ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା
ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ)…
ଖାଁ ଖାଁ ଗୋତମରା ଗାଁ
ବଅଁରପାଳ, ୩୧ା୧୦(ଡି.ଏନ.ଏ.) ପ୍ରତିବର୍ଷ ପରି ବାର୍ଷିକ ପୂଜାରେ ଚଳଚଞ୍ଚଳ ହେବନି ବଅଁରପାଳ ବ୍ଲକ ଗୋତମରା ଗ୍ରାମର ମା’ ବ୍ରହ୍ମାୟଣୀଙ୍କ ପୀଠ। ବସିବନି ଦୋକାନ ବଜାର କି ଜମିବନି ଶ୍ରଦ୍ଧାଳୁଙ୍କ ଭିଡ଼। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନି। ନିରାଡମ୍ବରରେ କେବଳ ବିଧି…
ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି
ଅନୁଗୋଳ ଅଫିସ, ୩୧।୧୦ – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବରୁ ସହରରେ ଥିବା ଏକମାତ୍ର ଇନ୍ଡୋର ହଲ୍ ଜୀରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଏପରି କି…
ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା
କଣିହାଁ,୩୦ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ବଜ୍ରକୋଟ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ରେଙ୍ଗାଳି ଥାନା ବଜ୍ରକୋଟ ଗ୍ରାମର ମାୟାଧର ବେହେରା(୫୫)। ମାୟାଧର ଆଜି ସକାଳେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ…
ମେ’ ରୁ ଜୁଲାଇ ହ୍ରାସ, ଅଗଷ୍ଟରୁ ବୃଦ୍ଧି
ଅନୁଗୋଳ ଅଫିସ, ୨୯ା୧୦: କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚରୁ ଲକ୍ଡାଉନ୍ ହୋଇଥିଲେ ମଧ୍ୟ ଅନୁଗୋଳ ବିଳମ୍ବରେ କୋଭିଡ୍ ସଂକ୍ରମିତ ଜିଲା ତାଲିକାରେ ସାମିଲ ହୋଇଥିଲା। ମେ’ ୧୦ ତାରିଖରେ ପ୍ରଥମ କରି ଏହି ଜିଲାରୁ ୧୫ଜଣ ପଜିଟିଭ୍ ଚିହ୍ନଟ ହେବା ପରେ…
ଚେକଡ୍ୟାମ ଗହିରାରୁ ମିଳିଲା ଶ୍ରମିକଙ୍କ ମୃତଦେହ
ବନ୍ତଳା,୨୮।୧୦(ଡି.ଏନ୍.ଏ.): ଅନୁଗୋଳ ଥାନା ଅଧୀନ ନୂଆମୌଜା ପଞ୍ଚାୟତ ସରଧାପୁର ଗ୍ରାମରେ ଥିବା ଭାଲୁଖାଇ ନାଳ ଚେକଡ୍ୟାମ ଗହିରାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରାଜ ଦେହୁରୀ (୬୫)। ରାଜ୍ ଗ୍ରାମରେ ଶ୍ରମିକ ଭାବେ କାମ କରନ୍ତି।…
ବିଷାକ୍ତ ମଦ ପିଇ ୪ ମୃତ
ବନ୍ତଳା,୨୮ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗ୍ରାମରେ ବିଷାକ୍ତ ମଦ୍ୟପାନ ଯୋଗୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଅନିଲ ପଧାନ (୧୮), ଟୁକୁନା ପଧାନ (୨୫), ଶଶିକାନ୍ତ ଦେହୁରୀ (୩୦) ଓ…
ଅସୁବିଧା ଦୂର କରିବ ଅସ୍ଥାୟୀ ପୋଲ
ବନ୍ତଳା,୨୮ା୧୦(ଦିନେଶ ଦେହୁରୀ) – ପାହାଡ଼ତଳି ଗାଁକୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ। ନାଳ ଉପରେ ପୋଲଟିଏ ମଧ୍ୟ କରିନି ପ୍ରଶାସନ। ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ବର୍ଷ ବର୍ଷ ଧରି ଅସୁବିଧାର…
ପୂଜାରେ ଶୃଙ୍ଖଳା, ଭସାଣିରେ ବିଶୃଙ୍ଖଳା
ଅନୁଗୋଳ ଅଫିସ, ୨୮ା୧୦ – ପୂଜାକୁ ନେଇ ସରକାର କଟକଣା ଜାରି କରିଥିଲେ। ଆବଦ୍ଧ ମଣ୍ଡପରେ ମାତ୍ର ୭ଜଣଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। ସେହିପରି ବିନା ଶୋଭାଯାତ୍ରାରେ ଭସାଣି ପାଇଁ ନିର୍ଦ୍ଦେଶ ମଧ୍ୟ ରହିଥିଲା। ହେଲେ ଅନୁଗୋଳରେ ପୂଜା…
ଟ୍ରକ୍କୁ ପଛରୁ ପିଟିଲା ଆଉ ଏକ ଟ୍ରକ୍: ଚାଲିଗଲା ୨ ଜୀବନ
ଛେଣ୍ଡିପଦା,୨୫।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଭାଗୀରଥିପୁର ନିକଟସ୍ଥ ଏକ ଢାବା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଢାବା ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍ ପଛରୁ ଆଉ…
ଅଫର୍ ଅଛି, ବେପାର ନାହିଁ
ଅନୁଗୋଳ ଅଫିସ, ୨୫ା୧୦: କରୋନା କବଳରେ ପାର୍ବଣ। ପୂର୍ବ ଭଳି ଉତ୍ସବର ମାହୋଲ ନାହିଁ। ସଂକ୍ରମଣ ଭୟରେ ଅଧିକାଂଶ ଲୋକେ ବାହାରକୁ ଆସୁ ନ ଥିବାରୁ ମାନ୍ଦା ପଡିଛି ପୂଜା ବଜାର। ଏଥିଯୋଗୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ୟବସାୟୀ। ଗ୍ରାହକଙ୍କୁ ଆକୃଷ୍ଟ…
ପାର୍ବଣ ଉତ୍ସବ ପାଣିଚିଆ
ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ ଆସନ୍ତି କାରିଗର। ଲାଇଟ୍, ସାଉଣ୍ଡ ଆଦି ସାଜସଜ୍ଜା ଦାୟିତ୍ୱ ଦିଆଯାଏ ଭଲ ଚିତ୍ରାଳୟକୁ। ମା’ଙ୍କ…

