କଷ୍ଟ ବୁଝୁନାହାନ୍ତି କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୩।୧୧ – ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଟିକୁ ତୁରନ୍ତ ଓ୍ବାର୍ଡରେ ଭର୍ତ୍ତି କରିବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଥିଲା ଏକ ବ୍ୟାଟେରିଚାଳିତ ଗାଡ଼ି। କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଗାଡ଼ି ଅଚଳ ଅବସ୍ଥାରେ ପଡ଼ିରହିଥିଲେ ହେଁ ତାହାର ମରାମତି କରାଯାଉ ନାହିଁ। ଫଳରେ କେତେବେଳେ ଭଙ୍ଗା ଷ୍ଟ୍ରେଚରରେ ରୋଗୀଙ୍କୁ ବୁହାଯାଉଛି ତ କେବେ ପୁଣି ଚାଲି ଚାଲି ଏ ବିଭାଗରୁ ସେ ବିଭାଗକୁ ଯିବାକୁ ପଡ଼ୁଛି ଗୁରୁତରଙ୍କୁ। ରୋଗୀଙ୍କ କଷ୍ଟ ହୃଦୟଙ୍ଗମ କରିପାରୁ ନ ଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ହଜାରେ ପାଖାପାଖି ରୋଗୀ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହୁଛି। ତେଣୁ ରୋଗୀଙ୍କ ସୁବିଧା ପାଇଁ ୨୦୧୮-୧୯ ମସିହାରେ ଏକ କମ୍ପାନୀ ପକ୍ଷରୁ ସିଏସ୍‌ଆର୍‌ ପାଣ୍ଠିରୁ ବ୍ୟାଟେରିଚାଳିତ ଗାଡ଼ି ଡାକ୍ତରଖାନାକୁ ପ୍ରଦାନ କରାଯାଇଥିଲା। ଏହି ଗାଡ଼ି ଆସିବା ପରେ ବିଭିନ୍ନ ବିଭାଗକୁ ରୋଗୀ ପରିବହନ ସହଜ ହୋଇଯାଇଥିଲା। ଷ୍ଟ୍ରେଚରରେ ବୁହାହେବାର କଷ୍ଟ ମଧ୍ୟ ରୋଗୀଙ୍କୁ ସହିବାକୁ ପଡ଼ୁ ନ ଥିଲା। ବିନା ମୂଲ୍ୟରେ ଓ ବିନା କଷ୍ଟରେ ତ୍ୱରିତ ସେବା ମିଳୁଥିବାରୁ ଏହାକୁ ସ୍ବାଗତ କରାଯାଇଥିଲା। କିନ୍ତୁ ପାଖାପାଖି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏହି ଗାଡ଼ି ଚଳାଇବା ପାଇଁ ମେଡିକାଲ ପକ୍ଷରୁ ଜଣେ ନିୟମିତ ଚାଳକଙ୍କୁ ନିଯୁକ୍ତି କରାଗଲା ନାହିଁ। ଦରକାର ବେଳେ ଆମ୍ବୁଲାନ୍ସ ଚାଳକମାନଙ୍କୁ ଡାକି କାମ ଚଳାଇ ନିଆଗଲା। ଏପରି କି ଆମ୍ବୁଲାନ୍ସ ଚାଳକ ନ ଥିବାବେଳେ କୌଣସି ଅନଭିଜ୍ଞ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହି ଗାଡ଼ି ଚଳାଗଲା। ଫଳରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ଧୀରେ ଧୀରେ ଏହା ଅଚଳ ହୋଇପଡ଼ିଲା। ଏ ନେଇ ପୂର୍ବତନ ସିଡିଏମ୍‌ଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପଦକ୍ଷେପ ନିଆ ନ ଯିବାରୁ ଗାଡ଼ି ଏଯାଏ ମରାମତି ହୋଇପାରି ନାହିଁ। କାଳେ ଏପରି ଅପାରଗତା ପଦାରେ ପଡ଼ିଯିବ ସେଥିପାଇଁ କର୍ତ୍ତୃପକ୍ଷ ଗାଡ଼ିଟିକୁ ସରକାରୀ ଆମ୍ବୁଲାନ୍ସ ରହୁଥିବା ସ୍ଥାନର ପଛ ପଟେ ରଖିଦେଇଥିବା ଅଭିଯୋଗ ହେଉଛି। ସେହିପରି ଡାକ୍ତରଖାନା ପରିସରରେ ବହୁ ଷ୍ଟ୍ରେଚର ଭଗ୍ନ ଅବସ୍ଥାରେ ପଡ଼ିଥିଲେ ମଧ୍ୟ ତାହାକୁ ସଜଡ଼ାଯାଉ ନ ଥିବାରୁ ଏକ ସମୟରେ ୫ରୁ ୬ ଜଣ ରୋଗୀ ପହଞ୍ଚତ୍ଲେ ଷ୍ଟ୍ରେଚର ମିଳୁନାହିଁ। ଘଟଣା ସମ୍ପର୍କରେ ଏଡିଏମ୍‌ଓ (ମେଡିକାଲ) ବିଶ୍ୱବିହାରୀ ମହାନ୍ତି କହିଛନ୍ତି, ଦାୟିତ୍ୱ ନେବା ପୂର୍ବରୁ ଉକ୍ତ ଗାଡ଼ି ଖରାପ ହୋଇ ପଡ଼ିରହିଛି। ବ୍ୟାଟେରି ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏ ନେଇ କ’ଣ ହୋଇପାରିବ ତାହା ଦେଖିବା ବୋଲି ଏଡିଏମ୍‌ଓ ପ୍ରକାଶ କରିଛନ୍ତି।

ଅପାରଗତାର ଉଦାହରଣ
ରୋଗୀସେବା ପାଇଁ ଆସିଥିବା ଗାଡ଼ିଟିକୁ ଏପରି ପକାଇ ରଖି ନଷ୍ଟ କରାଯିବା ପ୍ରଶାସନର ଅପାରଗତା ବ୍ୟତୀତ ଅନ୍ୟ କିଛି ନୁହେଁ। କେବଳ ଏହି ଗାଡ଼ି ନୁହେଁ, ମେଡିକାଲକୁ ଆସିଥିବା ଲକ୍ଷ ଲକ୍ଷ ଟଙ୍କାର ଉପକରଣ ପଡ଼ି ରହିଥିଲେ ବି ରୋଗୀ ଉପକୃତ ହୋଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଛି।
-ରୂପାଦୀପ୍ତା ମହାପାତ୍ର, ଅନୁଗୋଳବାସୀ
ଆନ୍ତରିକତା ବାରିହୋଇ ପଡ଼ୁଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁବିଧାରେ ରୋଗୀ ପରିବହନ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସଦୁପଯୋଗ କରା ନ ଯିବା ଚିନ୍ତାର ବିଷୟ। ଏଥିରୁ ରୋଗୀସେବା ପ୍ରତି ମେଡିକାଲ କର୍ତ୍ତୃପକ୍ଷଙ୍କ କେତେ ଆନ୍ତରିକତା ଅଛି ତାହା ବାରିହେଉଛି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ।
-ହିମାଂଶୁ ଭୂଷଣ ପ୍ରଧାନ, ଅନୁଗୋଳବାସୀ
ଅଭିଯୋଗ କରିପାରୁନାହାନ୍ତି ରୋଗୀ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନାନା ଅବ୍ୟବସ୍ଥା ଲାଗିରହିଛି। ଡାକ୍ତର, କର୍ମଚାରୀଙ୍କ ପାଇଁ ଗ୍ଲୋବ୍ସ, ମାସ୍କର ଅଭାବ ପଡ଼ୁଥିବାବେଳେ ଅନେକ ସମୟରେ ଆସୁଥିବା ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଗାଯୋଗ ପାଇଁ ଦିଆଯାଇଥିବା ନମ୍ବର ଲାଗୁ ନ ଥିବାରୁ ସେମାନେ ଅଭିଯୋଗ ମଧ୍ୟ କରିପାରୁ ନାହାନ୍ତି।
-ପ୍ରଦୀପ ଦେବତା, ଅନୁଗୋଳବାସୀ
ତୁରନ୍ତ ମରାମତି କରାଯିବ
ବ୍ୟାଟେରିଚାଳିତ ଗାଡ଼ିଟି ଅଚଳ ହୋଇ ପଡ଼ିରହିଥିବା କିଛିଦିନ ତଳେ ଦେଖିବାକୁ ପାଇଥିଲି। ତାହାକୁ ତୁରନ୍ତ ମରାମତି କରିବାକୁ ଅଧିକାରୀଙ୍କୁ କହିଛି। ନୂଆ ବ୍ୟାଟେରି ଲଗାଯାଇ ରୋଗୀ ପରିବହନ କରାଯିବ। ଆସନ୍ତା ସପ୍ତାହକ ମଧ୍ୟରେ ଏହା ମେଡିକାଲରେ ଗଡ଼ିବ।
-ଡାକ୍ତର ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୪ କୁ ବୃଦ୍ଧି ପାଇଛି। ୨ ମୃତକ...

ଆଜିଠୁ ଖୋଲିବ ପ୍ଲାନେଟାରିୟମ

ଭୁବନେଶ୍ୱର,୮।୨(ବ୍ୟୁରୋ): ଆଜି ଠାରୁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲା ଡ.ଏପି.ଜେ ଅବଦୁଲ କଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡା ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବ ।...

ଡିଏଭି କଲେଜରେ ଜିତେନ୍ଦ୍ର, ହ୍ୟୁମାନଙ୍କ କାଉନସେଲିଂ: ଛାତ୍ରୀଛାତ୍ରଙ୍କୁ ଦେଲେ ସଫଳତାର ମନ୍ତ୍ର

ଟିଟିଲାଗଡ଼, ୧୫।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ କଲେଜ ଦୁଇ ପ୍ରାକ୍ତନ ଛାତ୍ର ତଥା ସେଲିବ୍ରେଟି ଜିତେନ୍ଦ୍ର ମିଶ୍ର ଏବଂ ହ୍ୟୁମାନ...

ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ଆଜି ନେତ୍ର ଉତ୍ସବ

ଭୁବନେଶ୍ୱର,୮।୪(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ତେବେ ଆଜି ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ।...

୬୫ କୋଟିର ହେରୋଇନ ଜବତ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ନିଷିଦ୍ଧ ନିଶାଦ୍ରବ୍ୟ ହେରୋଇନ୍‌ ଚାଲାଣ କରୁଥିବା ଏକ ବଡ଼ ଆନ୍ତଃରାଜ୍ୟ ର଼୍ୟାକେଟକୁ ପଶ୍ଚିମବଙ୍ଗ ସ୍ପେଶାଲ ଟାସ୍କ ଫୋର୍ସ...

୫ ଟନ୍‌ ଚୋରା କୋଇଲା ଜବତ

ଛେଣ୍ଡିପଦା, ୧୭।୪(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ପୋଲିସ ଚଢ଼ାଉ କରି ଏକ ଟ୍ରକ୍‌ରୁ ୫ ଟନ୍‌ ଚୋରା କୋଇଲା ଜବତ...

ଖୋଲିବ ସ୍କୁଲ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ ଖୋଲିପାରେ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ମାମଲା: ଆଜି ହାଇକୋର୍ଟରେ ଶୁଣାଣି

ପୁରୀ ଅଫିସ,୯।୫: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅଧୀନରେ ମେଘନାଦ ପାଚେରି ଚୌହଦୀରେ ହେଉଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ହାଇକୋର୍ଟରେ ହୋଇଥିବା...

Advertisement
Archives

Model This Week