ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା

ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ବାତିଲ କରିଥିବା ବେଳେ ବାର୍ଷିକ ଅନୁଦାନରେ ମଧ୍ୟ ବଡ଼ ଆକାରର କାଟଛାଣ୍ଟ କରିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ପ୍ରକଳ୍ପ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି। କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନିଅଣ୍ଟ ପଡ଼ୁଥିବାରୁ ବ୍ୟାଘ୍ର ପ୍ରଳ୍ପର ସୁରକ୍ଷା ପାଇଁ ନିଯୁକ୍ତ ଓ୍ବାଚରମାନଙ୍କୁ ଛଟେଇ କରାଯାଉଛି। ଇତିମଧ୍ୟରେ ୨୦୭ ଜଣ ଅସ୍ଥାୟୀ ୱାଚରଙ୍କୁ ବିଦା କରାଯାଇଥିବାରୁ ପ୍ରକଳ୍ପର ସୁରକ୍ଷା ଢିଲା ପଡ଼ିଯିବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ବାଇଶିପାଲି ବନ୍ୟପ୍ରାଣୀ ଖଣ୍ଡକୁ ନେଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଗଠନ କରାଯାଇଛି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଅନୁଗୋଳ, ଢେଙ୍କାନାଳ, ଆଠମଲ୍ଲିକ, ଆଠଗଡ଼ ଓ ବୌଦ୍ଧ ବନଖଣ୍ଡର କିଛି ସଂରକ୍ଷିତ ଜଙ୍ଗଲ ଏଥିରେ ସାମିଲ ପରେ ପ୍ରକଳ୍ପର ପରିସୀମା ୧୧୩୬.୭୦ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଏହାର ପରିଚାଳନା, ସୁରକ୍ଷା ପାଇଁ ଏନ୍‌ଟିସିଏ ପକ୍ଷରୁ ପ୍ରତିବର୍ଷ ଅନୁଦାନ ଦିଆଯାଇଥାଏ। ଏହାବାଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୪୦ ପ୍ରତିଶତ (ଏନ୍‌ଟିସିଏ ଅନୁଦାନ ଅନୁଯାୟୀ) ଅର୍ଥ ପ୍ରକଳ୍ପକୁ ପ୍ରଦାନ କରାଯାଏ। ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ୟାଘ୍ର ପ୍ରକଳ୍ପ ଖର୍ଚ୍ଚ ପାଇଁ ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣଙ୍କ ପକ୍ଷରୁ ୨୬ କୋଟି ୭୮ ଲକ୍ଷ ଟଙ୍କାର ପ୍ରସ୍ତାବ ଏନ୍‌ଟିସିଏକୁ ଦିଆଯାଇଥିଲା। କିନ୍ତୁ ଏନ୍‌ଟିସିଏ ୧୫ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷର ଖର୍ଚ୍ଚ ପାଇଁ ୧୫ କୋଟି ୯୬ ଲକ୍ଷ ଟଙ୍କା ମଗାଯାଇଥିବା ବେଳେ ମିଳିଥିଲା ମାତ୍ର ୩ କୋଟି ୮୨ ଲକ୍ଷ ଟଙ୍କା। ତେଣୁ ଖର୍ଚ୍ଚ କାଟ୍‌ କରିବାକୁ ଯାଇ ଗତ ସେପ୍ଟେମ୍ବରରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅସ୍ଥାୟୀ ଓ୍ବାଚରଙ୍କୁ ଛଟେଇ କରାଯାଉଛି। ଇତିମଧ୍ୟରେ ଢେଙ୍କାନାଳ ବନଖଣ୍ଡରୁ ୧୦ ଜଣ ଅସ୍ଥାୟୀ ୱାଚର, ଆଠମଲ୍ଲିକରୁ ୩୦ ଜଣ, ଆଠଗଡ଼ରୁ ୩୦, ସାତକୋଶିଆରୁ ୫୯, ଅନୁଗୋଳରୁ ୨୫, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରୁ ୫୩ ଜଣଙ୍କୁ ବିଦା କରାଯାଇ ସାରିଛି। ଏହି ଅସ୍ଥାୟୀ ଓ୍ବାଚରମାନେ ଜଙ୍ଗଲ ସହ ବନ୍ୟଜନ୍ତୁ, ପରିବେଶ ସୁରକ୍ଷା, ଜନ୍ତୁ ଶିକାରୀ ଓ କାଠମାଫିଆଙ୍କୁ ଧରିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରକଳ୍ପର ସୁରକ୍ଷାକୁ ଧ୍ୟାନରେ ରଖି ଏନ୍‌ଟିସିଏ ତରଫରୁ ଏମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା। ଏମାନେ ଦୈନିକ ଜଙ୍ଗଲ ମଧ୍ୟରେ ୧୦ କି.ମି. ପାଦରେ ଚାଲି ହାତୀ, ବାଘଙ୍କ ଗତିବିଧି ଓ ଶିକାରୀମାନଙ୍କ ଉପରେ ନଜର ରଖୁଥିଲେ। କିନ୍ତୁ ଏତେ ସଂଖ୍ୟକ ଓ୍ବାଚରଙ୍କୁ ଏକାବେଳେ ଛଟେଇ କରାଯାଇଥିବାରୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପ୍ରକଳ୍ପ ମଧ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ଉପସ୍ଥିତି ବହୁ ପୂର୍ବରୁ ରହିଥିବା ବେଳେ ମହାବଳ ବାଘ ମହାବୀର ମଧ୍ୟ ଶିକାରୀଙ୍କ ହାବୁଡ଼ରେ ପଡ଼ିଥିବା କୁହାଯାଇ ଆସୁଛି। ତେଣୁ ଖର୍ଚ୍ଚ କାଟ୍‌ ପାଇଁ ୨୦୭ ଓ୍ବାଚରଙ୍କୁ ବିଦା କରାଯିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ଅନୁଗୋଳ ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, ଏନ୍‌ଟିସିଏ ଅନୁଦାନ ହ୍ରାସ କରିଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଡିଏଫ୍‌ଓମାନେ ବାଧ୍ୟ ହୋଇ ଅସ୍ଥାୟୀ ଓ୍ବାଚରଙ୍କୁ ଛଟେଇ କରିଛନ୍ତି। ଅଧିକ ଅର୍ଥ ପାଇଁ ପ୍ରସ୍ତାବ ଦିଆଯାଇଛି। ତାହା ଆସିଲେ ଅସ୍ଥାୟୀ ଭାବରେ ସେମାନଙ୍କୁ ପୁଣି ରଖିବାର ବ୍ୟବସ୍ଥା କରାଯିବ। କିନ୍ତୁ ସ୍ବଳ୍ପ ଅନୁଦାନ ଯୋଗୁ ପ୍ରକଳ୍ପ ସୁରକ୍ଷା କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ଦିନେଶ ଦେହୁରୀ


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଗଣବଳାତ୍କାର ମାମଲା: ଆଉ ଜଣେ ଗିରଫ

ଯୋଡ଼ା, ୨୮।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଘଟିଥିବା ନାବାଳିକା ବଳତ୍କାର ଘଟଣାରେ ପୋଲିସ ଗୁରୁବାର ଆଉ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ଅଜିତ କୁମାର...

ଫେରାର ଅଭିଯୁକ୍ତ ଗିରଫ

ଡେରାବିଶ, ୨୭।୧୦ (ସ୍ବ.ପ୍ର.): ୪ ଚକିଆ ଯାନ ଓ ଟ୍ରକ ଚୋରିରେ ମାମଲାରେ ସମ୍ପୃକ୍ତ ଜଣେ ଫେରାର ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ରବିବାର...

ମୋଷ୍ଟ ଓ୍ବାଣ୍ଟେଡ ପ୍ରଫୁଲ୍ଲଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ଓ ଅସ୍ତ୍ରଶସ୍ତ୍ର କାରବାରରେ ଗିରଫ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ ଓରଫ ଟୁନାଙ୍କୁ ରିମାଣ୍ଡରେ...

ହନୁମାନ ଜୟନ୍ତୀରେ ବିଶୃଙ୍ଖଳା ହେଲେ ପ୍ରଶାସନ ଦାୟୀ

ସମ୍ବଲପୁର,୧୨ା୪(ବ୍ୟୁରୋ): ଚଳିତବର୍ଷ ମଧ୍ୟ ହନୁମାନ ଜୟନ୍ତୀ ଧୁମ୍‌ଧାମରେ ପାଳନ ହେବ। ଶୋଭାଯାତ୍ରା, ଆଳତି ସହ ପୂଜାର୍ଚ୍ଚନା କରାଯିବ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆଖଡା କରାଯିବ। ନାଗାବାବା...

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା: ହାଇକୋର୍ଟରେ ମାମଲା ଦାଏର

କଟକ ଅଫିସ,୧୭ା୯: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାକୁ ନେଇ ଗୁରୁବାର ହାଇକୋର୍ଟରେ ମାମଲା ଦାଏର ହୋଇଛି।...

ରାଜ୍ୟରେ ୧୦୩୩ ପ୍ରଫେସର ପଦବୀ ଖାଲି

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୦ା୧୨: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ପ୍ରଫେସର ପର୍ଯ୍ୟନ୍ତ ସ୍ଥାୟୀ ପଦବୀ ସୃଷ୍ଟି କରିବାକୁ ସରକାରଙ୍କ ରାଜକୋଷରୁ...

ବିଶ୍ବାସ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଆର୍‌.ଉଦୟଗିରି,୧୯ା୪(ଡି.ଏନ୍‌.ଏ.)- ମୋହନା ନୀଳକଣ୍ଠେଶ୍ବର ମନ୍ଦିର ରାସ୍ତାରେ ଥିବା ବିଶ୍ବାସ କ୍ଲିନିକକୁ ଶନିବାର ସିଲ୍‌ କରିଛି ପ୍ରଶାସନ। କରୋନା ନିୟମ ଉଲ୍ଲଘଂନ ସହ ନଥିପତ୍ର ନଥାଇ ବେଆଇନ...

ଅଟୋ ସହ ବାର୍‌ହା ଧକ୍କା, ୬ ଆହତ

ବେଗୁନିଆପଡା,୯ା୯(ଡି.ଏନ.ଏ.)-ବେଗୁନିଆପଡ଼ା ଫାଣ୍ଡି ବୁରୁଝରିଠାରୁ ସୁମଣ୍ଡଳ ରାସ୍ତା ମଝିରେ ସୋମବାର ଅଟୋ ସହ ଏକ ବାର୍‌ହାର ଧକ୍କା ହେବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନେ...

Advertisement
Archives

Model This Week