ଭୁଶୁଡ଼ି ପଡ଼ିଛି କ୍ରୀଡ଼ା ଭିତ୍ତିଭୂମି

ଅନୁଗୋଳ ଅଫିସ, ୩୧।୧୦ – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ହୋଇପାରୁନାହିଁ। ଅର୍ଥର ଅଭାବ ନ ଥିଲେ ମଧ୍ୟ ପ୍ରଶାସନର ଆନ୍ତରିକତା ଅଭାବରୁ ସହରରେ ଥିବା ଏକମାତ୍ର ଇନ୍‌ଡୋର ହଲ୍‌ ଜୀରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି। ଏପରି କି ହଲ୍‌ ମଧ୍ୟରେ ଥିବା ଟେବୁଲ୍‌ ଟେନିସ୍‌ ଓ ବ୍ୟାଡ୍‌ମିଣ୍ଟନ କୋର୍ଟର ଆଧୁନିକୀକରଣ କରାଯାଉ ନାହିଁ। ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ବେଳେ ଏହାର ମରାମତି ମଧ୍ୟ କରାଯାଉ ନାହିଁ।
୨୦୧୩ ଜୁନ୍‌ ୨୮ରେ ଅନୁଗୋଳ ଷ୍ଟାଡିୟମରେ ଇନ୍‌ଡୋର ହଲ୍‌ କମ୍‌ ଟେବୁଲ ଟେନିସ୍‌ ଏକାଡେମୀ ଉଦ୍‌ଘାଟନ ହୋଇଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଏକପ୍ରକାର ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଇଛି। ଏହାର ଚତୁଃପାର୍ଶ୍ୱ ଅନାବନା ଲଟାବୁଦାରେ ଆବଦ୍ଧ ହୋଇଥିବାବେଳେ ରାତିରେ ମଦ୍ୟପ, ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏପରିକି ଉଦ୍‌ଘାଟନ ହେବା ପର ଠାରୁ ଦିନେ ହେଲେ ଏଠାରେ ଟେବୁଲ ଟେନିସ୍‌ ପ୍ରତିଯୋଗିତାର ଆୟୋଜନ ହୋଇନାହିଁ। କିଣାଯାଇଥିବା ସରଞ୍ଜାମ ମଧ୍ୟ ଗୋଟିଏ ଘରେ ତାଲା ପଡ଼ି ରହିଛି। ବ୍ୟାଡ୍‌ମିଣ୍ଟନ ପାଇଁ ଭଲ କୋର୍ଟ ନ ଥିବାରୁ ଖେଳାଳିମାନେ ସମସ୍ୟାରେ ପଡ଼ୁଛନ୍ତି। ଖେଳିବା ବେଳେ କଂକ୍ରିଟ୍‌ ଢଳେଇ କୋର୍ଟରେ ଖସିପଡ଼ିବା ଭୟ ରହୁଛି। ଆଣ୍ଠୁରେ ମଧ୍ୟ ଯନ୍ତ୍ରଣା ହେଉଥିବା ଖେଳାଳିମାନେ କହିଛନ୍ତି। ଏହାର ରକ୍ଷଣା ବେକ୍ଷଣା ଓ ଆଲୋକୀକରଣ ଖର୍ଚ୍ଚ ମଧ୍ୟ ଖେଳାଳିମାନେ ନିଜସ୍ବ ପାଣ୍ଠିରୁ ଅର୍ଥ ଦେଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ପୂର୍ବରୁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ପୂର୍ବତନ ଜିଲାପାଳ ଅନିଲ ସାମଲ କାଠ ଚଟାଣ(କୋର୍ଟ) କରିବାକୁ ଏକ ଶିଳ୍ପ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାଙ୍କର ଓ ଜିଲା କ୍ରୀଡ଼ା ଅଧିକାରୀଙ୍କ ବଦଳି ପରେ ତାହା ନାଲି ଫିତା ତଳେ ରହିଯାଇଛି। ସେହିପରି ବର୍ଷା ହେଲେ ଛାତରୁ ପାଣି ଗଳି ଭିତରେ ପଡ଼ୁଛି। ଏତେ ଅସୁବିଧାରେ ଖେଳି ମଧ୍ୟ ଅନୁଗୋଳର କେତେଜଣ ଖେଳାଳି ଜାତୀୟସ୍ତର ପ୍ରତିଯୋଗିତାରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ପ୍ରଶାସନ ଏହାର ଉନ୍ନତୀକରଣ ଦିଗରେ ପଦକ୍ଷେପ ନେଲେ ଆହୁରି ଅନେକ ପ୍ରତିଭା ସୃଷ୍ଟି ହୋଇପାରନ୍ତେ ବୋଲି କ୍ରୀଡ଼ାପ୍ରେମୀମାନେ ମତ ଦେଇଛନ୍ତି।
ନୂଆ ରୂପ ପାଇବ ଇନ୍‌ଡୋର ହଲ୍‌
ଇନ୍‌ଡୋର ହଲ୍‌ରେ ବ୍ୟାଡ୍‌ମିଣ୍ଟନ ପାଇଁ କାଠ ଚଟାଣ(କୋର୍ଟ) କରାଯିବ। ଛାତ ମରାମତି ମଧ୍ୟ ହେବ। ସରକାର ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଆସିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବ। ବ୍ୟାଡ୍‌ମିଣ୍ଟନକୁ ପ୍ରୋତ୍ସାହିତ ସହ ଟେବୁଲ ଟେନିସ୍‌ ନେଇ କ’ଣ ପଦକ୍ଷେପ ନେଇହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ଭିତ୍ତିଭୂମି ବିକାଶ ଯୋଜନା ରହିଛି
ଇନ୍‌ଡୋର ହଲ୍‌ ଚତୁଃପାର୍ଶ୍ୱରେ ଭଲିବଲ୍‌, କବାଡ଼ି, ଖୋଖୋ ଖେଳ ପାଇଁ ଭିତ୍ତିଭୂମି ବିକାଶ କରାଯିବା ଯୋଜନା ରହିଛି। ଟେବୁଲ ଟେନିସ୍‌ ଏକାଡେମୀ ହୋଇଥିଲେ ମଧ୍ୟ ସେଠାରେ ଏହି ଖେଳ ହୋଇନାହିଁ। ଆବଶ୍ୟକ ସରଞ୍ଜାମ ଥିବାରୁ ଇନ୍‌ଡୋର ହଲ ମରାମତି ପରେ ଖେଳ ଆରମ୍ଭ କରାଯିବ।
-ଅକ୍ଷୟ କୁମାର ସେଠ, ଜିଲା କ୍ରୀଡ଼ା ଅଧିକାରୀ
ପ୍ରଶାସନର ଆନ୍ତରିକତା ନାହିଁ
ଇନ୍‌ଡୋର ହଲ୍‌ର ଉପଯୁକ୍ତ ରକ୍ଷଣାବେକ୍ଷଣା କରାଯାଉ ନାହିଁ। ଏଠାରେ ୫ଥର ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି। କିନ୍ତୁ ୨୦୧୯ରେ ମରାମତି ଆଳ ଦେଖାଇ ପ୍ରଶାସନ ଏଥିରେ ରୋକ୍‌ ଲଗାଇଥିଲା। ଦୁଇ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ମରାମତି କାର୍ଯ୍ୟ ଆରମ୍ଭ ହୋଇନାହିଁ।
-ପ୍ରଦ୍ୟୁତ୍‌ ଘୋଷ, ଭେଟେରାନ ଖେଳାଳି
ଆଧୁନିକୀକରଣ ନୂଆ ପ୍ରତିଭା ସୃଷ୍ଟି କରିବ
ରାଜ୍ୟ ବାହାରରେ ଥିବା ବ୍ୟାଡ୍‌ମିଣ୍ଟନ କୋର୍ଟ ଭଳି ଅନୁଗୋଳ ଇନ୍‌ଡୋର ହଲ୍‌ରେ ସୁବିଧା ନାହିଁ। ଏଠାରେ ଭଲ କୋର୍ଟ କରାଗଲେ ଜିଲାରୁ ଅନେକ ଭଲ ଖେଳାଳି ସୃଷ୍ଟି ହୋଇପାରିବେ। ଏଠାକାର କୋର୍ଟରେ ଅଭ୍ୟାସ ସମୟରେ ଆଣ୍ଠୁରେ ଯନ୍ତ୍ରଣା ହେଉଛି। ଯେତେଶୀଘ୍ର ଏହାର ଆଧୁନିକୀକରଣ କରାଯାଉ।
-ଅମ୍ଲାନ ଗଡ଼ନାୟକ, ଜାତୀୟସ୍ତରର ଖେଳାଳି

 


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ

ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?