ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି

ଅନୁଗୋଳ ଅଫିସ, ୩୧।୧୦ – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବରୁ ସହରରେ ଥିବା ଏକମାତ୍ର ଇନ୍‌ଡୋର ହଲ୍‌ ଜୀରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଏପରି କି ହଲ୍‌ ମଧ୍ୟରେ ଥିବା ଟେବୁଲ୍‌ ଟେନିସ୍‌ ଓ ବ୍ୟାଡ୍‌ମିଣ୍ଟନ କୋର୍ଟର ଆଧୁନିକୀକରଣ କରାଯାଉ ନାହିଁ। ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ ଏହାର ମରାମତି ମଧ୍ୟ କରାଯାଉ ନାହିଁ।
୨୦୧୩ ଜୁନ୍‌ ୨୮ରେ ଅନୁଗୋଳ ଷ୍ଟାଡିୟମରେ ଇନ୍‌ଡୋର ହଲ୍‌ କମ୍‌ ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟନ ହୋଇଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଏକପ୍ରକାର ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଇଛି। ଏହାର ଚତୁଃପାର୍ଶ୍ୱ ଅନାବନା ଲଟାବୁଦାରେ ଆବଦ୍ଧ ହୋଇଥିବାବେଳେ ରାତିରେ ମଦ୍ୟପ, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏପରିକି ଉଦ୍‌ଘାଟନ ହେବା ପର ଠାରୁ ଦିନେ ହେଲେ ଏଠାରେ ଟେବୁଲ ଟେନିସ୍‌ ପ୍ରତିଯୋଗିତାର ଆୟୋଜନ ହୋଇନାହିଁ। କିଣାଯାଇଥିବା ସରଞ୍ଜାମ ମଧ୍ୟ ଗୋଟିଏ ଘରେ ତାଲା ପଡ଼ି ରହିଛି। ବ୍ୟାଡ୍‌ମିଣ୍ଟନ ପାଇଁ ଭଲ କୋର୍ଟ ନ ଥିବାରୁ ଖେଳାଳିମାନେ ସମସ୍ୟାରେ ପଡ଼ୁଛନ୍ତି। ଖେଳିବା ବେଳେ କଂକ୍ରିଟ୍‌ ଢଳେଇ କୋର୍ଟରେ ଖସିପଡ଼ିବା ଭୟ ରହୁଛି। ଆଣ୍ଠୁରେ ମଧ୍ୟ ଯନ୍ତ୍ରଣା ହେଉଥିବା ଖେଳାଳିମାନେ କହିଛନ୍ତି। ଏହାର ରକ୍ଷଣା ବେକ୍ଷଣା ଓ ଆଲୋକୀକରଣ ଖର୍ଚ୍ଚ ମଧ୍ୟ ଖେଳାଳିମାନେ ନିଜସ୍ବ ପାଣ୍ଠିରୁ ଅର୍ଥ ଦେଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ପୂର୍ବରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ପୂର୍ବତନ ଜିଲାପାଳ ଅନିଲ ସାମଲ କାଠ ଚଟାଣ(କୋର୍ଟ) କରିବାକୁ ଏକ ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାଙ୍କର ଓ ଜିଲା କ୍ରୀଡ଼ା ଅଧିକାରୀଙ୍କ ବଦଳି ପରେ ତାହା ନାଲି ଫିତା ତଳେ ରହିଯାଇଛି। ସେହିପରି ବର୍ଷା ହେଲେ ଛାତରୁ ପାଣି ଗଳି ଭିତରେ ପଡ଼ୁଛି। ଏତେ ଅସୁବିଧାରେ ଖେଳି ମଧ୍ୟ ଅନୁଗୋଳର କେତେଜଣ ଖେଳାଳି ଜାତୀୟସ୍ତର ପ୍ରତିଯୋଗିତାରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ପ୍ରଶାସନ ଏହାର ଉନ୍ନତୀକରଣ ଦିଗରେ ପଦକ୍ଷେପ ନେଲେ ଆହୁରି ଅନେକ ପ୍ରତିଭା ସୃଷ୍ଟି ହୋଇପାରନ୍ତେ ବୋଲି କ୍ରୀଡ଼ାପ୍ରେମୀମାନେ ମତ ଦେଇଛନ୍ତି।
ନୂଆ ରୂପ ପାଇବ ଇନ୍‌ଡୋର ହଲ୍‌
ଇନ୍‌ଡୋର ହଲ୍‌ରେ ବ୍ୟାଡ୍‌ମିଣ୍ଟନ ପାଇଁ କାଠ ଚଟାଣ(କୋର୍ଟ) କରାଯିବ। ଛାତ ମରାମତି ମଧ୍ୟ ହେବ। ସରକାର ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଆସିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ। ବ୍ୟାଡ୍‌ମିଣ୍ଟନକୁ ପ୍ରୋତ୍ସାହିତ ସହ ଟେବୁଲ ଟେନିସ୍‌ ନେଇ କ’ଣ ପଦକ୍ଷେପ ନେଇହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଭିତ୍ତିଭୂମି ବିକାଶ ଯୋଜନା ରହିଛି
ଇନ୍‌ଡୋର ହଲ୍‌ ଚତୁଃପାର୍ଶ୍ୱରେ ଭଲିବଲ୍‌, କବାଡ଼ି, ଖୋଖୋ ଖେଳ ପାଇଁ ଭିତ୍ତିଭୂମି ବିକାଶ କରାଯିବା ଯୋଜନା ରହିଛି। ଟେବୁଲ ଟେନିସ୍‌ ଏକାଡେମୀ ହୋଇଥିଲେ ମଧ୍ୟ ସେଠାରେ ଏହି ଖେଳ ହୋଇନାହିଁ। ଆବଶ୍ୟକ ସରଞ୍ଜାମ ଥିବାରୁ ଇନ୍‌ଡୋର ହଲ ମରାମତି ପରେ ଖେଳ ଆରମ୍ଭ କରାଯିବ।
-ଅକ୍ଷୟ କୁମାର ସେଠ, ଜିଲା କ୍ରୀଡ଼ା ଅଧିକାରୀ
ପ୍ରଶାସନର ଆନ୍ତରିକତା ନାହିଁ
ଇନ୍‌ଡୋର ହଲ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣା କରାଯାଉ ନାହିଁ। ଏଠାରେ ୫ଥର ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି। କିନ୍ତୁ ୨୦୧୯ରେ ମରାମତି ଆଳ ଦେଖାଇ ପ୍ରଶାସନ ଏଥିରେ ରୋକ୍‌ ଲଗାଇଥିଲା। ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ।
-ପ୍ରଦ୍ୟୁତ୍‌ ଘୋଷ, ଭେଟେରାନ ଖେଳାଳି
ଆଧୁନିକୀକରଣ ନୂଆ ପ୍ରତିଭା ସୃଷ୍ଟି କରିବ
ରାଜ୍ୟ ବାହାରରେ ଥିବା ବ୍ୟାଡ୍‌ମିଣ୍ଟନ କୋର୍ଟ ଭଳି ଅନୁଗୋଳ ଇନ୍‌ଡୋର ହଲ୍‌ରେ ସୁବିଧା ନାହିଁ। ଏଠାରେ ଭଲ କୋର୍ଟ କରାଗଲେ ଜିଲାରୁ ଅନେକ ଭଲ ଖେଳାଳି ସୃଷ୍ଟି ହୋଇପାରିବେ। ଏଠାକାର କୋର୍ଟରେ ଅଭ୍ୟାସ ସମୟରେ ଆଣ୍ଠୁରେ ଯନ୍ତ୍ରଣା ହେଉଛି। ଯେତେଶୀଘ୍ର ଏହାର ଆଧୁନିକୀକରଣ କରାଯାଉ।
-ଅମ୍ଲାନ ଗଡ଼ନାୟକ, ଜାତୀୟସ୍ତରର ଖେଳାଳି

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri