ରାତିରେ କବାଟ କିଳି ଶୋଇପଡ଼ିଲେ ଦିଦି: ସୁରକ୍ଷାକର୍ମୀ ଦେଲେ ଚିକିତ୍ସା ପରାମର୍ଶ

ଅନୁଗୋଳ ଅଫିସ, ୨୮।୭ – ମୃତଦେହରୁ ଆଖି ଗାଏବ ଚର୍ଚ୍ଚାର ଅନ୍ତ ନ ହେଉଣୁ ପୁଣି ବିବାଦରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଶୁକ୍ରବାର ରାତିରେ ମେଡିକାଲର ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୦ ବର୍ଷୀୟା ବାଳିକାଙ୍କ ଆବଶ୍ୟକ ଚିକିତ୍ସା ନ କରି ଡ୍ୟୁଟିରେ ଥିବା ଜନୈକା ଦିଦି କବାଟ କିଳି ଶୋଇପଡ଼ିବା ଓ ସେଠାରେ ଥିବା ମହିଳା ସୁରକ୍ଷା କର୍ମୀ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେବା ନେଇ ସିଡିଏମ୍‌ଓଙ୍କ ନିକଟରେ ଅଭିଯୋଗ ହୋଇଛି।
ସହରର ଗୀତାଗ୍ରାମରେ ରହୁଥିବା ସାବିତ୍ରୀ ରାଉତ ଅଭିଯୋଗ କରିଛନ୍ତି ଯେ, ଟାଇଫଏଡ୍‌ରେ ଆକ୍ରାନ୍ତ ଝିଅ ଅଂଶିକା ରାଉତର ଚିକିତ୍ସା ପାଇଁ ସେ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ। ରାତି ପ୍ରାୟ ୯ଟାରେ ଝିଅକୁ ଆଡମିଶନ କରିବା ପରେ ବେଡ୍‌ ନ ମିଳିବାରୁ ୫ମ ମହଲାରେ ଥିବା ଏକ କ୍ୟାବିନ୍‌ ନେଇଥିଲେ। ସେଠାରେ ଥିବା ଦିଦିମାନେ ଅଂଶିକାଙ୍କୁ ସାଲାଇନ୍‌ ଓ ଇଞ୍ଜେକସନ ଦେଇଥିଲେ। ରାତି ପ୍ରାୟ ୧୧ଟାରେ ସାଲାଇନ୍‌ ସରିଯିବାରୁ ସେ ନିଜେ ଯାଇ ଦାୟିତ୍ୱରେ ଥିବା ଦିଦିଙ୍କୁ ଏହା କହିଥିଲେ। ଜବାବରେ ଦିଦି କହିଥିଲେ, ସାଲାଇନ୍‌ ଦିଆଯାଇ ସାରିଥିବାରୁ ଘଣ୍ଟାଏରୁ ଦୁଇଘଣ୍ଟା ମଧ୍ୟରେ ଜ୍ୱର କମିଯିବ। ହେଲେ ରାତି ପ୍ରାୟ ୨ଟାରେ ଝିଅ ଦେହରେ ଭୀଷଣ ତାତି ଦେଖି ସେ ପୁଣି ଦିଦିଙ୍କ କକ୍ଷକୁ ଯାଇ ଡାକିଥିଲେ। ହେଲେ କବାଟ କିଳି ଶୋଇଥିବା ଦିଦି କବାଟ ଖୋଲି ନ ଥିଲେ। ଜୋର୍‌ରେ ଡାକିବା ପରେ ବିଶ୍ରାମ କକ୍ଷରୁ ଜଣେ ମହିଳା ସୁରକ୍ଷାକର୍ମୀ ବାହାରି ଦିଦି ନିଦରେ ଶୋଇଛନ୍ତି, ଡାକି ହେବନି ବୋଲି କହିବା ସହ ଶିଶୁ ମୁଣ୍ଡରେ ଓଦା କପଡ଼ା ପକାଇ ମୁହଁକୁ ପୋଛାପୋଛି କରୁଥାଅ ବୋଲି ପରାମର୍ଶ ଦେଇଥିଲେ। ଶେଷରେ ବାଧ୍ୟ ହୋଇ ସେ ମହିଳା ସୁରକ୍ଷା କର୍ମୀଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଭୋର ସମୟରେ ଝିଅ ବେଶୀ ଅସ୍ତବ୍ୟସ୍ତ ହେବାରୁ ପୁଣି ଦିଦିଙ୍କୁ ଡାକିଥିଲେ ମଧ୍ୟ ସେ ନ ଆସି ଡାକ୍ତର ଆସିବା ପରେ ଚିକିତ୍ସା ହେବ ବୋଲି କହିଥିଲେ। ଝିଅର ଅବସ୍ଥା ବିଗୁଡ଼ୁ ଥିବା ଦେଖି ସେ ବିଳମ୍ବ ନ କରି ଝିଅକୁ ଭୁବନେଶ୍ୱରସ୍ଥିତ ଏମ୍‌ସ ନେଇ ଆସିଥିଲେ। ତେବେ ଭୁବନେଶ୍ୱର ଆସିବା ପୂର୍ବରୁ ସେ ସିଡିଏମ୍‌ଓଙ୍କୁ ଅଭିଯୋଗ କରିବାକୁ ଏକ ଅଭିଯୋଗପତ୍ର ଜଣେ ସମ୍ପର୍କୀୟଙ୍କ ହାତରେ ଧରାଇ ଦେଇଥିଲେ ବୋଲି ସାବିତ୍ରୀ ପ୍ରକାଶ କରିଛନ୍ତି।
ଅଭିଯୋଗ ସମ୍ପର୍କରେ ସିଡିଏମ୍‌ଓ ପ୍ରତାପ କୁମାର ବେହେରା କହିଛନ୍ତି, ପେଡିଆଟ୍ରିକ୍‌ ୱାର୍ଡ ଅତ୍ୟନ୍ତ ସମ୍ବେନ୍ଦନଶୀଳ। ଶୁକ୍ରବାର ରାତିରେ ସେଠାରେ କାର୍ଯ୍ୟରତ ଦିଦି ଓ ମହିଳା ସୁରକ୍ଷା କର୍ମଚାରୀଙ୍କ ରେଜିଷ୍ଟର ମଗାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ଝୁଲିଲା ଅନୁଗୋଳ, ତାଳଚେର, ଆଠମଲ୍ଲିକ

ଅନୁଗୋଳ, ୨୮ା୩ (ଅମିତ କୁମାର ସାମଲ)ବିଜୁ ଜନତା ଦଳ ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ...

ରାସ୍ତା ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ଚାଲୁଛି ପରିବା ବଜାର

ବଅଁରପାଳ/ଅନୁଗୋଳ,୨୫ା୩(ଅମିତ କୁମାର ସାମଲ): ବଅଁରପାଳ ବ୍ଲକ କୁଲା଼ଡ ଏଫ୍‌ସିଆଇ ଛକରୁ ନାଲ୍‌କୋ ସିପିପିକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଖରେ ଚାଲିଛି ପରିବା ବଜାର। କରୋନା...

ଲୁଚାଚୋରାରେ ଘରୋଇ ଜାଗାରେ ପଡ଼ୁଛି ଅଳିଆ

ଅନୁଗୋଳ, ୨୨ା୩ (ଅମିତ କୁମାର ସାମଲ): ଅନୁଗୋଳ ସହରରୁ ବାହାରୁଥିବା ଆବର୍ଜନା କେଉଁଠାରେ ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ଏଯାଏ ସମାଧାନ ହୋଇପାରୁ...

ରାଜନୈତିକ ସମୀକରଣ ଦେଖି ରଣନୀତି

ଆଠମଲ୍ଲିକ,୨୨।୩(ଉଦୀପ୍ତ ପୁରୋହିତ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ସାଧାରଣରେ ବହୁ ଆଲୋଚନା ଚାଲିଛି। ଅନୁଗୋଳ ଜିଲାର ୫ଟି ବିଧାନସଭା...

ଜଙ୍ଗଲ ନିଆଁ ଆୟତ୍ତ କଲେ ଗାଁ ପିଲା

ପାଲଲହଡ଼ା,୨୦ା୩ (ଦିବ୍ୟଜ୍ୟୋତି ଦାଶ): ଖେଳକୁଦ କରିବା ବୟସରେ ୭ ଜଣ ପିଲା ଦେଖାଇଛନ୍ତି ସାହସିକତା। ସଚେତନ ମଣିଷଙ୍କ ପରି ସେମାନେ ବୁଦ୍ଧି ଖଟାଇ ଜଙ୍ଗଲ ନିଅଁାକୁ...

ଅନୁଗୋଳରେ ୨୭, ୬୨୫ ନୂଆ, ୭, ୭୪୮ ବରିଷ୍ଠ ମତଦାତା

ଅନୁଗୋଳ, ୧୮ା୩ (ଅମିତ କୁମାର ସାମଲ): ଅନୁଗୋଳ ଜିଲାରେ ଥିବା ବିଧାନସଭା ଆସନ ଏବଂ ଢେଙ୍କାନାଳ ଓ ସମ୍ବଲପୁର ଲୋକ ସଭା ଅଧୀନରେ ଆସୁଥିବା ନିର୍ବାଚନମଣ୍ଡଳୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri