କୋର୍ଟକୁ ମନ୍ଦିର ସହ ତୁଳନା କଲେ ପୀଡ଼ିତାଙ୍କ ମା’ ବାପା : ଏଭଳି ସବୁ ଦୋଷୀଙ୍କୁ ଫାଶୀ ମିଳୁ

ଅନୁଗୋଳ ଅଫିସ, ୨୭।୭ – ଅନୁଗୋଳ ସହର ଉପକଣ୍ଠରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନୁଗୋଳ କୋର୍ଟ ଦେଇଥିବା ଏହି ଦୃଷ୍ଟାନ୍ତମୂଳକ ରାୟ କାର୍ଯ୍ୟକାରୀ ହେଲେ ଏପରି ଅପରାଧ ହ୍ରାସ କ୍ଷେତ୍ରରେ ତାହା ସହାୟକ ହେବ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି ଯେ, ଏବେ ବି ନ୍ୟାୟିକ ବ୍ୟବସ୍ଥା ତାହାର ଗରିମା ବଜାୟ ରଖିଛି। ଅନେକ ସମୟରେ ବିଳମ୍ବିତ ବିଚାରକୁ ନେଇ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ତୁଟିଯାଉଥିବା ବେଳେ ଅନୁଗୋଳ କୋର୍ଟଙ୍କ ଏହି ତ୍ୱରିତ ରାୟ ସେହି ଭରସାକୁ ପୁଣି ଫେରାଇ ଆଣିବା ଦିଗରେ ଏକ ଆଶା ସୃଷ୍ଟିକରିଛି। ଲୋକଙ୍କ ସହିତ ନ୍ୟାୟାଳୟ ଯେ ସର୍ବଦା ରହିଛି ତାହା ଏହି ମାମଲାରୁ ସ୍ପଷ୍ଟ ହୋଇଛି। ମୃତା ନାବାଳିକାଙ୍କ ମା’ ବାପା ମଧ୍ୟ ରାୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ନ୍ୟାୟାଳୟକୁ ମନ୍ଦିର ସହ ତୁଳନା କରିବା ସହ ଏଭଳି ଘଟଣା ଭିଆଉଥିବା ପ୍ରତ୍ୟେକ ଅପରାଧୀଙ୍କୁ କୋର୍ଟ ଫାଶୀ ଦଣ୍ଡ ପ୍ରଦାନ କଲେ ଅପରାଧ ହ୍ରାସ ପାଆନ୍ତା ବୋଲି କହିଛନ୍ତି। ନାବାଳିକାଙ୍କ ବାପା କହିଛନ୍ତି, ଏହି ରାୟ ନର ରାକ୍ଷସ ସାଜୁଥିବା ଲୋକଙ୍କ ପାଇଁ ଉଚିତ ଦଣ୍ଡ ହେବ। ଏଭଳି ତ୍ୱରିତ ବିଚାର କରାଯାଇ ଦଣ୍ଡ ଘୋଷଣା ହେଲେ ଅପରାଧ ଘଟାଇବାକୁ ଯେ କେହି ଭୟ କରିବ। ତେବେ ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ଯାଇ ତାଙ୍କ ନାବାଳିକା ଝିଅର ଆତ୍ମା ଶାନ୍ତି ପାଇବ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ନାବାଳିକାଙ୍କ ମା’ କହିଛନ୍ତି, ଝିଅକୁ ସିନା ନର ରାକ୍ଷସ ଛଡ଼ାଇ ନେଲା ହେଲେ ତା’ ପରି ଅନ୍ୟ କୁନି ଝିଅମାନଙ୍କ ଜୀବନ କୋର୍ଟ ବଞ୍ଚାଇ ଦେଲେ। ସେହିପରି ଏହି ମାମଲାରେ ଅନୁଗୋଳ ପୋଲିସ ପ୍ରଶାସନ ଯେପରି ତତ୍ପରତା ଦେଖାଇଲା ତାହାକୁ ମଧ୍ୟ ସହରବାସୀ ପ୍ରଶଂସା କରିଛନ୍ତି। ଏପରି ଅନ୍ୟ ମାମଲାଗୁଡ଼ିକୁ ପୋଲିସ ଗୁରୁତ୍ୱ ଦେଲେ ଲୋକଙ୍କ ଭରସା ଜିତିପାରନ୍ତା ବୋଲି ଲୋକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri