୭ ଶିକାରୀ ଗିରଫ: ହରିଣ ମାଂସ, ଚମଡ଼ା ଜବତ
ଅନୁଗୋଳ ଅଫିସ,୨୯।୭: ଅନୁଗୋଳ ସାତକୋଶିଆ ବାଘ୍ର ଅଭୟାରଣ୍ୟରେ ଥିବା ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ସୋମବାର ୭ଜଣ ଜନ୍ତୁ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୮.୫କିଗ୍ରା ହରିଣ ମାଂସ ଓ ଚମଡ଼ା ଜବତ କରାଯାଇଥିବା ସାତକୋଶିଆ ଡିଏଫ୍ଓ ରାମାସ୍ବାମୀ ସୂଚନା ଦେଇଛନ୍ତି।…
ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ୬ ଦିନ ପରେ ସିଏମ୍ଡିଙ୍କ ଘଟଣାସ୍ଥଳ ପରିଦର୍ଶନ
ତାଳଚେର,୨୯।୭(ନି.ପ୍ର.): ଭରତପୁର କୋଇଲା ଖଣିରେ ଦୁର୍ଘଟଣାର ୬ଦିନ ପରେ ସୋମବାର ଏମ୍ସିଏଲ୍ର ସିଏମ୍ଡି ବି.ଏନ୍. ଶୁକ୍ଳା ଭରତପୁର କୋଇଲାଖଣି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଶୁକ୍ଳା ଭରତପୁର ଖଣିରେ ପହଞ୍ଚି ଦୁର୍ଘଟଣାସ୍ଥଳ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ବୁଲି ଦେଖିଥିଲେ। ପରେ ଏମ୍ସିଏଲ୍ର…
କଣିହାଁ ଏନ୍ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍
ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ…
ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍ସିଏଲ୍ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ
ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ (ଏମ୍ସିଏଲ୍)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଇଲା ତଳେ ପୋତି ହୋଇ ରହିଥିବା ଆଉ ଜଣଙ୍କ…
ଶିକ୍ଷକ ଅଭାବ, ଶିକ୍ଷାଦାନରେ ଅବ୍ୟବସ୍ଥା; ଗୋଟିଏ ଶ୍ରେଣୀଗୃହରେ ୩ ଗୁଣା ପିଲା
ଅନୁଗୋଳ ଅଫିସ, ୨୯।୭: ଅନୁଗୋଳ ଜିଲାରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ଏହି ସମସ୍ୟା ଏବେ ପୂରା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେବାକୁ ବସିଛି।…
ଓଲଟିଲା ନାଇଟ୍ କୋଚ ବସ୍, ୨୫ ଆହତ
ବଇଣ୍ଡା, ୨୮ା୭(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିସ୍ଥିତ ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ନାଇଟ୍ କୋଚ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି। ଦୁର୍ଘଟଣାରେ ବସ୍ରେ ଥିବା ୨୫ ଜଣ ଯାତ୍ରୀ…
ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍, ୨୫ ଗୁରୁତର
ବଇଣ୍ଡା,୨୮।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି।…
ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ବିପଦସଙ୍କୁଳ ଗୃହରେ ପାଠପଢ଼ା
ବଇଣ୍ଡା,୨୮।୭(ଡି.ଏନ.ଏ.)ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ଗୋପୀନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଲାଗି ରହିଛି ବ୍ୟାପକ ଅବ୍ୟବସ୍ଥା। ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ଯୋଗୁ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ। ବିପଦସଙ୍କୁଳ ଶ୍ରେଣୀଗୃହରେ ବସି ପିଲାମାନେ ପାଠ…
ଆଇଏନ୍ଟିୟୁସିର ନୂତନ କର୍ମକର୍ତ୍ତା ନିଯୁକ୍ତି
ଅନୁଗୋଳ ଅଫିସ, ୨୮।୭ – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା (ଆଇଏନ୍ଟିୟୁସି)କୁ ଅନୁଗୋଳ ଜିଲାରେ ସୁସଙ୍ଗଠିତ କରିବା ପାଇଁ ନୂତନ ଶ୍ରମିକ ନେତା ନିଯୁକ୍ତ କରାଯାଇଛି। ଜିଲା ସଭାପତି ସୁଦୀପ ମିଶ୍ରଙ୍କ ସୁପାରିଶ କ୍ରମେ ଆଇଏନ୍ଟିୟୁସି ରାଜ୍ୟ ସଭାପତି ସତ୍ୟବ୍ରତ…
ରାତିରେ କବାଟ କିଳି ଶୋଇପଡ଼ିଲେ ଦିଦି: ସୁରକ୍ଷାକର୍ମୀ ଦେଲେ ଚିକିତ୍ସା ପରାମର୍ଶ
ଅନୁଗୋଳ ଅଫିସ, ୨୮।୭ – ମୃତଦେହରୁ ଆଖି ଗାଏବ ଚର୍ଚ୍ଚାର ଅନ୍ତ ନ ହେଉଣୁ ପୁଣି ବିବାଦରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଶୁକ୍ରବାର ରାତିରେ ମେଡିକାଲର ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୦ ବର୍ଷୀୟା ବାଳିକାଙ୍କ ଆବଶ୍ୟକ…
‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’
ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି। କେବେଠୁ ତାଙ୍କର ସ୍ବର୍ଗାବାସ ହୋଇସାରିଛି। ସେ ଥିଲେ ନିଶ୍ଚିତ ଏହି ଖୁସି ଦ୍ୱିଗୁଣିତ ହୋଇଥାନ୍ତା…
ଷ୍ଟେଶନ ଲିଭ୍ ନ ନେଇ ଜିଲା ଛାଡ଼ିଛନ୍ତି ବହୁ ଅଧିକାରୀ: ବୈଠକରେ ନ ପାଇ ବିରକ୍ତ ହେଲେ ଜିଲାପାଳ
ଅନୁଗୋଳ ଅଫିସ, ୨୮।୭ – ମାସର ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଥିଲେ ବି ପ୍ରଥମାର୍ଦ୍ଧ ଅର୍ଥାତ୍ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଜିଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରେ ରହିବେ। ଏହି ଦୁଇଘଣ୍ଟାରେ ସେମାନେ ନିଜ ନିଜ ବିଭାଗର ଉନ୍ନୟନ କାର୍ଯ୍ୟର ରୂପାୟନ…

