ.ଏ.)ଅନୁଗୋଳ ଜିଲା ବଅଁରପାଳଠାରେ ଥିବା ତାମଡ଼ା ବଜାରରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଏଠାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଥିବାବେଳେ ମରାମତି ଅଭାବରୁ ସେଗୁଡ଼ିକ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏକଦା ସହରବାସୀଙ୍କୁ ଆକୃଷ୍ଟ କରୁଥିବା ଉକ୍ତ ପାର୍କକୁ ଏବେ ଲୋକେ…

ନାଲ୍‌କୋରେ ବି ସମଦଶା

ବଅଁରପାଳ, ୩୦।୭(ଡି.ଏନ.ଏ.)-ତାଳଚେରଠାରେ ଭରତପୁର କୋଇଲା ଖଣି ଦୁର୍ଘଟଣାର ପ୍ରଭାବ ନାଲ୍‌କୋ ପ୍ଲାଣ୍ଟରେ ମଧ୍ୟ ପଡିଛି। ନବରନତ୍ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋରେ ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ୧୨ଶହ ମେଗାୱାଟ ବିଶିଷ୍ଟ ନାଲ୍‌କୋ ସିପିପିରେ ୧୦ଟି ୟୁନିଟ…

ଏନ୍‌ଟିପିସିରେ ଘୋର କୋଇଲା ସଙ୍କଟ

ତାଳଚେର, ୩୦ା୭ (ନି.ପ୍ର.) ଅନୁଗୋଳ ଜିଲା କଣିହାଁ ସ୍ଥିତ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଭରତପୁର କୋଇଲା ଖଣିଠାରେ ଅତଡା ଖସିବା ଘଟଣା ପରେ ଗତ ୨୫ ତାରିଖରୁ ସମସ୍ତ ଖଣି ବନ୍ଦ ରହିଛି।…

କୋର୍ଟ ରୁମ୍‌ରେ ଧସେଇ ପଶିଲେ ଲୋକେ

ଅନୁଗୋଳ ଅଫିସ, ୩୦।୭ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ କୋର୍ଟରୁମ୍‌ରେ ସୋମବାର ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଶିବିର ଆରମ୍ଭ ହେବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ବର୍ଷା ସତ୍ତ୍ୱେ ଲୋକେ ସେମାନଙ୍କ ଅଭିଯୋଗ…

ରୋଟାରୀ କ୍ଲବ ଅନୁଗୋଳ ରୟାଲର ଅଧିଷ୍ଠାନ ଉତ୍ସବ:ସମାଜ ସେବା ବିସ୍ତାରିତ କରିବାକୁ ଆହ୍ବାନ

ଅନୁଗୋଳ ଅଫିସ, ୩୦।୭ଅନୁଗୋଳ ରୋଟାରୀ କ୍ଲବ ରୟାଲର ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ହୋଟେଲ କମଲେଶ କଣ୍ଟିନେଣ୍ଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ପ୍ରଭାତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲା ଗଭର୍ନର ରବି ନାରାୟଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?