ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ ଗୃହରେ ପାଠପଢ଼ା

ବଇଣ୍ଡା,୨୮।୭(ଡି.ଏନ.ଏ.)ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା। ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ଯୋଗୁ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ବିପଦସଙ୍କୁଳ ଶ୍ରେଣୀଗୃହରେ ବସି ପିଲାମାନେ ପାଠ ପଢୁଥିବାବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏ ସଂକ୍ରାନ୍ତରେ ଅଭିଭାବକମାନେ ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।


ଅଭିଯୋଗପତ୍ରରେ ଦର୍ଶାଯାଇଛି, ୧୯୫୩ରେ ଗ୍ରାମବାସୀଙ୍କ ଉଦ୍ୟମରେ ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୮୭ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଠାରେ ଥିବା ୫ଟି କୋଠରି ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଗୋଟିଏ ଛାତ ଘରର ରଡ୍‌ ବାହାରି ପଡିଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଉ ନ ଥିବାରୁ ଉକ୍ତ ବିପଦସଙ୍କୁଳ ଗୃହ ଓ ଅନ୍ୟ ଏକ କୋଠରିରେ ୮ଟି ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ବସି ପାଠ ପଢିବା କଷ୍ଟକର ହେଉଛି। ସେହିପରି ଅନ୍ୟ କୋଠରିକୁ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ ୮ଟି ଶ୍ରେଣୀ ପାଇଁ ଏଠାରେ ମାତ୍ର ୨ ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। ତୁରନ୍ତ ୪ଟି ନୂତନ ଶ୍ରେଣୀଗୃହ ନିର୍ମାଣ, ଶିକ୍ଷକ ନିଯୁକ୍ତି କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କମିଟି ସଭାପତି ଅଶ୍ୱିନୀ କୁମାର ପ୍ରଧାନ, ବୈରାଗୀ ନାୟକ, ତିଳୋତ୍ତମା ଦେହୁରୀ, ଦୁଃଖବନ୍ଧୁ କୁଦେଇ, ବଳରାମ ପ୍ରଧାନ, ଶ୍ରୀପତି ସାହୁ, ସୁକାନ୍ତି ସାହୁ, ବିକ୍ରମ ଗାଇଗରିଆ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ପ୍ରଧାନଶିକ୍ଷକ ରୋହିତ କୁମାର ଦେହୁରୀ କହିଛନ୍ତି, ଶ୍ରେଣୀଗୃହ ନିର୍ମାଣ ପାଇଁ ବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

ଅନୁଗୋଳ ଜିଲାରେ ୧୬୫ ବୁଥ୍‌ ସମ୍ବେଦନଶୀଳ

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମହମ୍ମଦ ଅବଦଲ ଅଖତାର ରବିବାର...

ଅନୁଗୋଳରେ ବିଗୁଡୁଛି ଆଇନଶୃଙ୍ଖଳା ସ୍ଥିତି

ଅନୁଗୋଳ, ୧୩।୩ (ଅମିତ କୁମାର ସାମଲ): ଅନୁଗୋଳ ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri