ବିଜୁ ମଇଦାନରେ ସେଲ୍‌ଫି କର୍ନର

ଅନୁଗୋଳ ଅଫିସ, ୨ା୧୧: ଅନୁଗୋଳ ସହରର ହେବ ସୌନ୍ଦର୍ଯ୍ୟକରଣ। ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। ରବିବାର ଜିଲାପାଳ ଓ ବିଭାଗୀୟ ଅଧିକାରୀ ସହର ପରିଦର୍ଶନ କରି କେଉଁ ସ୍ଥାନରେ କିପରି କାର୍ଯ୍ୟ କରାଯିବ ତାହାର ଅନୁଧ୍ୟାନ କରିଛନ୍ତି। ବିଜୁ ମଇଦାନ ଠାରେ ଯୁବପିଢ଼ିଙ୍କ ପାଇଁ ସେଲ୍‌ଫି ପଏଣ୍ଟ କରାଯିବ ବୋଲି ସୂଚନା ମିଳିଛି।
ପୂର୍ବାହ୍ନରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଡେପୁଟି କଲେକ୍ଟର ବଇତୁରା ଦୀପ, ପୂର୍ତ୍ତ ବିଭାଗ ଅଧିକାରୀ ଓ କର୍ମଚାରୀ, ପୌରପାଳିକା ନିର୍ବାହୀ ଯନ୍ତ୍ରୀ ସୀମାଞ୍ଚଳ ମିଶ୍ର ଏବଂ କର୍ମଚାରୀମାନେ ସହର ପରିଦର୍ଶନ କରିଥିଲେ। ଜିଲାପାଳ ପ୍ରଥମେ ସଭାଘର ପରିଦର୍ଶନରେ ଯାଇଥିଲେ। ସଭାଘର ଭିତର କାର୍ଯ୍ୟ ସରିଥିବାବେଳେ ମୁଖ୍ୟ ଫାଟକ ଓ ପାଚେରି କାର୍ଯ୍ୟ ଦୁଇ ମାସ ମଧ୍ୟରେ ଶେଷ କରିବାକୁ କହିଥିଲେ। ସେହିପରି ସଭାଘର ତଳ ପାର୍କିଂ ସ୍ଥାନରେ ଦୋକାନ ଘର ନ କରି ଛୋଟ ମ୍ୟୁଜିୟମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପରେ ଦୋକାନ ଘର ସ୍ଥାନରେ କଫି ସେଣ୍ଟର ଓ ବଡ଼ ହଲ୍‌ କରିବାକୁ କହିଥିଲେ। ସେହିପରି ଗୋପବନ୍ଧୁ ପାର୍କର ନବକଳେବର ସହ ଭୁବନେଶ୍ୱରର ସାଇନ୍ସ ପାର୍କ ଭଳି କରାଯିବ। ରାଜା ଛକର ପ୍ରସସ୍ତୀକରଣ ସହ ଆଲୋକୀକରଣ କରାଯିବ। ଜଗନ୍ନାଥ ମନ୍ଦିରରୁ ବିଇଡି ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଷ୍ଟ୍ରିଟ୍‌ ଫୁଡ୍‌ ଷ୍ଟଲ୍‌ ଖୋଲାଯିବ। ମିଶ୍ରପଡ଼ା ଛକରୁ ହରିମହୁରୀ ଛକ ରାସ୍ତା ପାର୍ଶ୍ୱ ଭେଣ୍ଡିଂ ଜୋନ୍‌ କରାଯିବ। ବିଜୁ ମଇଦାନର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ କରାଯିବ। ସେଠାରେ ସେଲ୍‌ଫି କର୍ନର ସହ କଳାକେନ୍ଦ୍ର ଯାଏ ଚଲାପଥ କରାଯିବ। ଷ୍ଟାଡିୟମ ପାଚେରିରୁ ସଭାଘର ଓ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ଜବରଦଖଲକୁ ଉଚ୍ଛେଦ କରିବାକୁ ଜିଲାପାଳ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ୫୫ ନମ୍ବର ଜାତୀୟ ରାଜପଥର ଜିଲା ପ୍ରବେଶ ସ୍ଥାନରେ ଏକ ବଡ଼ ଗେଟ୍‌ କରାଯିବ। ସେଠାରୁ ହେବାକୁ ଥିବା ଦୁଇଟି ରାସ୍ତାରୁ ଗୋଟିଏ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଓ ଅନ୍ୟଟି ଅନୁଗୋଳ ବନଖଣ୍ଡ କାର୍ଯ୍ୟାଳୟକୁ ସଂଯୋଗ କରିବ ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଣ୍ଡିପଦା ଥାନାରେ ନୂତନ ଅଧିକାରୀଙ୍କ ଯୋଗଦାନ

ଛେଣ୍ଡିପଦା,୨୭।୬(ଡି.ଏନ୍‌.ଏ.)- ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଥାନାର ନୂତନ ଅଧିକାରୀ ଭାବେ ଇନସ୍ପେକ୍ଟର ସତ୍ୟବ୍ରତ ରାଉତ ଗୁରୁବାର ଯୋଗଦାନ କରିବା ସହ କାର୍ଯ୍ୟଭାର...

ପୋକତୁଙ୍ଗା ହାଇସ୍କୁଲରେ ପ୍ରଥମ କରି ଲାଗିଲା ସିସି କ୍ୟାମେରା

ବନ୍ତଳା,୫।୧୧(ଡି.ଏନ.ଏ.) ବିଭିନ୍ନ ସମୟରେ ବିଦ୍ୟାଳୟରେ ଲୋକମାନଙ୍କ ଅବାଧ ପ୍ରବେଶ, ଚୋରି, ପାଠପଢାରେ ଅବହେଳା ରୋକିବା ଦିଗରେ ଠୋସ ପଦକ୍ଷେପ ନେଇଛି ଅନୁଗୋଳ ଶିକ୍ଷା ପରିଚାଳନା ଉନ୍ନୟନ...

୧୫୦ ପରିବାର ସ୍ଥାନାନ୍ତର

ବନ୍ତଳା,୧୫ା୮ (ଡି.ଏନ.ଏ.) ମହାନଦୀରେ ବନ୍ୟା ଯୋଗୁ ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡା ପଞ୍ଚାୟତର ୪ ଗାଁ ପାଣି ଘେରରେ ରହିଛି। ତେବେ ଉକ୍ତ ଗାଁରୁ...

ନିଶା ବେପାରୀ ମହିଳାଙ୍କୁ ୫ ବର୍ଷ ଜେଲ

ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ଅତିରିକ୍ତ ସ୍ବତନ୍ତ୍ର ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟ ଶୁକ୍ରବାର ଦୋଷୀ...

ପଲିଥିନମୁକ୍ତ ଯୋଜନା ପ୍ରହସନ

ଅନୁଗୋଳ ଅଫିସ, ୧୮ା୮ – ଅନୁଗୋଳ ସହର ପଲିଥିନମୁକ୍ତ ହେବ। କୌଣସି ସ୍ଥାନରେ ପଲିଥିନ କି ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ। ୨ ବର୍ଷ ତଳୁ...

ନାଲ୍‌କୋ ହସ୍ପିଟାଲରେ ଡାକ୍ତର ଅଭାବ: ୫ ବର୍ଷ ହେଲା ନାହାନ୍ତି ଅସ୍ଥିଶଲ୍ୟ ବିଶେଷଜ୍ଞ

ବଅଁରପାଳ, ୨୭।୪ (ଡି.ଏନ୍‌.ଏ.)- ନବରତ୍ନ ଲାଭଦାୟକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ହସ୍ପିଟାଲରେ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା। ଦୀର୍ଘ ଦିନ ହେଲା ଏଠାରେ ବିଭିନ୍ନ...

ପରିବହନ କାର୍ଯ୍ୟାଳୟ, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୭ ଦଲାଲ ଗିରଫ

ଅନୁଗୋଳ ଅଫିସ,୨୭।୯: ଅନୁଗୋଳ ଜିଲା ପରିବହନ କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୋଟ ୭ ଜଣ ଦଲାଲଙ୍କୁ ଅନୁଗୋଳ ପୋଲିସ ଶୁକ୍ରବାର ଗିରଫ କରିଛି।...

ପରୀକ୍ଷାରୁ ବଞ୍ଚିତ ନର୍ସିଂ ଛାତ୍ରୀ

ଅନୁଗୋଳ ଅଫିସ,୧୮।୩: ଅନୁଗୋଳ ଜିଲା ଛେଣ୍ଡିପଦା ସାଇଶ୍ରଦ୍ଧା ନର୍ସିଂ କଲେଜରେ ପଢୁଥିବା ୨ୟ ବର୍ଷର ୭ ଜଣ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। କଲେଜ...

Advertisement
Archives

Model This Week